ଏହା ଉପରେ ପ୍ରତିକ୍ରିୟା ରଖି ଚମୋଲି ଜିଲ୍ଲାପାଳ କହିଛନ୍ତି ଉଦ୍ଧାର ଅଭିଯାନ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି।
Trending Photos
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ଗ୍ଲେସିୟର ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୪୧ ଶବ ଉଦ୍ଧାର ହୋଇଥିବା ୧୬୪ ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ତପୋବନ ଟନେଲ ଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଫେବୃଆରୀ ୧୪ ତାରିଖ ରବିବାର ସକାଳେ ତପୋବନ ଟନେଲ (Tapovan Tunnel) ମଧ୍ୟରୁ ଗୋଟିଏ ଶବ ମିଳିବା ପରେ ଉଦ୍ଧାର ଅଭିଯାନ ଜାରି ରହିଥିଲା। ଘଣ୍ଟାଏ ପରେ ଆଉ ଏକ ଶବ ଉଦ୍ଧାର କରାଯାଇଥିଲା।
Also Read: ଉତ୍ତରାଖଣ୍ଡ ବିପର୍ଯ୍ୟୟ: ବଢୁଛି ମୃତାହତଙ୍କ ସଂଖ୍ୟା, ଡ୍ରୋନ ଲଗାଇ ତଦାରଖ କରୁଛନ୍ତି ଉଦ୍ଧାରକାରୀ ଦଳ
ଏହା ଉପରେ ପ୍ରତିକ୍ରିୟା ରଖି ଚମୋଲି ଜିଲ୍ଲାପାଳ (Chamoli Collector) ସ୍ୱାତୀ ଭଦୋରିଆ (Swati Bhadauria) କହିଛନ୍ତି ଉଦ୍ଧାର ଅଭିଯାନ (Rescue Operation) ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି। ରବିବାର ଉଦ୍ଧାର ହୋଇଥିବା ଶବ ଦ୍ୱୟକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁ କିପରି ହୋଇଥିଲା ତାହା ଜଣାପଡିବ।
Also Read: Uttarakhand Glacier Burst: ୩୩ ମୃତଦେହ ଉଦ୍ଧାର, ଉଦ୍ଧାର ଅଭିଯାନ ଜାରି
ରାଜ୍ୟର ଚମୋଲି ଜିଲ୍ଲାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଘଟଣାରେ ଚାଲିଥିବା ଉଦ୍ଧାର ଅଭିଯାନ ସମ୍ପର୍କରେ ପ୍ରତିକ୍ରିୟା ରଖି ଉତ୍ତରାଖଣ୍ଡ ପୋଲିସ ଡିଜି (Uttrakhand Police DG) ଅଶୋକ କୁମାର କହିଛନ୍ତି ରବିବାର ସକାଳ ୫ଟା ବେଳେ ଗୋଟିଏ ଏବଂ ୬ଟା ବେଳେ ଅନ୍ୟ ଏକ ଶବ ଉଦ୍ଧାର ହୋଇଥିଲା। ଯେଉଁଦିନ ଦିନ ଦୁର୍ଘଟଣା ଘଟିଥିଲା ସେ ଦିନ ସେମାନଙ୍କ ମୃତ୍ୟୁ ହୋଇଥାଇପାରେ। ଉଦ୍ଧାର କାର୍ଯ୍ୟ ଲାଗି ଟନେଲ ଆହୁରି ଖୋଲାଯାଉଛି। ଘଟଣାସ୍ଥଳରେ ଛାନଭିନ କରାଯାଉଛି। ଡ୍ରିଲିଂ ଅପରେସନ (Drilling Opearation) କାରଣରୁ ସୁଡଙ୍ଗ ଖୋଲିବା କାର୍ଯ୍ୟ ଧିମେଇଛି।