ନୂଆଦିଲ୍ଲୀ: ସୋସିଆଲ ମଡିଆ ହେଉ ଅଥବା ଇଣ୍ଟରନେଟ ଜଗତରେ ପ୍ରସିଦ୍ଧ ପାଇବାକୁ ଅନେକ ଲୋକ ବିଭିନ୍ନ ସମୟରେ ଏପରି କିଛି ଆଶ୍ଚର୍ଯ୍ୟଜନକ ତଥା ଆଚମ୍ବିତ କରିବା ଭଳି କାମ କରିଥାନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ହେଲେ ଏଭଳି କାମ କରିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଏହା ଉପରେ ନଜର ରଖିନଥାନ୍ତି ଯେ ସେମାନେ କରୁଥିବା କାମକୁ ଅନ୍ୟ ଲୋକେ କିପରି ଗ୍ରହଣ କରୁଛନ୍ତି।  


COMMERCIAL BREAK
SCROLL TO CONTINUE READING

ସଦ୍ୟ ଆମେରିକାସ୍ଥିତ (United States of America) ଫ୍ଲୋରିଡା (Florida) ଠାରେ ଦେଖିବାକୁ ମିଳିଛି ମିଳିଛି ଏଭଳି ଏକ ଘଟଣା। ଯେଉଁଠି ଜଣେ ମଡେଲ ଝିଅ ନିଜ ବାପାଙ୍କ ଶବ ସାମ୍ନାରେ ବିଭିନ୍ନ ଶୈଳୀରେ ଫଟୋ ଉଠାଇ ଟ୍ରୋଲ ହୋଇଛନ୍ତି। ଏଭଳି କାମ କରି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜାୟେନା ରିଭେରା ନାମକ ଜଣେ ଫିଟନେସ ମଡେଲ (Fitness Model Jayne Rivera)।     



Also Read: ପରିଣତ ବୟସରେ ପ୍ରେମ କରିବା ପଡି଼ଲା ମହଙ୍ଗା; ପ୍ରେମିକାଙ୍କ ସହ ବାପାଙ୍କୁ ନିର୍ଘାତ ପଟିଲେ ଝିଅ


ଲୋକପ୍ରିୟତା ପାଇବା ଆଶାରେ ସେ ନିଜ ପିତାଙ୍କ ମୃତଦେହ ସାମ୍ନାରେ ଗ୍ଲାମରସ୍ ପୋଜ୍ ଜରିଆରେ ଫଟୋ ଉଠାଇଥିଲେ। ଏଭଳି ଫଟୋସୁଟ୍ କରିବା ବେଳେ ସେ ଏହା ଉପରେ ଧ୍ୟାନ ଦେଇନଥିଲେ ଯେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଛି। ଏହି ଫିଟନେସ ମଡେଲ ଜଣକ ବାପାଙ୍କ ଶବ ସମ୍ମୁଖରେ ଛିଡ଼ା ହୋଇ ବୋଲ୍ଡ ଫଟୋ ଉଠାଇବା ପରେ ଏହା ସେ ଏହାକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଦେଇଥିଲା। ଯାହା ପରେ ଲୋକେ ତାଙ୍କୁ ସମାଲୋଚନା କରିଥିଲେ। ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।



ଏନେଇ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ ଏହି ମଡେଲ ଝିଅ ତାଙ୍କ ପିତାଙ୍କ ମୃତ ଶରୀର ଆଗରେ ଏଭଳି ହଟ୍ ଫଟୋ (Hot Photo) ଉଠାଇ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ସେତେବେଳେ ସୋସିଆଲ ମିଡିଆ ୟୁଜର (Social Media User) ତାଙ୍କ ସମ୍ବେଦନହୀନତା ଦେଖି ଆଶ୍ଚର୍ଯ୍ୟ ହୋଇଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏପିରିକି ତାଙ୍କୁ ସମ୍ବେଦନଶୀଳାତ ନଥିବା ମହିଳା ବୋଲି କହିବାକୁ ପଛାଇନଥିଲେ। କେବଳ ଏତିକି ନୁହେଁ ଅନେକ ଲୋକ ତାଙ୍କୁ ଏହି ଫଟୋ ହଟାଇବାକୁ କହିଥିଲେ। ଏନେଇ ପ୍ରତିକ୍ରିୟା ରଖି ସେ ବ୍ୟକ୍ତି କହିଛନ୍ତି ଯେ ତାଙ୍କ ନିଜ ପିତାଙ୍କ ମୃତ୍ୟୁରେ କିଏ ଏଭଳି ନିଜ ଶରୀରକୁ ପ୍ରଦର୍ଶିତ କରିଥାଏ?



ପିତାଙ୍କ ମୃତଦେହ ସାମ୍ନାରେ ଫଟୋ ଉଠାଇଥିବା ଫିଟନେସ ମଡେଲ ଜାୟେନା ରିଭେରା ଏପରି ଗ୍ଲାମରସ୍ ଫଟୋସୁଟ୍ (Glamorous Photoshoot) କରିବା ବେଳେ ଏକ କଳା ରଙ୍ଗର (Black Color) ସ୍ଲିବ ବ୍ଲେଜର ମିନି ଡ୍ରେସ (Sleeve Blazer Mini Dress) ସହ ପାଦରେ ହିଲ୍ (Heel) ମଧ୍ୟ ପିନ୍ଧିଥିଲେ ଏବଂ ବହୁତ ମେକଅପ୍ ମଧ୍ୟ କରିଥିଲେ। ଫଟୋ ଉଠାଇବା ପାଇଁ ସେ ତାଙ୍କ ପିତାଙ୍କ ମୃତଦେହ ସାମ୍ନାରେ ଏପରି ଢଙ୍ଗରେ ଠିଆ ହୋଇଥିଲେ। 


Also Read: ଅଟୋରିକ୍ସା ଡ୍ରାଇଭର ସହ ଫେରାର ହେଲେ କୋଟିପତି ମାଲିକାଣି; ସାଥିରେ ନେଇଗଲେ ଏତେଟଙ୍କା


ଏହି ଫଟୋ ପୋଷ୍ଟ କରିବା ବେଳେ ଏହି ଫିଟନେସ ମଡେଲ ଜଣକ ଲେଖିଥିଲେ #rip #papi #veteran #ptsd #funeral #neverforgotten #jaynerivera।