Top 10 News Today: ରାତି ପାହିଲେ ନିର୍ବାଚନ ଫଳ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2276762

Top 10 News Today: ରାତି ପାହିଲେ ନିର୍ବାଚନ ଫଳ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ଦିନ ତମାମର ୧୦ଟି ବଡ଼ ଖବର ଜାଣନ୍ତୁ ସଂକ୍ଷେପରେ

Top 10 News Today: ରାତି ପାହିଲେ ନିର୍ବାଚନ ଫଳ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today:

01- ୦୪ ଜୁନରେ ଭାରତୀୟ ଗଣତନ୍ତ୍ର ଇତିହାସରେ ଆଉ ଏକ ଅଧ୍ୟାୟ ଯୋଗ କରିବ ଏହି ଦିନ। ସକାଳ ୮ଟାରୁ ଗଣତି ଆାରମ୍ଭ ହେବ। ରାଜ୍ୟର ୭୦ଟି ଗଣତି କେନ୍ଦ୍ରରେ ଏଥିଲାଗି ସବୁ ବ୍ୟବସ୍ଥାକୁ ଆପଣା ଯାଇଛି। ଗଣତି କେନ୍ଦ୍ର ଭିତରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ନିୟମ ଅନୁସାରେ ଗଣତି କର୍ମଚାରୀଙ୍କ ସହ ପ୍ରତିନିଧିଙ୍କ ଏଜେଣ୍ଟ, ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଆଉ ବାହାରେ ଭୋଟରଙ୍କ ଲାଗି ସୂଚନା ଦେବାକୁ ପ୍ରତି ଗଣତି କେନ୍ଦ୍ର ଆାଗରେ ମାଇକ୍‍ ଓ ଡିସ୍‍ପ୍ଲେ ବୋର୍ଡ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। 

02- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ୧୪୭ଟି ବିଧାନ ସଭା ଆସନ ଭିତରୁ ୮ ବିଧାନସଭା ଆସନ ଲାଗି ଗଣତି ରାଉଣ୍ଡ ସଂଖ୍ୟା ୩୦ରୁ ଅଧି ହେବ । ସେଗୁଡ଼ିକ ହେଲା, ରାଇରଙ୍ଗପୁର ସାରସକଣା, ଆଳି, ଚିତ୍ରକୋଣ୍ଡା, ପାଟକୁରା, ବିଷମ କଟକ, ଲୁଇସିଂହା ଏବଂ ଭୁବନେଶ୍ୱର।  ଏଠାରେ ଫଳାଫଳ ଆସିବା ଟିକେ ବିଳମ୍ବ ହେବା ସ୍ୱଭାବିକ। ଅନ୍ୟ ଗଣତି କେନ୍ଦ୍ରରେ ଗଣତି ରାଉଣ୍ଡ ସଂଖ୍ୟା ୩୦ରୁ କମ୍‍। 

03- ବିଧି ଅନୁସାରେ ଆଜି ରାଜ୍ୟପାଳ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ସଂସଦୀୟ ବ୍ୟପାର ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁସାରେ ଯେଉଁଦିନ ନବ ନିର୍ବାଚିତ ବିଧାନସଭା ଗଠନ ହେବ ସେଦିନ ପୁରୁଣା ବିଧାନସଭାର ସ୍ୱୟଂ ଭଙ୍ଗ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ନିଷ୍ପତ୍ତି ନେବା ପରେ ରାଜ୍ୟପାଳ ତାହାକୁ ଅନୁମୋଦନ କରିଛନ୍ତି।

04- ରାଜ୍ୟରେ ଅଂଶୁଘାତ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି। ସରକାରୀ ଭାବେ ଗତ ୨୪ ଘଣ୍ଟାରେ ଗଲାଣି ୪ ଜୀବନ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ୧୪୭ଟି ଅଂଶୁଘାତ ମାମଲା ସାମ୍ନାକୁ ଆସିଥିଲା ତେବେ ସେମଧ୍ୟରୁ ୫୦ଟିକୁ ତଦନ୍ତ ପରିସରଭୁକ୍ତ କରାଯିବା ପରେ ଜଣାପଡିଥିଲା ଯେ, ୨୦ଟି ମାମଲା ଅଂଶୁଘାତ ଜନିତ ହୋଇନଥିବା ସମୟରେ ୩୦ ମାମଲା ଅଂଶୁଘାତ ଜନିତ ମୃତ୍ୟୁ ।

05- ତେଲଗୁ ଅଭିନେତ୍ରୀ ହେମାଙ୍କୁ ଡ୍ରଗ୍ସ ସେବନ କେସରେ ଗିରଫ କରିଛି ତେଲେଙ୍ଗାନା ପୋଲିସ । ହେମା ଡ୍ରଗ୍ନ ନେଇଥିବା ଅଭିଯୋଗ ପରେ ତାଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା । କିନ୍ତୁ ସେ ପୋଲିସ ତଦନ୍ତ ସମୟରେ ନାନା ବାହାନା କରି ଡ୍ରଗ୍ସ ନେଇନଥିବା ଯୁକ୍ତି ବାଢିଥିଲେ । ରେଭ୍ ପାର୍ଟିରେ ସେ ସାମିଲ ନଥିଲେ ବୋଲି ପୋଲିସକୁ କହିଥିଲେ ।

06- ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ । କୀର୍ତ୍ତନ ଚକଡା ନିକଟରେ ଦୁଇଜଣ ଯୁବକ ଫଟୋ ଉଠାଇ ଭାଇରାଲ କରିଥିବା ଜଣାପଡ଼ିଛି। ଏହି ଫଟୋକୁ ପୁରୀ ଅଞ୍ଚଳର ଅନିଲ କୁମାର ସ୍ୱାଇଁ ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଦୁଇ ଯୁବକ କିଏ ତାହା ଜଣାପଡିନାହିଁ। ମାତ୍ର ମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ଉପରେ କଟକଣା ଥିବା ବେଳେ ମୋବାଇଲ କେମିତି ଗଲା ଓ କିଭଳି ଫଟୋ ଉଠାଗଲା ବୋଲି ପ୍ରଶ୍ନ କରିଛନ୍ତି। ପୁରୀ ଏସପି ଏ ସମ୍ପର୍କରେ କହିଛନ୍ତି ଯେ, ଏହା ପୁରୁଣା ଫଟୋ ବୋଲି ଝଣାପଡିଛି । ପ୍ରକୃତ ସତ୍ୟ ତଦନ୍ତ ପରେ ଜଣାପଡିବ ।

07- ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ୬୫,୭୪୨ ପରୀକ୍ଷାର୍ଥୀ ଏଥିଲାଗି ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ଭିତରୁ   ୫୬,୦୦୦ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ର଼୍ୟାଙ୍କ ମିଳିଛି। ଏହି ର଼୍ୟାଙ୍କ କାର୍ଡ ଅନୁସାରେ ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ସେମାନଙ୍କୁ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି.ଫାର୍ମା, ଏଲ୍‌ଇ-ଟେକ୍‌, ଏଲ୍‌ଇ-ଟେକ୍‌ (ବିଏସ୍‌ସି), ବି କ୍ୟାଟ୍‌, ଏମ୍‌ବିଏ, ଏମ୍‌ସିଏ, ଏଲ୍‌ଇ-ଫାର୍ମା,ଏମ୍‌ ଫାର୍ମା, ଏମ୍‌ ଆର୍ଚ, ଏମ୍‌ ପ୍ଲାନ୍‌, ଏମ୍‌ ଟେକ୍‌ ରେ ନାମ ଲେଖିବା ସୁଯୋଗ ମିଳିବ।

08- କିଛି ଦିନର ବ୍ୟବଧାନ ମଧ୍ୟରେ କାଶ୍ମୀରରେ ପୁଣି ଏନକାଉଣ୍ଟର ହୋଇଛି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ନିହାମା ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଅପରେସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ରଖାଯାଇଛି । ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପ୍ରାୟ ଦୁଇ ଜଣ ଆତଙ୍କୀ ସ୍ଥାନୀୟ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ପୁରା ଏରିଆ ଏବେ କର୍ଡନ କରାଯାଇଛି ।

09- କାଲିମେଳାରେ ଡାକ୍ତର ଅମ୍ଳାନ ଭୋଇଙ୍କ ନିଖୋଜ ଘଟଣାରେ ଏସପିଙ୍କୁ ଭେଟିଛନ୍ତି ଅମ୍ଳାନଙ୍କ ବାପା । ଅମ୍ଳାନ କେଉଁଠି ଅଛନ୍ତି ତାଙ୍କୁ କିଏ ଅପହରଣ କରିଛା ନା ଅନ୍ୟ କିଛି କାରଣ ରହିଛି ସେ ରହସ୍ୟ ପଦାକୁ ଆଣିବା ପାଇଁ ଅମ୍ଳାନଙ୍କ ବାପା ଏସପିଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି ।

10- ପାଣିପାଗ ବିଭାଗ ଆକଳନ ତଥ୍ୟ ଅନୁଯାୟୀ, କାଲି ସମ୍ୱଲପୁର ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା, ବରଗଡ ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟଲାଗଡ଼, ଫୁଲବାଣୀ, ଭବାନୀପାଟଣା, ନୂଆପଡାରେ ତାପମାତ୍ରା ୪୦ ପାର୍ କରିବ । ତେବେ ସବୁଠୁ ଅଧିକ ତାତି ଟିଟିଲାଗଡରେ ଅନୁଭୂତ ହୋଇପାରେ ବୋଲି ଆକଳନ କରାଯାଇଛି । ତେବେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ତାପମାତ୍ରା କମ ରହିବାର ସମ୍ଭାବନା ରହିଛି ।

Also Read- Ice-Cream ଖାଉଥିଲେ ହୋଇପାରେ ୬ଟି ବଡ଼ କ୍ଷତି

Also Read- Angarak Yog: ରାହୁ ମଙ୍ଗଳଙ୍କ ମିଳନରୁ ସ୍ୱତନ୍ତ୍ର ଯୋଗ, ୩ ରାଶିକୁ ମିଳିବ ଲାଭ