Union Budget 2021: କୋରୋନା ଆକ୍ରାନ୍ତଙ୍କୁ ହୋଇପାରେ ଆୟକର ଛାଡ
Advertisement

Union Budget 2021: କୋରୋନା ଆକ୍ରାନ୍ତଙ୍କୁ ହୋଇପାରେ ଆୟକର ଛାଡ

ଯଦି କରୋନା ସଂକଟ କାଳରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି ଆଉ ଆପଣ ଚିକିତ୍ସାରେ ବହୁତ ଖର୍ଚ୍ଚ କରିଛନ୍ତି ତାହେଲେ ଆପଣଙ୍କୁ ସରକାରଙ୍କ ପକ୍ଷରୁ ମିଳିପାରେ ଆଶ୍ୱସ୍ତି।

Union Budget 2021: କୋରୋନା ଆକ୍ରାନ୍ତଙ୍କୁ ହୋଇପାରେ ଆୟକର ଛାଡ

ନୂଆଦିଲ୍ଲୀ: ଗତ ବର୍ଷ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଥିଲା କୋରୋନା ମହାମାରୀ। ଏହାର ପ୍ରଭାବରୁ ବର୍ତ୍ତି ପାରିନଥିଲା ଚିକିତ୍ସା ସେବା। କୋରୋନା ପ୍ରକୋପରେ ଅନେକାଂଶରେ ପ୍ରଭାବିତ ହୋଇଥିଲା ଦେଶର ସ୍ୱାସ୍ଥ୍ୟ ସେବା। ଏହାକୁ ସୁଧାରିବା ସହ ମଜବୁତ କରିବା ପାଇଁ ଏବେ ଅଣ୍ଟା ଭିଡିଛନ୍ତି।

ଏହିକ୍ରମରେ ଆସନ୍ତାକାଲି ଆଗତ ହେବାକୁ ଥିବା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ ସ୍ୱାସ୍ଥ୍ୟସେବା ଉପରେ ରହିଛି ନଜର। ଯଦି କରୋନା ସଂକଟ କାଳରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି ଆଉ ଆପଣ ଚିକିତ୍ସାରେ ବହୁତ ଖର୍ଚ୍ଚ କରିଛନ୍ତି ତାହେଲେ ଆପଣଙ୍କୁ ସରକାରଙ୍କ ପକ୍ଷରୁ ମିଳିପାରେ ଆଶ୍ୱସ୍ତି। ଚଳିତ ୨୦୨୧ ବଜେଟ ରେ ମୋଦି ସରକାର କରୋନା ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ଟିକସ ରିହାତିରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରିଛନ୍ତି।

Also Read: Union Budget 2021: ଜାଣନ୍ତୁ କେତେ ପ୍ରକାରର ହୋଇଥାଏ ବଜେଟ?

ସରକାର ଆପଣଙ୍କ ବାର୍ଷିକ ଆୟ ଉପରେ ଆୟକର ନେଇଥାନ୍ତି। ଯଦି କୋରୋନା ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ସରକାର ରିହାତି ପ୍ରଦାନ କରନ୍ତି ତାହେଲେ ଆପଣଙ୍କ ଆୟର ଏକ ବଡ ଅଂଶ ଟିକସମୁକ୍ତ ହୋଇଯିବ। ଏହି ଘୋଷଣା ସେହି ବର୍ଗର ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଯେଉଁମାନେ କୋରୋନା ଆକ୍ରାନ୍ତ ହୋଇ ନିଜର ଚିକିତ୍ସା କରିବାରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଛନ୍ତି। ବଜେଟରେ ଏନେଇ ଘୋଷଣା କରାଯାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହା ବ୍ୟତୀତ ସମ୍ବଳ ବୃଦ୍ଧି କରିବାକୁ ସରକାର ବଜେଟରେ କୋଭିଡ ବଣ୍ଡସ୍ (Covid Bonds) ପରି ଏକ ନୂତନ ବର୍ଗର ଟିକସ ସଞ୍ଚୟ ବ୍ୟବସ୍ଥା କାର୍ଯ୍ୟକାରୀ କରିପାରନ୍ତି। ସରକାର ଏହା ଉପରେ ଟିକସ ରିହାତି ପ୍ରଦାନ କରିପାରିବେ।

Also Read:  Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC

ସମଗ୍ର ବିଶ୍ୱ ସହିତ କୋରୋନା ମହାମାରୀ ଭାରତରେ ତାଣ୍ଡବ ମଚାଇଥିଲା। ଏକ ପରିସଂଖ୍ୟାନ ଅନୁସାରେ ବିଶ୍ୱରେ ପ୍ରାୟ ୧୦ କୋଟିରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ଦଜେଢ ଲକ୍ଷ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଭାରତରେ କରୋନା ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ଯଦିଓ କରୋନା ପ୍ରକୋପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଥମିନାହିଁ। ଦେଶର ବିଭିନ୍ନ ସ୍ଥାନରୁ ଦୈନିକ ୧୦୦ରୁ ଅଧିକ ମାମଲା ରିପୋର୍ଟ କରାଯାଉଛି ଏବଂ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା କରାଯାଉଛି।

Also Read: Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର

କୋରୋନା ମହାମାରୀ ହେତୁ ସ୍ୱାସ୍ଥ୍ୟ କ୍ଷେତ୍ର ବର୍ତ୍ତମାନ ସମୟ ବଜେଟରେ ଅଧିକ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ଅଧିକ ଅଧିକ ଅର୍ଥ ବ୍ୟୟବରାଦ କରିପାରନ୍ତି। ବର୍ତ୍ତମାନ ଜିଡିପିର ୧.୪ ପ୍ରତିଶତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ହେଲେ ଆଶା କରାଯାଉଛି ସରକାର ୨୦୨୪ ସୁଦ୍ଧା ଦେଶର ମୋଟ ଜିଡିପିର ୪% ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।