Padma Bhushan Award to Sundar Pichai, ୱାଶିଂଟନ: ଗୁଗଲ ମୁଖ୍ୟ ସୁନ୍ଦର ପିଚାଇଙ୍କୁ ଭାରତର ଦ୍ୱିତୀୟ ସର୍ବଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ଶନିବାର ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସାନ୍ଧୁ ଏହି ସମ୍ମାନଜନକ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ସନ୍ ଫ୍ରାନ୍ସିସକୋର ଭାରତୀୟ କନସୁଲ ଜେନେରାଲ ଟିଭି ନାଗେନ୍ଦ୍ର ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ। ସୁନ୍ଦର ପିଚାଇଙ୍କୁ ବାଣିଜ୍ୟ ଓ ଶିଳ୍ପ ବର୍ଗରେ ପଦ୍ମ ଭୂଷଣ ମିଳିଛି। ଚଳିତ ବର୍ଷ ୧୭ ଜଣ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଭାରତରେ ଜନ୍ମିତ ଗୁଗୁଲ ମୁଖ୍ୟ ପିଚାଇ ଅନ୍ୟତମ।


COMMERCIAL BREAK
SCROLL TO CONTINUE READING

ବାଣିଜ୍ୟ ତଥା ଶିଳ୍ପ ବର୍ଗରେ ୨୦୨୨ ପାଇଁ ଭାରତୀୟ-ଆମେରିକୀୟ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି। ମଦୁରାଇ ଜନ୍ମିତ ସୁନ୍ଦର ପିଚାଇ ଚଳିତ ବର୍ଷ ଆରମ୍ଭରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯାଇଛି। ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତାରଣଜୀତ ସିଂହ ସାନ୍ଧୁଙ୍କ ଠାରୁ ୫୦ ବର୍ଷିୟ ସୁନ୍ଦର ପିଚାଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଗୁଗୁଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ କହିଛନ୍ତି, "ଭାରତ ମୋର ଏକ ଅଂଶ ଏବଂ ମୁଁ ଯେଉଁଆଡେ ଯାଏ ମୁଁ ଏହାକୁ ସାଙ୍ଗରେ ନେଇଥାଏ। ...ଏହି ଅପାର ସମ୍ମାନ ପାଇଁ ମୁଁ ଭାରତ ସରକାର ଏବଂ ଭାରତବାସୀଙ୍କ ଠାରେ କୃତଜ୍ଞ। ମୁଁ ସୌଭାଗ୍ୟବଶତଃ ଏକ ପରିବାରରେ ବଢିଥିଲି ଯାହା ଶିକ୍ଷା ଏବଂ ଜ୍ଞାନ ପ୍ରତିପୋଷଣ କରିଥିଲା। ମୋ ସ୍ୱପ୍ନ ପୁରା କରିବାର ସୁଯୋଗ ଦେବା ପାଇଁ ମୋର ପିତାମାତା ଅନେକ ବଳିଦାନ ଦେଇଛନ୍ତି।"


Also Read: North Korea Govt Order: 'ନିଜ ପିଲାଙ୍କ ନାମ ରଖନ୍ତୁ ବୋମା, ବନ୍ଧୁକ ଏବଂ ସାଟେଲାଇଟ'


ପିଚାଇ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ ଠାରୁ ଆରମ୍ଭ କରି ଭାରତରେ ନିର୍ମିତ ଭଏସ୍ ଟେକ୍ନୋଲୋଜି ପର୍ଯ୍ୟନ୍ତ ଉଦ୍ଭାବନ ସମଗ୍ର ବିଶ୍ୱରେ ଲୋକଙ୍କୁ ଉପକୃତ କରୁଛି। ଗୁଗୁଲ ଏବଂ ଭାରତ ମଧ୍ୟରେ ଭାଗିଦାରୀ ଜାରି ରହିବ। ଅଧିକରୁ ଅଧିକ ଲୋକଙ୍କୁ ଟେକ୍ନୋଲୋଜିର ଲାଭ ଦେବା ପାଇଁ ଭାରତ ଓ ଗୁଗଲ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ପୂର୍ବ ଅପେକ୍ଷା ଅଧିକ ଲୋକ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ଏଥିମଧ୍ୟରେ ଗ୍ରାମାଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ନିଶ୍ଚିତ ଭାବରେ ଏହି ପ୍ରଗତି ପାଇଁ ଏକ ପ୍ରେରଣାର ଉତ୍ସ ଅଟେ। ଦୁଇ ପରିବର୍ତ୍ତନଶୀଳ ଦଶନ୍ଧି ମଧ୍ୟରେ ସରକାର, ବ୍ୟବସାୟ ତଥା ସମ୍ପ୍ରଦାୟ ସହ ସହଭାଗୀ ହୋଇ ଗୁଗୁଲ ଭାରତରେ ପୁଞ୍ଜି ବିନିଯୋଗ ଜାରି ରଖିଛି।


