Uttarakhand Glacier Burst: ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ITBP-Chinook
Advertisement
Article Detail0/zeeodisha/odisha844152

Uttarakhand Glacier Burst: ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ITBP-Chinook

ଉଦ୍ଧାର କାର୍ଯ୍ୟରେ ଆଇଟିବିପି ବାହିନୀର ପର୍ବାତାରୋହୀ ଟିମ ଭାଗ ନେଇଛି।

Uttarakhand Glacier Burst: ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ITBP-Chinook

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ହିମ ଖଣ୍ଡ ଭାଙ୍ଗିବା କାରଣରୁ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟପାକ ପରିମାଣର କ୍ଷକ୍ଷୟତି ହୋଇଛି। ରାସ୍ତାଘାଟ, ପୋଲ ସହ ଏହ ପାହାଡିଆ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏକ ଟନେଲ ମଧ୍ୟ ଏହି ବନ୍ୟାରେ ପ୍ରଭାବିତ ହୋଇଛି। 

ବନ୍ୟା କାରଣରୁ ହୋଇଥିବା କ୍ଷୟକ୍ଷତିର ମରାମତି ସହ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟରେ ଇଣ୍ଡୋ ତିବ୍ଦେତାନ ବର୍ଡର ପୋଲିସ-ଆଇଟିବିପି (Indo Tibetan Border Police-ITBP) ଯବାନ ନିୟୋଜିତ ହୋଇଛନ୍ତି।  

Also Read: Uttarakhand Glacier Burst: ଏବେ ମଧ୍ୟ ୧୨୫ ନିଖୋଜ, ମୁଖ୍ୟମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା

ଉଦ୍ଧାର କାର୍ଯ୍ୟରେ ଆଇଟିବିପି ବାହିନୀର ପର୍ବାତାରୋହୀ ଟିମ ଭାଗ ନେଇଛି। ପ୍ରାୟ ୨୦୦ ଯବାନ ବନ୍ୟା ପ୍ରଭାବିତ ଜୋଶୀ ମଠ ଅଭିମୁଖେ ବାହାରିଛନ୍ତି। ଗୃହ ମନ୍ତ୍ରଣାଳୟ ଉତ୍ତରାଖଣ୍ଡ ସ୍ଥିତି ଉପରେ ନଜର ରଖିଛି। ଉଦ୍ଧାର କାର୍ଯ୍ୟରେ ଆଇଟିବିପି ଯବାନଙ୍କ (ITBP Jawan) ଭାରତୀୟ ବାୟୁସେନାର (Indian Air Force) ଚିନୁକ ହେଲକ୍ୟାପ୍ଟର (Chinook Helicaptor) ନିୟୋଜିତ ହୋଇଛି। 

Also Read: ଟଳିନି Uttarakhand ବିପଦ; ଆଗୁଆ ସତର୍କ ହୋଇଉଠିଲା Uttar Pradesh

ଉଦ୍ଧାର କାର୍ଯ୍ୟ ଲାଗି ସତର୍କ ହୋଇଉଠିଛି ଭାରତୀୟ ବାୟୁସେନା। ଏହାକୁ ଦୃଷ୍ଟରେ ଚିନୁକ ହେଲକ୍ୟାପ୍ଟର ଏବେ ଷ୍ଟାଣ୍ଡ ବାଏ ମୋଡ (Stand by Mode) ସ୍ଥିତିରେ ରହିଛି। ଏହି ହେଲିକ୍ୟାପ୍ଟର ହେଭି ଲିଫ୍ଟ ଟ୍ୱିନ ରୋଟର ହେଲିକ୍ୟାପ୍ଟର (Heavy Lift Twin Rotor Helicopter) ଯାହା ଉଦ୍ଧାର ଅଭିଯାନ ବେଳେ ଅଧିକ ଓଜନ ବିଶିଷ୍ଟ ଜିନିଷ ଉଠାଇବା ନେବା ଆଣିବା କରିବାକୁ ସକ୍ଷମ।  

Also Read: Uttarakhand Glacier Blast: ୧୦ ଶବ ଉଦ୍ଧାର, ୧୫୦ ନିଖୋଜ

 

ଉତ୍ତରାଖଣ୍ଡରେ ଅଚାନକ ଆସିଥିବା ବନ୍ୟାର ପ୍ରକୋପରୁ ବର୍ତ୍ତି ପାରିନାହିଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା  ଆଇଟିବିପି ବାହିନୀ। ଏହି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଉତ୍ତରାଖଣ୍ଡର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଅନେକ ଆଇଟିବିପି ଯବାନଙ୍କ ଅନେକ ପୋଷ୍ଟ ଏହି ବନ୍ୟାରେ ଧୋଇଯାଇଛି। ଯାହା ଫଳରେ ପୋଷ୍ଟ ସହ ଯୋଗାଯୋଗ କରିବା ସମ୍ଭବପର ହୋଇନାହିଁ।