Odisha News: ରାଜ୍ୟରେ ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ
Advertisement
Article Detail0/zeeodisha/odisha1865472

Odisha News: ରାଜ୍ୟରେ ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

Junior Teacher Recruitment: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (School and Mass Education Department) ଅଧୀନରେ ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଏନେଇ ଓସେପା ୱେବସାଇଟ୍‌ https://osepa.odisha.gov.in  ରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୌ(ସୋସିଆଲ ମିଡିଆ)

Junior Teacher Recruitment in Odisha: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (School and Mass Education Department) ଅଧୀନରେ ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଏନେଇ ଓସେପା ୱେବସାଇଟ୍‌ https://osepa.odisha.gov.in  ରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ (Osepa website odisha) ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ଅକ୍ଟୋବର ୧୦ ରହିଛି । କିଛି ବର୍ଷ ବ୍ୟବଧାନରେ ବ୍ୟାପକ ସଂଖାରେ ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ। ଏହି ନିଯୁକ୍ତି ପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ (Online) ମାଧ୍ୟମରେ କରାଯିବ । କମ୍ପ୍ୟୁଟର ବେସଡ଼ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକ ( ସିମାଟିକ)ଙ୍କୁ ନିଯୁକ୍ତ ଦିଆଯିବ । ଓସେପା ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି । ଓସେପା ୱେବସାଇଟ୍ https://osepa.odisha.gov.in କୁ ଯାଇ ଆଶାୟୀମାନେ ଏନେଇ ଆବେଦନ କରିପାରିବେ । ଏହା ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ଆବେଦନକୁ ସ୍ୱୀକାର କରାଯିବ ନାହିଁ ।

ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଓ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ । ଏହାପରେ ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ ।

Also Read-Odisha Weather: ମାଡ଼ି ଆସୁଛି ଆଉ ଏକ ଲଘୁଚାପ, ୧୨ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା..

Also Read-Odisha News: କାହିଁକି ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି?