ନୂଆଦିଲ୍ଲୀ: ବିଶ୍ୱ ସମେତ ସମଗ୍ର ଦେଶରେ ଏବେ ଜାରି ରହିଛି କୋରୋନା ସଂକଟ । ଏହି ମହମାରୀର ମୁକାବିଲା ଲାଗି ସାମାଜିକ ଦୂରତା ରକ୍ଷା ଉପରେ ଦିଆଯାଉଛି ଗୁରୁତ୍ୱ । ଏହାକୁ ଦୃଷ୍ଟିରେ ରଖି ଅନେକ ସାର୍ବଜନୀନ କାର୍ଯ୍ୟକ୍ରମର ଆୟୋଜନକୁ ବନ୍ଦ କରାଯାଇଛି । ଯାହା ମଧ୍ୟରେ ରହିଛି ଚଳିତ ବର୍ଷର ଗଣେଶ ପୂଜା । ଚଳିତ ବର୍ଷ ଅଗଷ୍ଟ ୨୨ ତାରିଖରେ ପାଳିତ ହେବାକୁ ଯାଉଛି ବିଦ୍ୟାଦାତା ଗଣପତିଙ୍କ ପୂଜା ।



COMMERCIAL BREAK
SCROLL TO CONTINUE READING

 


 


 


ହେଲେ ଚଳିତ ବର୍ଷ କୋରୋନା ସଂକଟ କାରଣରୁ ଫିକା ପଡିଯାଇଛି ଗଣେଶ ପୂଜା ପାଳନ । ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଗଣପତିଙ୍କ ମୂର୍ତ୍ତି ନିର୍ମାଣ କରୁଥିବା ମୂର୍ତ୍ତି କାରିଗର । କାରଣ ନିଜର ନିର୍ମାଣଶୈଳୀ ମାଧ୍ୟମରେ ମାଟିରୁ ନିର୍ମିତ ମୂର୍ତ୍ତିକୁ ଜୀବନ୍ତ ରୂପ ପ୍ରଦାନ କରିଥାନ୍ତି । ହେଲେ ଏବେ ରୋଜଗାରକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ସେମାନେ।


  


ବର୍ଷ ବର୍ଷ ଧରି ଚାଲି ଆସୁଥିବା ଗଣେଶ ପୂଜା ଏଥର ମଧ୍ୟ ମହା ଆଡମ୍ବରରେ ପାଳିତ ହୋଇଥାନ୍ତା ଗଣେଶ ପୂଜା, ଯଦି କୋରୋନାର ପ୍ରକୋପ ମଣିଷ ସମାଜ ଉପରେ ପଡିନଥାନ୍ତା । ହେଲେ ଚଳିତ ଥର ଉଭୟ ମୂର୍ତ୍ତି କାରିଗର ଏବଂ ଭକ୍ତଙ୍କୁ ଗଣେଶ ପୂଜା ଆୟୋଜନ କରିବାକୁ ନେଇ ଅସୁବିଧାର ସାମ୍ନା କରିବାକୁ ପଡିଛି ।       


ଦିନକୁ ଦିନ ଗଣେଶ ପୂଜା ପାଖେଇ ଆସୁଥିବା ବେଳେ ଏଥର ମୂର୍ତ୍ତି ନିର୍ମାଣ ଲାଗି କାରିଗରଙ୍କୁ ଅର୍ଡର ମିଳିନାହିଁ । ଯାହାକୁ ନେଇ ହତାଶ ହୋଇ ପଡିଛନ୍ତି କାରିଗର । ପ୍ରତ୍ୟେକ କ୍ଷେତ୍ରରେ ପଡିଛି କୋରୋନାର ପ୍ରଭାବ । ଯାହା ଫଳର ମୂର୍ତ୍ତି କାରବାର ମଧ୍ୟ ପ୍ରଭାବିତ ହୋଇଛି । ଗଣେଶ ପୂଜା ଲାଗି ଦେଶରେ ପ୍ରସିଦ୍ଧି ଲାଭ କରିଥିବା ମହାରାଷ୍ଟ୍ରର ମୂର୍ତ୍ତି କାରିଗର ଚଳିତ ବର୍ଷ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । କାରଣ ସେମାନେ ଗଣେଶ ପୂଜା ଅବସରରେ ମୂର୍ତ୍ତି ନିର୍ମାଣ କରି ବେଶ ଦୁଇ ପଇସା ରୋଜଗାର କରି ଚଳୁଥିଲେ । ଏପରିକି ଛୋଟ ଛୋଟ ମୂର୍ତ୍ତି କାରବାର ମଧ୍ୟ ପ୍ରଭାବିତ ହୋଇଛି । 



 


ବଡ ମୂର୍ତ୍ତି ନିର୍ମାଣ ଲାଗି ମିଳି ନାହିଁ ଅର୍ଡର 


କୋରୋନା ମାଡରେ ପ୍ରଭାବିତ ହୋଇଛି ମୂର୍ତ୍ତି ନିର୍ମାଣ। ଦେଶର ଅନ୍ୟ କୋଣ ଅନୁକୋଣରେ ଅବସ୍ଥା ଅଧିକ ସମାନ। ହରିୟାଣାର ଅମ୍ବାଲାରେ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ କହିଛନ୍ତି ଏଥର ପୂଜା ଲାଗି ଗଣେଶ ମୂର୍ତ୍ତିର ଚାହିଦା ବହୁତ ସୀମିତ ରହିଛି । ଏପରିକି ଅନେକ ସ୍ଥାନରେ ପୂଜାକୁ ମଧ୍ୟ ବାତିଲ କରାଯାଇଛି । ପୂଜା ଲାଗି କେବଳ ଛୋଟ ଛୋଟ ମୂର୍ତ୍ତି ଅର୍ଡର ମିଳିଛି, ହେଲେ ବଡ ପ୍ରତିମୂର୍ତ୍ତି ଲାଗି ନାହିଁ । ଯାହା କାରିଗରଙ୍କୁ ଅଧିକ ଲାଭ ପ୍ରଦାନ କରିଥାଏ । କୋରୋନା ସଂକଟରେ ପ୍ରଭାବିତ ହୋଇଛନ୍ତି ବେଙ୍ଗାଲୁରୁର ମୂର୍ତ୍ତି କାରିଗର । ଗତ ବର୍ଷ ପ୍ରାୟ ୪୦୦୦ ପ୍ରତିମା ବିକିଥିବା ନେଇ କହିଛନ୍ତି ଜଣେ ମୂର୍ତ୍ତି କାରିଗର । 


 




ଅନ୍ୟପଟେ ଛତିଶଗଡର ଜଣେ କାରିଗର କହିଛନ୍ତି ବିଗତ ୪୦ ବର୍ଷ ଧରି ମୁଁ ମୂର୍ତ୍ତି ନିର୍ମାଣ କରି ଆସୁଛି । ଲୋକେ ପ୍ରତି ବର୍ଷ ବେଶ ଧୂମ ଧାମରେ ଗଣପତିଙ୍କ ପୂଜା କରି ଆସୁଥିଲେ । ହେଲେ ମୂର୍ତ୍ତି ନେବା ଲାଗି କୌଣସି ଗ୍ରାହକ ଆସିନାହାଁନ୍ତି । ଯେତିକି ପରିମାଣରେ ମୂର୍ତ୍ତି ନିର୍ମାଣ କରାଯାଇଛି ତାହା ଆଙ୍ଗୁଠି ଗଣତି । ଚଳିତ ବର୍ଷ ୩ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନେବାକୁ କେହି ଜଣାଇନାହାଁନ୍ତି ।