ନୂଆଦିଲ୍ଲୀ: Russia-Ukraine War, G7 Summit 2022: ଆମେରିକା (America) ସମେତ ଏହାର ସହଯୋଗୀ ରାଷ୍ଟ୍ରମାନେ ଭାରତ (India) ଉପରେ ଲଗାମ ଲଗାଇବାକୁ ଆସ୍ତେ ଆସ୍ତେ ପ୍ରୟାସ ଆରମ୍ଭ କଲେ । କାରଣ ୟୁକ୍ରେନ (Ukraine) ରେ ଋଷ (Russia) ର ଆକ୍ରମଣ ଉପରେ ଭାରତର ନିରପେକ୍ଷ ଆଭିମୁଖ୍ୟ ମୁଖ୍ୟ ପ୍ରସଙ୍ଗ ଅଟେ । ଖବର ଅନୁସାରେ ଜଣାପଡ଼ିଛି ଆଗାମୀ ଦିନରେ ଜର୍ମାନୀ (Germany) G-7 ବୈଠକ (G-7 meeting) ରେ ଭାରତକୁ ନିମନ୍ତ୍ରଣ ନ କରିବାକୁ ଏକ ପ୍ରକାର ଚିନ୍ତା କରୁଛି । ଏହାର ମୁଖ୍ୟ କାରଣ ହେଲା ଯେତେବେଳେ ଆମେରିକା ୟୁକ୍ରେନ ଓ ଋଷ ବିବାଦକୁ ନେଇ ଋଷ ସହିତ ବାଣିଜ୍ୟ କାରବାର କରିବା ପାଇଁ ସମସ୍ତ ଦେଶ ଉପରେ କଟକଣା ଲଗାଇଛି । ଏହି ସମସ୍ତ କଟକଣାକୁ ନଜର ରଖି ଭାରତ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ ଏହି ସମସ୍ତ ବିବାଦରେ ନୀରବ ହୋଇବସିଛି । କିନ୍ତୁ ଅନ୍ୟପକ୍ଷରେ ନିଜ ଦେଶର ତୈଳ ଆବଶ୍ୟକକୁ ନେଇ ଦୁଇ ମାସ ପୂର୍ବେ ଭାରତ କଠୋର ପଦକ୍ଷେପ ନେଲା । ଋଷ ଦେଇଥିବା ଅଫରକୁ ଭାରତ ହାତ ଛଡ଼ା ନ କରି କମ୍ ଦରରେ ତେଲ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କଲା । ଏଥିରେ ସମସ୍ତ ପାଶ୍ଚାତ୍ୟ ଦେଶ ସିଧାସଳଖ ବିରୋଧ ନ କରି ପରୋକ୍ଷ ଭାବେ ବିରୋଧ ଜାରି ରଖିଛନ୍ତି ।


COMMERCIAL BREAK
SCROLL TO CONTINUE READING

ତେବେ ଖବର ଅନୁସାରେ, ଜର୍ମାନକୁ ହେଉଥିବା ଜି-7 ଦେଶର ବୈଠକରେ ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ପରି ଦେଶକୁ ନିମନ୍ତ୍ରଣ କରାଯାଉଥିବା ବେଳେ ଭାରତ ଭଳି ଏକ ବିଶାଳ ଅର୍ଥ ବ୍ୟବସ୍ଥା ଦେଶକୁ ବେଖାତିର କରିବା ସମସ୍ତକୁ ଚିନ୍ତାରେ ପକାଇଦେଇଛି । ତେବେ ପ୍ରଶ୍ନ ଉଠୁଛି ଯେ ଭାରତ ଯେତେବେଳେ ପଶ୍ଚିମ କିମ୍ବା ଆମେରିକାର ସର୍ତ୍ତକୁ ମାନିବ ସେତେବେଳେ ହିଁ କ'ଣ ଅନୁମତି ମିଳିବ । ପ୍ରତ୍ୟେକ ଦେଶ ନିଜର ସ୍ୱାର୍ଥ ଅନୁଯାୟୀ ବୈଦେଶିକ ନୀତି ସ୍ଥିର କରନ୍ତି । ୟୁକ୍ରେନ ଯୁଦ୍ଧ ଉପରେ ଭାରତ ନୀତି ସ୍ଥିର କରି ଚାଲୁଛି । ଭାରତ ସର୍ବଦା ଏହି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ କରୁଛି ଓ ଅନେକ ଥର ଆଲୋଚନା କରିଛି । ଉଲ୍ଲେଖନୀୟ ବିଷୟ ହେଉଛି, ଜି-7 ଦେଶଗୁଡ଼ିକରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା ଏବଂ ବ୍ରିଟେନ ସାମିଲ ଅଛନ୍ତି ।


