ଗାନ୍ଧୀ ମୈଦାନ ବିସ୍ଫୋରଣ: ପିଏମ ମୋଦିଙ୍କ ରାଲିରେ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୯ ଅଭିଯୁକ୍ତ
ପାଟନାର ଗାନ୍ଧୀ ମୈଦାନ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାୟଦାର ଅଲ୍ଲୀ ଓ ମୋଜିବୁଲ୍ଲା ଥିଲେ । କୁହାଯାଉଛି ଯେ ବୋମା ବିସ୍ଫୋରଣ ପରେ ସେ ଡରି ଯାଇଥିଲେ ତେଣୁ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲା ।
ପାଟନା: ବିହାର ରାଜଧାନୀ ପାଟନାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଏନଆଇଏ କୋର୍ଟ (NIA Court) ପାଟନାର ଗାନ୍ଧୀ ମୈଦାନ ବିସ୍ଫୋରଣ ମାମଲାରେ ଶୁଣାଣି ଶେଷ କରିଛନ୍ତି । ଏହି ମାମଲା ରେ ୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟ ଜଣକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
କୋର୍ଟ ଜଣେ ଅଭିଯୁକ୍ତ ଫାକୁରୁଦ୍ଦିନଙ୍କୁ ମୁକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନ ୧ ନଭେମ୍ବରରେ ଦଣ୍ଡବିଧାନର ଶୁଣାଣି ହେବ । କହି ରଖୁଛୁ ଯେ ୨୭ ଅକ୍ଟୋବର ୨୦୧୩ ରେ, ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଗାନ୍ଧୀ ମୈଦାନରେ ବିସ୍ଫୋରଣ ହୋଇଥିଲା । ବିଜେପିର ହୁଙ୍କାର ରାଲିରେ ସିରିଏଲ ବୋମା ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳି ଯାଇଥିଲା । ଏହି ବିସ୍ଫୋରଣ ସମୟରେ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ନେତା ଗାନ୍ଧୀ ମୈଦାନରେ ଉପସ୍ଥିତ ଥିଲେ । ଗାନ୍ଧୀ ମୈଦାନ ପୂର୍ବରୁ ପାଟନା ଜଙ୍କସନରେ ବିସ୍ଫୋରଣ ହୋଇଥିଲା । ପାଟନାରେ ହୋଇଥିବା ଏହି ସିରିଏଲ ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮୪ ଜଣ ଆହତ ହୋଇଥିଲେ ।
ଏହା ବି ପଢ଼ନ୍ତୁ: ହରଭଜନ ଓ ଆମୀରଙ୍କ ମଧ୍ୟରେ ଜୋରଦାର ଲଢ଼େଇ, ଶେଷରେ ଭଜିଙ୍କ ଗୁଗଲିରେ ଆମୀର ଆଉଟ୍
ପାଟନାର ଗାନ୍ଧୀ ମୈଦାନ ବିସ୍ଫୋରଣ ମାମଲାରେ ଏନଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ଓ ଗୋଟିଏ ବର୍ଷ ମଧ୍ୟରେ ୨୧ ଅଗଷ୍ଟ ୨୦୧୪ ରେ ମୋଟ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଏହା ପରେ ଏନଆଇଏ ଟିମ୍ ଏହି ମାମଲାରେ ହାୟଦର ଅଲ୍ଲୀ, ନୋମାନ ଅନସାରୀ, ମୋହଦଙ୍କୁ ଗିରଫ କରିଥିଲା । ମୁଜିବୁଲ୍ଲା ଅନସାରୀ, ଇମତିଆଜ ଆଲାମ, ଅହମ୍ମଦ ହୁସେନ୍, ଫାକରୁଦ୍ଦିନ, ମୋହଦ୍ ଫିରୋଜ ଅସଲମ, ଇମତିଆଜ ଅନସାରୀ, ମୋ ଇଫ୍ଟିକର ଆଲାମ, ଅଜହରୁଦ୍ଦିନ କୁରେଶି ଓ ତୈଫିକ ଅନସାରୀଙ୍କୁ ଗିରଫ କରାଯାଇଥିଲା ।
ଏହା ବି ପଢ଼ନ୍ତୁ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସୁପ୍ରିମକୋର୍ଟ ଦେଲେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ
ପାଟନାର ଗାନ୍ଧୀ ମୈଦାନ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାୟଦାର ଅଲ୍ଲୀ ଓ ମୋଜିବୁଲ୍ଲା ଥିଲେ । କୁହାଯାଉଛି ଯେ ବୋମା ବିସ୍ଫୋରଣ ପରେ ସେ ଡରି ଯାଇଥିଲେ ତେଣୁ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲା । ଏହି ସମୟରେ ପଚରାଉଚରା ବେଳେ ସେ ଅପରାଧ ସ୍ୱୀକାର କରିଥିଲେ । ପଚରାଉଚୁରାରେ ସେ କହିଥିଲେ ଯେ ହୁଙ୍କାର ରାଲିକୁ ଦୋହଲାଇବା ପାଇଁ ସେ ଓ ତାଙ୍କ ପୁରା ଟିମ୍ ସହିତ ଗାନ୍ଧୀ ମୈଦାନରେ ପହଞ୍ଚିଛନ୍ତି । ଯେତେବେଳେ ଗିରଫ ହୋଇଥିବା ଆତଙ୍କବାଦୀ ଇମତିଆଜଙ୍କୁ ଏନଆଇଏ ଟିମ୍ କଠୋର ପଚରାଉଚରା ଆରମ୍ଭ କଲା, ସେତେବେଳେ ସେ ଅନେକ ନାମ ବଖାଣି ଥିଲେ । ଏହା ପରେ, ଯାଞ୍ଚକାରୀ ସଂସ୍ଥା ମାଷ୍ଟର ମାଇଣ୍ଡ ମୋନୁ ଛଦ୍ମନାମ ତହସିନଙ୍କ ସମେତ ଦୁଇ ଡଜନରୁ ଅଧିକ ଆତଙ୍କବାଦୀଙ୍କୁ ଧରିଥିଲେ । ଏହା ପରେ ବୁଦ୍ଧ ଗୟା ବିସ୍ଫୋରଣ ମାମଲା ମଧ୍ୟ ଏହି ଆତଙ୍କବାଦୀଙ୍କ ବୟାନରୁ ପ୍ରକାଶ ପାଇଛି ।