"ଆମ ନିକଟରେ ପହଞ୍ଚୁଥିବା ପ୍ରତ୍ୟେକ ନୂତନ ପ୍ରଯୁକ୍ତିବିଦ୍ୟା ଆମ ଜୀବନରେ ଉନ୍ନତି ଆଣିଛି। ସେହି ଅଭିଜ୍ଞତା ମୋତେ ଗୁଗଲ ମାଧ୍ୟମରେ ସାରା ବିଶ୍ୱରେ ଲୋକଙ୍କ ଜୀବନକୁ ଉନ୍ନତ କରୁଥିବା ଟେକ୍ନୋଲୋଜି ନିର୍ମାଣରେ ସାହାଯ୍ୟ କରିବାର ସୁଯୋଗ ଦେଇଛି। ଗୁଗଲ ଚଳିତ ବର୍ଷ ମେସିନ୍ ଲର୍ନିଂରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହାର ଅନୁବାଦରେ ୨୪ଟି ନୂତନ ଭାଷା ଯୋଡିଛି। ସେମାନଙ୍କ ମଧ୍ୟରୁ ଆଠଟି ଭାରତର ମାତୃଭାଷା ରହିଛି। ଲୋକମାନେ ସେମାନଙ୍କର ପ୍ରିୟ ଭାଷାରେ ସୂଚନା ଏବଂ ଜ୍ଞାନ ପାଇ ପାରିବେ ତାହାକୁ ଗୁଗଲ ସୁନିଶ୍ଚତ କରିଛି। ମୁଁ ଟେକ୍ନୋଲୋଜିକୁ ବହୁତ ଭଲ ପାଏ। ମୁଁ ଆଶାବାଦୀ ଏବଂ ବିଶ୍ୱାସ କରେ ଯେ ଭାରତ, ଟେକ୍ନୋଲୋଜୀ କ୍ଷେତ୍ରରେ ଆଗେଇ ପାରିବ ଏବଂ ଏଥିପାଇଁ ପ୍ରୟାସ ଜାରି ରଖିବା ଉଚିତ୍" ବୋଲି ଗୁଗଲ ସିଇଓ କହିଛନ୍ତି।


Also Read: International News: ଶସ୍ତା ତେଲ ପାଇଁ ଋଷିଆ ଯାଇଥିଲା ପାକିସ୍ତାନ, ମିଳିଲା ଜବରଦସ୍ତ ଝଟକା


ଏହି ଅବସରରେ ରାଷ୍ଟ୍ରଦୂତ ତରଣଜୀତ ସିଂହ ସାନ୍ଧୁ କହିଛନ୍ତି ଯେ, ଟେକ୍ନୋଲୋଜିର ଅସୀମ ସମ୍ଭାବନାରେ ସୁନ୍ଦର ପିଚାଇ ପରିବର୍ତ୍ତନକୁ ପ୍ରତିପାଦିତ କରୁଛନ୍ତି। ଦୁନିଆରେ ଡିଜିଟାଲ ଉପକରଣ ଏବଂ କୌଶଳକୁ ସମାଜରେ ଉପଲବ୍ଧ କରାଇବା ଦିଗରେ ସେ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି। ଗୁଗୁଲ ଭାରତରେ ଘଟୁଥିବା ଡିଜିଟାଲ ବିପ୍ଳବର ସମ୍ପୂର୍ଣ୍ଣ ଉପଯୋଗ କରିବ। ୨୦୨୨ ବର୍ଷରେ ବାଣିଜ୍ୟ ଓ ଶିଳ୍ପ ବର୍ଗରେ ସୁନ୍ଦର ପିଚାଇଙ୍କ ବ୍ୟତୀତ ସତ୍ୟା ନାରାୟଣ ନାଡେଲା (ମାଇକ୍ରୋସଫ୍ଟ, ସିଇଓ), ନଟରାଜନ ଚନ୍ଦ୍ରଶେଖରନ (ଟାଟା ସନ୍ସ, ଅଧ୍ୟକ୍ଷ), କ୍ରିଷ୍ଣା ଇଲା ଓ ସୁଚିତ୍ରା ଇଲା (ଭାରତ ବାୟୋଟେକ୍ ପ୍ରତିଷ୍ଠାତା) ଓ ସାଇରସ ପୁନାୱାଲା (ସେରମ ଇନଷ୍ଟିଟ୍ୟୁଟର ପ୍ରତିଷ୍ଠାତା)ଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି।