ନୂଆଦିଲ୍ଲୀ: ଆମ ଦେଶର ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦିଙ୍କ (Narendra Modi) ସୁରକ୍ଷା ବ୍ୟବସ୍ଥା ଦେଶରେ ସବୁଠାରୁ ଶକ୍ତିଶାଳୀ । ହିନ୍ଦୀର ଏକ ଲୋକକଥା ଅନୁଯାୟୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, କୋଇ ପରିନ୍ଦା ଭି ପର୍ ନହିଁ ମାର୍ ସକ୍ତା । ଏଥିପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। SPG କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରିଥାନ୍ତି । ସେନା ଏବଂ ପୋଲିସ କର୍ମଚାରୀଙ୍କ ସହିତ ତାଲିମପ୍ରାପ୍ତ କୁକୁରମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କ୍ରମରେ ସ୍ୱଦେଶୀ ପ୍ରଜାତିର କୁକୁର 'ମୁଧୋଲ ହାଉଣ୍ଡ' ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଆଉ ଏହି ବ୍ରିଡର କୁକୁର ମୁଧୋଲ ହାଉଣ୍ଡ ଭାରତୀୟ ବାୟୁସେନା ଏବଂ ଅନ୍ୟାନ୍ୟ ସରକାରୀ ବିଭାଗରେ କାର୍ଯ୍ୟ କରିସାରିଛି।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁଧୋଲ ହାଉଣ୍ଡକୁ ଏହା ପ୍ରଥମ ଥର ପାଇଁ ସୁଯୋଗ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ଦଳରେ ମୁଧୋଲ ହାଉଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ପିଏମ ମୋଦିଙ୍କ ସୁରକ୍ଷା ପାଇଁ ମନୋନୀତ ହୋଇଥିବା ମୁଧୋଲ ହାଉଣ୍ଡ ଏବେ ମଧ୍ୟ ଛୋଟ, ଯିଏ ଚାରି ମାସର କଠୋର ତାଲିମ ପରେ ଦଳରେ ସାମିଲ ହେବ ।


ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଦଳରେ ମୁଧୋଲ ହାଉଣ୍ଡଙ୍କୁ ଅନ୍ତର୍ଭୁକ୍ତ କରିବାର କାରଣ ହେଉଛି ଏହାର ସ୍ୱତନ୍ତ୍ର କାର୍ଯ୍ୟ ଶକ୍ତି ଏବଂ ଚମତ୍କାର ବଳ। ରୂପରେ ପତଳା କିନ୍ତୁ ମଜଭୁତ ବଳ ସହିତ ମୁଧୋଲ୍ ହାଉଣ୍ଡ ଥରେ ଯଦି ଶିକାରକୁ ଧରେ ତେବେ ଶୀକାରି ତା ମୁହଁରୁ ଖସିବା ମୁସକିଲ ହିଁ ନୁହେଁ ଅସମ୍ଭବ ହୋଇପଡ଼େ। ଏହି କୁକୁରମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଦୌଡ଼ିବାର କ୍ଷମତା ରଖିଥାନ୍ତି । କେବଳ ଏତିକି ନୁହେଁ ଏହି ବ୍ରିଡର କୁକୁର ତିନି କିଲୋମିଟର ଦୂରରୁ ଯେକୌଣସି ଜିନିକୁ ଶୁଙ୍ଘିବାର କ୍ଷମତା ରଖିଥାନ୍ତି। ମୁଧୋଲ ହାଉଣ୍ଡର ବିଶେଷ୍ୱତ ହେଉଛି ଏହାର ଦୃଷ୍ଟି ଶକ୍ତି । କୁକୁରମାନଙ୍କର ସାଧାରଣତଃ ଦୃଷ୍ଟି ଶକ୍ତି ସାମାନ୍ୟତଃ ଦୁର୍ବଳ ଥାଏ | । ହେଲେ ନିଜ ଆଘ୍ରାଣ ଏବଂ ଶ୍ରବଣ ଶକ୍ତି ହେତୁ ସେମାନେ ଚମତ୍କାରିତା ଦେଖାନ୍ତି, କିନ୍ତୁ ମୁଧୋଲ ହାଉଣ୍ଡର ବହୁତ ତୀକ୍ଷ୍ଣ ଆଖି ଥିବା କୁହାଯାଏ । 


ପ୍ରଧାନମନ୍ତ୍ରୀଙ୍କ ଚାରିପାଖରେ ପ୍ରଥମ ସୁରକ୍ଷା ସର୍କଲରେ ଏସପିଜି ଯବାନ ରହିଥାନ୍ତି, କିନ୍ତୁ ଏହା ପରେ ଅନ୍ୟ ତିନୋଟି ସର୍କଲ ଜିଲ୍ଲା ପ୍ରଶାସନର ଦାୟିତ୍ୱ ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ଏକ ହଜାରରୁ ଅଧିକ କମାଣ୍ଡୋ ବିଭିନ୍ନ ସର୍କଲରେ ନିୟୋଜିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଜଡିତ ଏସପିଜି କର୍ମଚାରୀଙ୍କୁ ଆମେରିକାର ସିକ୍ରେଟ୍ ସର୍ଭିସର ନିର୍ଦ୍ଦେଶାବଳୀ ଅନୁଯାୟୀ ତାଲିମ ଦିଆଯାଇଥାଏ। ସେମାନଙ୍କ ପାଖରେ MNF-2000 ଅସଲ୍ଟ ରାଇଫଲ, ସ୍ୱୟଂଚାଳିତ ବନ୍ଧୁକ ଏବଂ 17 ଏମ ରିଭଲଭର ଭଳି ଅତ୍ୟାଧୁନିକ ଅସ୍ତ୍ର ରହିଥାଏ। ଆଉ ଏହାରି ମଧ୍ୟରେ ମୁଧୋଲ ହାଉଣ୍ଡର ଉପସ୍ଥିତି ଶତ୍ରୁକୁ ଥରହର କରିପକାଇବ। 


ଅଧିକ ପଢନ୍ତୁ: ମୁଣ୍ଡ ବିନ୍ଧାଉଛନ୍ତି କଂଗ୍ରେସ ପରିବାର, ରାହୁଲଙ୍କୁ ମନାଇବାକୁ ପ୍ରୟାସ ଜୋରଦାର