ଡେରାଡୁନ: ପାହାଡି ରାଜ୍ୟ ଉତ୍ତରଖଣ୍ଡର ଚମୋଲି ଜିଲ୍ଲାରେ ସୁମନା କ୍ଷେତ୍ର ଠାରେ ଗ୍ଲେସିୟର ଭାଙ୍ଗିଛି। ଏସମ୍ପର୍କରେ ଖବର ପାଇବା ପରେ ବିଆରଓ କମ୍ପାଣ୍ଡର ମନୀଷ କପିଲ ଘଟଣାସ୍ଥଳ ଅଭିମୁଖେ ବାହାରି ପଡିଛନ୍ତି।  ଯେଉଁଠାରେ ଏହି ଘଟଣା ଘଟିଛି ତାହା ଚୀନ ସୀମାନ୍ତବର୍ତ୍ତୀ ଅଞ୍ଚଳ।       


COMMERCIAL BREAK
SCROLL TO CONTINUE READING

ସୁମନା କ୍ଷେତ୍ର ଠାରେ ବର୍ଡର ରୋଡ ଅର୍ଗାନାଇଜେସନ-ବିଆରଓ (Border Road Organization-BRO) ପକ୍ଷରୁ ସଡକ ନିର୍ମାଣ ଚାଲିଛି। ଗ୍ଲେସିୟର ଭାଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖି ବିଆରଓ କମ୍ପାଣ୍ଡର ମନୀଷ କପିଲ କହିଛନ୍ତି ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡିନାହିଁ। ଏନେଇ ଯାଞ୍ଚ କରାଯାଉଛି। 


Also Read: Uttarakhand Glacier Burst: ୪୧ ଶବ ଉଦ୍ଧାର, ୧୬୪ ନିଖୋଜ


ପାହାଡି ରାଜ୍ୟ ଉତ୍ତରଖଣ୍ଡସ୍ଥିତ (Uttrakhand) ଚମୋଲି (Chamoli) ଜିଲ୍ଲାର ମଲାରୀ ଘାଟି (Malari Valley) ଠାରେ ଗ୍ଲେସିୟର (Glacier) ଭାଙ୍ଗି ଥିବା ନେଇ ଜଣାପଡିଛି। ଏଠାରେ ସଡକ ନିର୍ମାଣ କାର୍ଯ୍ୟ ଚାଲିଛି। ଏ ଘଟଣା ବାବଦରେ ଖବର ପାଇବା ପରେ ଯୋଶୀମଠ (Joshimath) ଠାରୁ ଘଟଣାସ୍ଥଳ ଅଭିମୁଖେ ବାହାରି ପଡିଛି ବିଆରଓ ଟିମ। ଲଗତାର ବର୍ଷା ଏବଂ ବରଫପାତ କାରଣରୁ ଏଠାରେ ଟିମକୁ ଘଟଣାସ୍ଥଳରେ ପହଞ୍ଚିବାକୁ ସମୟ ଲାଗିପାରେ।  


Also Read: Uttarakhand Glacier Burst: ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ITBP-Chinook


ଏଠାରେ କୌଣସି ଜନବସତି ନାହି। ଏହା ଏକ ସାମରିକ ଅଞ୍ଚଳ। ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ତାହା ଯୋଶୀମଠ ଠାରୁ ୯୦ କିମି ଦୂରରେ ଅବସ୍ଥିତ। ଏଠାରେ କୌଣସି ସଞ୍ଚାର ନେଟୱାର୍କ ବ୍ୟବସ୍ଥା ନାହିଁ।  ଚମୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାକାରୀ ନନ୍ଦକିଶୋର ଯୋଶୀ କହିଛନ୍ତି ସେଠାରେ ବିଆରଓ ପକ୍ଷରୁ ଚାଲିଥିବା ସଡକ ନିର୍ମାଣ କାର୍ଯ୍ୟରେ ନିୟୋଜିକ ହୋଇଥିବା ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି।