Summon to Wikipedia:  ନୂଆଦିଲ୍ଲୀ: ଅର୍ଶଦୀପ ସିଂହଙ୍କ (Arshdeep Singh) ଓ୍ୱିକିପିଡ଼ିଆ (Wikipedia) ପେଜରେ ଗୁରୁତର ତ୍ରୁଟି ଅବା ପରିବର୍ତ୍ତନକୁ ନେଇ ବେଶ କଠୋର ହୋଇଛନ୍ତି ସରକାର। ଆଇଟି ମନ୍ତ୍ରାଳୟ (IT Ministry) ପକ୍ଷରୁ ଓ୍ୱିକିପିଡ଼ିଆକୁ (Wikipedia) ସମନ ଜାରି କରାଯାଇଛି। ଓ୍ୱିକିପିଡ଼ିଆ (Wikipedia) ହେଉଛି ଏକ ଅନଲାଇନ ଏନସାଇକ୍ଲୋପିଡ଼ିଆ (Encyclopedia)। ଏଥିରେ ବିଶ୍ୱର ପ୍ରତିଟି ମଣିଷର ଏଥିରେ ସାମିଲ ହେବାର ବ୍ୟବସ୍ଥା ରହିଛି। ଏଥିରେ ସାମିଲ ସେମାନଙ୍କ ସମ୍ପର୍କରେ ତଥ୍ୟ ଉଲ୍ଲେଖ କରିବାର ବ୍ୟବସ୍ଥ ମଧ୍ୟ ଓ୍ୱିକିପିଡ଼ିଆ (Wikipedia) ପକ୍ଷରୁ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ତେବେ ଗତକାଲି ଏସିଆ କପରେ (Asia Cup) ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମ୍ୟାଚ ଶେଷ ପରେ କ୍ରିକେଟର ଅର୍ଶଦୀପ ସିଂଙ୍କ ସମ୍ପର୍କ ଖଲିସ୍ତାନ ସହିତ ରହିଥିବା ନେଇ ତାଙ୍କ ଓ୍ୱିକିପିଡ଼ିଆ ପେଜରେ ଉଲ୍ଲେଖ କରାଯାଇଥିଲା। ତେବେ ଉଇକିପିଡ଼ିଆର ଅଧିକାରୀମାନଙ୍କୁ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସମନ ଜାରି କରାଯାଇ ଜବାବ ତଲବ କରାଯାଇଛି। ସେପଟେ ଆଇଟି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ଏହା କିପରି ଘଟିଲା ଏବଂ ଭବିଷ୍ୟତରେ ଏହାକୁ ରୋକିବା ପାଇଁ ଯୋଜନା କ’ଣ ବୋଲି ଉଇକିପିଡ଼ିଆକୁ ପଚରାଯାଇଛି।


ଅଧିକାରୀ କହିଛନ୍ତି ଯେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। କେବଳ ଏତିକି ନୁହେଁ, ସରକାର ଉଇକିପିଡ଼ିଆକୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିବେ। ବର୍ତ୍ତମାନ ଉଇକିପିଡ଼ିଆ ଦ୍ୱାରା ଏହା ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ଆମେରିକୀୟ ଅଣ-ଲାଭ ସଂଗଠନ ଉଇକିପିଡ଼ିଆର ଏକ ଶାଖା, ଯାହା ବିଶ୍ୱର ସମସ୍ତ ବିଷୟ ଉପରେ ସୂଚନା ଦେବା ପାଇଁ ଏହା କାର୍ଯ୍ୟ କରେ। 


ତେବେ ପୃଷ୍ଠାରେ ସୂଚନା ଅପଡେଟ କରିବା ପାଇଁ ଓ୍ୱିକିପିଡ଼ିଆ ତରଫରୁ ଓ୍ୱାଲେଣ୍ଟିଅର ମଲ ମାଧ୍ୟମରେ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଏକ ପ୍ଲାଟଫର୍ମରେ ସମଗ୍ର ବିଶ୍ୱର ଲୋକଙ୍କୁ ଅପଡେଟ ସୂଚନା ପ୍ରଦାନ କରିବା। ପ୍ରତିଦିନ ହଜାର ହଜାର ଲୋକ ଉଇକିପିଡ଼ିଆ ପୃଷ୍ଠାଗୁଡ଼ିକୁରେ ସୂଚନା ଅପଡେଟ କରିଥାନ୍ତି। ଉଇକିପିଡ଼ିଆ ଉପରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ୨୦୨୦ରେ ମଧ୍ୟ କେନ୍ଦ୍ର ସରକାର ଉଇକିପିଡ଼ିଆକୁ କଡା ଭାଷାରେ ନୋଟିସ୍ ପଠାଇଥିରେ। ଓ୍ୱିକିପିଡ଼ିଆରେ ଭାରତର ମାନଚିତ୍ରକୁ ଭୁଲ ଭାବରେ ଉପସ୍ଥାପନ କରିଥିବା କାରଣରୁ ଏହି ନୋଟିସ ପଠାଇଥିଲେ ଭାରତ ସରକାର। ସେତେବେଳେ ଉଇକିପିଡ଼ିଆ ଅକସାଇ ଚୀନକୁ ଚୀନର ଏକ ଅଂଶ ବୋଲି ଦର୍ଶାଇଥିଲା ଓ୍ୱିକିପିଡ଼ିଆ। କିନ୍ତୁ ଅକସାଇ ଚୀନ ସରକାରୀ ଭାବେ ଭାରତର ଅଂଶ ଏବଂ ଚୀନ୍ ଏହାକୁ ବେଆଇନ ଭାବେ ଦଖଲ କରିଛି।


ସେପଟେ ପାକିସ୍ତାନରୁ ଅର୍ଶଦୀପ ସିଂଙ୍କ ଉଇକିପିଡ଼ିଆ ପୃଷ୍ଠା ବଦଳାଯାଇଥିବା ନଜରକୁ ଆସିଛି। ଏହାକୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରି ସହରର କେହି ଜଣେ ପରିବର୍ତ୍ତନ କରିଥିଲେ। ଅର୍ଶଦୀପ ସିଂଙ୍କ ଉଇକିପିଡ଼ିଆରେ ପରିବର୍ତ୍ତନ ଆଣିବାବେଳେ ତାଙ୍କ ଦେଶ ଭାରତ ବଦଳରେ ଖାଲିସ୍ତାନ ପଞ୍ଜାବରେ ଲେଖାଯାଇଥିଲା। ଏହା ବ୍ୟତୀତ ଅନେକ ସ୍ଥାନରେ ତାଙ୍କର ପରିଚୟ ସହିତ ଭାରତ ବଦଳରେ  ଖାଲିସ୍ତାନ ଲେଖାଯାଇଥିଲା। ଏହାକୁ ନେଇ ଏକ ଅସନ୍ତୋଷ ଦେଖାଦେଇଥିଲା ଏବଂ ଲୋକମାନେ ସରକାରଙ୍କ ଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ।