ବାପାଙ୍କୁ ମାଡ ମାରିବା ବେଳେ ଝିଅ ପଚାରିଥିଲେ ଯେ ଯେତେବେଳେ ତୁମର ଦୁଇ ଜଣ ଝିଅ ଅଛନ୍ତି ସେତେବେଳେ ତୁମେ ଅନ୍ୟ ଜଣେ ମହିଳା ସହିତ ପ୍ରେମ ସମ୍ପର୍କ ରଖିବାକୁ ନେଇ ଲଜ୍ଜିତ ନୁହଁ କି?
Trending Photos
ଜୟପୁର: ରାସ୍ତା ମଝିରେ ଦୁଇ ଜଣ ଝିଅ ନିଜ ବାପାଙ୍କୁ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ମିଳିଥିବା ଖବର ଅନୁଯାୟୀ ଏହି ଝିଅଙ୍କ ବାପା ଅନ୍ୟ ଜଣେ ମହିଳାଙ୍କ ସହ ଏକ କାର ଯୋଗେ ଯାତ୍ରା କରୁଥିବା ବେଳେ ଏହି ଗାଡି଼କୁ ସେମାନେ ଜବରଦସ୍ତ ଅଟକାଇବା ସହ ଅନୈତିକ ସମ୍ପର୍କକୁ ନେଇ ଉଭୟଙ୍କୁ ମାଡ଼ ମାରିଥିଲେ।
ରାଜସ୍ଥାନ (Rajasthan) ଭୀଲୱାଡା ଜିଲ୍ଲାର (Bhilwara Dist) ହନୁମାନ ନଗରସ୍ଥିତ (Hanuman Nagar) କୁଚଲୱାଡା ରାସ୍ତାରେ (Kuchalwara Road) ଏହି ଘଟଣା ଘଟିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାପାଙ୍କୁ ମାଡ ମାରିବା ବେଳେ ଝିଅ ପଚାରିଥିଲେ ଯେ ଯେତେବେଳେ ତୁମର ଦୁଇ ଜଣ ଝିଅ ଅଛନ୍ତି ସେତେବେଳେ ତୁମେ ଅନ୍ୟ ଜଣେ ମହିଳା ସହିତ ପ୍ରେମ ସମ୍ପର୍କ ରଖିବାକୁ ନେଇ ଲଜ୍ଜିତ ନୁହଁ କି?
Also Read: ଅଟୋରିକ୍ସା ଡ୍ରାଇଭର ସହ ଫେରାର ହେଲେ କୋଟିପତି ମାଲିକାଣି; ସାଥିରେ ନେଇଗଲେ ଏତେଟଙ୍କା
ପ୍ରଥମେ ଯେତେବେଳେ ବାପାଙ୍କୁ ମାଡ ମାରିଥିବା ଝିଅ ରାସ୍ତା ମଝିରେ ଏହି କାର ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସେମାନେ ବିଫଳ ହୋଇଥିଲେ। ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରିବାରୁ ଏହି ଗାଡି ଅଟକି ଯାଇଥିଲା। ଗାଡି ରହିବା ପରେ ଦୁଇ ଝିଅ ନିଜ ବାପାଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ।
ଏ ଘଟଣାରେ ଏହି ଝିଅଦ୍ୱୟ ଦାବି କରିଛନ୍ତି ଯେ ତାଙ୍କ ବାପାଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ରହିଥିବା ଅନୈତିକ ସମ୍ପର୍କ (Extra Marital Affair) କାରଣରୁ ତାଙ୍କ ଘରର ଶାନ୍ତିପୂର୍ଣ୍ଣ ପରିବେଶକୁ ନଷ୍ଟ ହେଉଛି। ଏହି ସମ୍ପର୍କ କାରଣରୁ ତାଙ୍କ ମାଆ ଏକ କଠିନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏବଂ ତାଙ୍କ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।
Also Read: ଯାହାକୁ ଭାବିଥିଲେ କନ୍ୟା ସେ ବାହାରିଲା...
ନିଜ ବାପାଙ୍କ ସହ ସମ୍ପୃକ୍ତ ମହିଳାଙ୍କୁ ମଧ୍ୟ ନିର୍ଘାତ ପଟିଥିଲେ ଏହି ଝିଅ ଦ୍ୱୟ। ଏହା ପରେ ସେହି ମହିଳା ଜଣକ ଘଟଣାସ୍ଥଳରୁ ପଳାୟନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ହନୁମାନ ନଗର ପୋଲିସ ଥାନାରେ (Hanuman Nagar Police Station) ଏନେଇ କୌଣସି ଅଭିଯୋଗ କରାଯାଇନାହିଁ।