Raod Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଗୋଟିଏ ପରିବାରର ୫ ସଦସ୍ୟ। ଆଉ ଏହି ଛାତିଥରା ଦୁର୍ଘଟଣାରୁ ବର୍ତ୍ତି ଯାଇଛି ପୋଷା କୁକୁର। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। କର୍ଣ୍ଣାଟକ ରାମନଗର ଜିଲ୍ଲାର ମାଗାଡି ଅଞ୍ଚଳରେ କାର୍- ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Nisa Moharana Viral Video: ଲାଜ ସରମ ପୋଡ଼ି ଖାଇଲେ ଅଭିନେତ୍ରୀ ନିଶା ମହାରଣା , ଯାତ୍ରା ମଞ୍ଚରେ କଲେ କିଛି ଏମିତି, ଦେଖନ୍ତୁ ଭିଡିଓ


ALSO READ: Budh Uday 2024: ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସାଙ୍ଗକୁ...


ସୂଚନା ଅନୁସାରେ, କର୍ଣ୍ଣାଟକର ତୁମାକୁର ଜିଲ୍ଲାରେ ରହୁଥିବା ଏକ ପରିବାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ହେଲେ ଏହି ସମୟରେ କାରଟି ରାମନଗର ଜିଲ୍ଲାର ମାଗାଡି ଅଞ୍ଚଳରେ ଯାଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଏକ ଟ୍ରକ୍ ସହ ପିଟି ହୋଇଯାଇଥିଲା । ଫଳରେ କାର୍ ମଧ୍ୟରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କାର୍ ମଧ୍ୟରେ ଥିବା ପୋଷା କୁକୁରଟି ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କାର୍ ମଧ୍ୟରୁ ମୃତ ଦେହ ଗୁଡିକୁ ପୋଷ୍ଟମଟମ୍ ପାଇଁ ପଠାଇଛି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।