ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ସୁନା-ରୁପା ମୂଲ୍ୟ (Gold-Silver Rate) ରେ ବୃଦ୍ଧି ଘଟିଛି । ସେପଟେ ବୈଶ୍ୱିକ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଆଜି(ମଙ୍ଗଳବାର) ଦେଶରେ ସୁନା ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ୧୦ ଗ୍ରାମ ସୁନା ଦର (Gold Price) ରେ ୨୫୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ (Gold Price) ୫୧,୭୫୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୧,୫୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୨୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୫୦,୭୫୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୫୦,୫୦୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆଖି ବୁଜିଲେ ସୁରେଶ ରାଇନାଙ୍କ ଭାଇ, ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ଅପିଲ କଲେ ଷ୍ଟାର ଖେଳାଳି


ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବୃଦ୍ଧି ଘଟିଛି । ଆଜି ରୁପା ଦରରେ ୨,୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୬,୬୬୦ ଟଙ୍କା ଥିଲା ।


ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Rate) ରେ ମଧ୍ୟ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୧୮୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୪,୨୦୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୪,୦୪୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୮୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୭୨୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୯,୫୪୦ ଟଙ୍କା ରହିଥିଲା ।


ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ


ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ଦର (Silver Rate) ରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨,୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୭୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୬୬୦ ଟଙ୍କା ଥିଲା ।