ନିକଟ ଅତୀତରେ ଆମେରିକା, ବ୍ରିଟେନର ମନ୍ତ୍ରୀମାନେ ଭାରତ ଗସ୍ତ କରିଛନ୍ତି । ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ସମସ୍ତେ ଭାରତରୁ ସାହାଯ୍ୟ ଲୋଡିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭର୍ଚୁଆଲ ବୈଠକ ମଧ୍ୟ କରିଛନ୍ତି । ତେଣୁ ପ୍ରଶ୍ନ ଉଠିଛି ଯେ ପାଶ୍ଚାତ୍ୟ ଦେଶମାନେ କେତେ ଦିନ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିବେ । ଏସବୁ ମଧ୍ୟରେ ଗୋଟିଏ କଥା ନିଶ୍ଚିତ ଯେ ଭାରତ ନିଜ ସ୍ୱାର୍ଥ ଅନୁଯାୟୀ ଆଗକୁ ବଢ଼ିବାକୁ ଯାଉଛି ।


ଏହା ବି ପଢ଼ନ୍ତୁ:-ଚାଲିଲାନି ଯୋଗୀଙ୍କ ଯାଦୁ! ବାରାଣାସୀରେ ହାରିଲା ବିଜେପି


ଏହା ବି ପଢ଼ନ୍ତୁ:-ଶିବପାଲଙ୍କ ବିଦ୍ରୋହ ପୂର୍ବରୁ ଅଖିଳେଶଙ୍କୁ ଲାଗିଲା ବଡ଼ ଝଟକା! ଆଗରୁ ମିଳିଥିଲା ଏମିତି ଇସାରା


ଏହା ବି ପଢ଼ନ୍ତୁ:-ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା


 


ଜର୍ମାନ ସରକାରୀ ମୁଖପାତ୍ର ଷ୍ଟେଫାନ୍ ହେବ୍ରିଷ୍ଟ୍ରାଟ କହିଛନ୍ତି ଯେ, ସରକାର ଅତିଥି ଦେଶଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ମାତ୍ରେ ଏହା ସାର୍ବଜନୀନ କରାଯିବ । ଉଲ୍ଲେଖନୀୟ ବିଷୟ ହେଉଛି, ମିଳିତ ଜାତିସଂଘର ସାଧାରଣ ସଭା (UNGA) ବୈଠକରେ ଋଷକୁ ମିଳିତ ଜାତିସଂଘର ମାନବାଧିକାର ପରିଷଦ (UNHRC) ରୁ ବାଦ ଦେବା ପାଇଁ ଭୋଟିଂରୁ ଭାରତ ଅନୁପସ୍ଥିତ ଥିଲା । ଭାରତ ସମେତ ମୋଟ ୫୦ଟି ଦେଶ ଭୋଟ୍ ଦେବାରେ ଅନୁପସ୍ଥିତ ଥିଲେ । ଭାରତ ଋଷରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର କ୍ରୟ କରେ, ତେଣୁ ତାକୁ ମଧ୍ୟ ନିଜର ହିତର ଧ୍ୟାନ ରଖିବାକୁ ପଡ଼ିବ ।