ନୂଆଦିଲ୍ଲୀ: ସୋମବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଯାହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ତେବେ ଚଳିତ ବଜେଟର ବହି ଖାତାରେ ପୁଣି ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତଥର ନାଲି ପୁଟୁଳି ଧରି ଅର୍ଥମନ୍ତ୍ରୀ ସଂସଦ ପହଞ୍ଚିଥିଲେ। ତେବେ ୨୦୨୧-୨୨ ବଜେଟ ଦେଶୀ ଲ୍ୟାପଟପରେ ଉପସ୍ଥାପନ ହେବ।


COMMERCIAL BREAK
SCROLL TO CONTINUE READING

୨୦୧୯ରେ ନିର୍ମଳା ସୀତାରମଣ (Nirmala Sitaraman)ମୋଦି ସରକାରରେ ଅର୍ଥମନ୍ତ୍ରୀ (finance minister) ଭାର ଗ୍ରହଣ କରିଥିଲେ। ତାଙ୍କର ଆସିବାଠାରୁ ବଜେଟ ପେଡିରେ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମେ ନାଲି ବାକ୍ସ (red suitcase) ରେ ବେଜଟର ଖାତା ବହି ଆସୁଥିଲା। କିନ୍ତୁ ସେ ଏହି ପାରମ୍ପରାକୁ ବଦଳାଇ ଦେଇଥିଲେ। ୨୦୧୯ରେ ନାଲି ପେଡି ବଦଳରେ ସେ ଫାଇଲ ଆଣିଲେ। ପରେ ୨୦୨୦ ବଜେଟ (Budget 2020)ରେ ନାଲି ପୁଟିଳି ଆସିଥିଲା। 


Also Read: Union Budget 2021: କୋରୋନା ଆକ୍ରାନ୍ତଙ୍କୁ ହୋଇପାରେ ଆୟକର ଛାଡ


ତେବେ ୨୦୨୧-୨୨ ବଜେଟର ଖାତା ବହିର ଆକାର ପୁଣି କମି ଯାଇଛି। ଏଥର ଫାଇଲ କିମ୍ବା ପୁଟୁଳିରେ ନୁହଁ ଲଫାଫାରେ ବଜେଟ ଖାତା ବହି ଅସିଛି। ସଂସଦରେ ବଜେଟ ଉପସ୍ଥାପନା ପୂର୍ବରୁ ନିର୍ମଳା ସୀତାରମଣଙ୍କ ହାତରେ ଏକ ନାଲି ଲଫାପା ଦେଖିବାକୁ ମିଳିଥିଲା। ସେଥିରେ ଏକ Made in India Tablet ଥିବା ମନ୍ତ୍ରୀ କହିଛନ୍ତି। ୨୦୨୧-୨୨ ବଜେଟ ପେପରଲେସ୍ ହେବ। ପ୍ରଥମ ଥର ବିନା କାଗଜରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବ।


ବଜେଟ Budget-2021 ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଆପର ବ୍ୟବସ୍ଥା କରାଯାଇଛି। ସେହି ଆପରେ ଚଳିତବର୍ଷ ସାଧାରଣ (General Budget) ବଜେଟର ସବିଶେଷ ତଥ୍ୟ ମିଳିବ। କୋରୋନା ମହାମାରୀ ହେତୁ ସ୍ୱାସ୍ଥ୍ୟ କ୍ଷେତ୍ର ବର୍ତ୍ତମାନ ସମୟ ବଜେଟରେ ଅଧିକ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ଅଧିକ ଅଧିକ ଅର୍ଥ ବ୍ୟୟବରାଦ କରିପାରନ୍ତି। ବର୍ତ୍ତମାନ ଜିଡିପିର ୧.୪ ପ୍ରତିଶତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ହେଲେ ଆଶା କରାଯାଉଛି ସରକାର ୨୦୨୪ ସୁଦ୍ଧା ଦେଶର ମୋଟ ଜିଡିପିର ୪% ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।