Government Scheme:  ମହିଳାମାନଙ୍କ ପାଇଁ ଏକ ଖୁସି ଖବର। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସରକାର ସେପ୍ଟେମ୍ବର ୧୧ ରେ ଲାଡଲି ବେହେନା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ଏହା ସହିତ ଆସନ୍ତାକାଲି ମହିଳା ଆକାଉଣ୍ଟରେ ପହଞ୍ଚିବାକୁ ଯାଉଛି ୧୦୦୦ ଟଙ୍କା। ଯଥା ରବିବାର ଦିନ ଲାଡଲି ବେହେନା ଯୋଜନାର ଅଧିନରେ ମହିଳାମାନଙ୍କୁ ଏହି ଟଙ୍କା ପଠା ଯିବାର ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ ଚଳିତ ଥର ଏହି ଯୋଜନାରେ ଏଥର ୧.୨୫ କୋଟିରୁ ଅଧିକ ମହିଳା ଲାଭବାନ ହୋଇପାରିବେ। ଏହି ଖବର ଯୋଗୁଁ ରାଜ୍ୟର ମହିଳାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।


COMMERCIAL BREAK
SCROLL TO CONTINUE READING

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଝିଅ ଏବଂ ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ଶସକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା  ମାର୍ଚ୍ଚ ୧୫ ୨୦୨୩ ରେ ଆରମ୍ଭ କରାଯାଇଛି। ଅଦ୍ୟାବଧି ରାଜ୍ୟ ସରକାର ଏହି ଯୋଜନା ଅଧୀନରେ ୨ ଟି କିସ୍ତି ପ୍ରଦାନ କରିଛନ୍ତି, ଯେଉଁଥିପାଇଁ ରାଜ୍ୟର କୋଟି କୋଟି ମହିଳା ଉପକୃତ ହୋଇଛନ୍ତି। ବିଶେଷ କଥା ହେଉଛି ଏହି ଯୋଜନା ଅଧୀନରେ ସମସ୍ତ ଜାତି ଏବଂ ଧର୍ମର ମହିଳାମାନଙ୍କୁ ମାସକୁ ୧୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ। କେବଳ ଏଥିପାଇଁ ହିତାଧିକାରୀଙ୍କ ବୟସ ୨୩ ବର୍ଷରୁ ଅଧିକ ହେବା ଉଚିତ୍। ଲାଡଲି ବେହେନା ଯୋଜନାର ପରିମାଣ ପ୍ରତ୍ୟେକ ମାସର ଦଶମ ଦିନରେ ରିଲିଜ କରାଯାଇଥାଏ। ୧୦୦୦ ଟଙ୍କା ସିଧାସଳଖ ଦଶମ ଦିନରେ ମହିଳାଙ୍କ ଆକାଉଣ୍ଟରେ ଏହି ଟଙ୍କା ପହଞ୍ଚିଥାଏ। ଏହି ଯୋଜନା ଅଧୀନରେ ସରକାର ଗୋଟିଏ ବର୍ଷରେ ଜଣେ ମହିଳାଙ୍କୁ ୧୨ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଥାଏ।


ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା-


ବାସ୍ତବରେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ସେପ୍ଟେମ୍ବର ୧୧ ତାରିଖରେ ଲାଡଲି ବେହେନା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟରେ ୧୦୦୦ ଟଙ୍କା ପ୍ରଦାନ କରିବେ। ସେ କହିଛନ୍ତି ଯେ ଏଥର ତୃତୀୟ କିସ୍ତିର ପରିମାଣ ଆପଣଙ୍କ ଆକାଉଣ୍ଟରେ ୨ ଟାରେ ପହଞ୍ଚିବ।


Also Read: Odisha News: ପ୍ରକାଶ ପାଇଲା ବିଜ୍ଞପ୍ତି, ରାଜ୍ୟରେ ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