Ration Card Update: ଯଦି ଆପଣ ଜଣେ ରାସନ୍ କାର୍ଡ ହିତାଧିକାରୀ ତାହେଲେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର। ବର୍ତ୍ତମାନ ରାସନ ଡିଲର କୌଣସି ପରିସ୍ଥିତିରେ କମ୍ ରାସନ ଓଜନ କରିବେ ନାହିଁ। କେନ୍ଦ୍ର ସରକାର ଡିଲରଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି। ଗୋଟିଏ ପଟେ ସରକାର ମାଗଣା ରାସନର ଅବଧି ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟପଟେ ମୋଦି ସରକାରଙ୍କ ଉଚ୍ଚାଭିଳାଷୀ 'ୱାନ ନେସନ ୱାନ ରେସନ କାର୍ଡ' ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ଏହା ପରେ ସମସ୍ତ ଦୋକାନରେ ଅନଲାଇନ୍ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ (EPOS) ଉପକରଣ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। 


COMMERCIAL BREAK
SCROLL TO CONTINUE READING

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (National Food Security Law) ଅନୁଯାୟୀ, ହିତାଧିକାରୀଙ୍କ ପାଇଁ ଉପଯୁକ୍ତ ପରିମାଣର ଖାଦ୍ୟ ଶସ୍ୟ ଉପଲବ୍ଧ ହେବା ନିଶ୍ଚିତ କରିବାକୁ, କେନ୍ଦ୍ର ସରକାର ରାସନ୍ ଦୋକାନରେ (Ration Shop) ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ (Electronic Point of Sale) ଇପିଏସ (EPoS) ଉପକରଣ ସଂଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ରାସନ ଆଇନ (Ration Law) ନିୟମରେ ସଂଶୋଧନ କରିଛନ୍ତି। ଏହା ପରେ ସମସ୍ତ ରାସନ ଡିଲର (Ration Dealer) ପାଇଁ ଇଲେକ୍ଟ୍ରୋନିକ୍ ଓଜନ ମେସିନ (Electronic Weighing Machine) ରଖିବା ବାଧ୍ୟତାମୂଳକ କରାଯାଇଛି।


ସରକାରଙ୍କ ଏହି ଆଦେଶ ପରେ, ବର୍ତ୍ତମାନ ଦେଶର ସମସ୍ତ ଉଚିତ ମୂଲ୍ୟ ଦୋକାନକୁ ଇପିଏସ ଉପକରଣ ସହିତ ସଂଯୁକ୍ତ ହୋଇଛି। ଏହା ଦ୍ୱାରା ବର୍ତ୍ତମାନ କୌଣସି ଦୋକାନରେ ରାସନ ସାମଗ୍ରୀ ଔଜନରେ କୌଣସି ଗଡ଼ବଡ଼ ହେବାର ସମ୍ଭାବନା ରହିବ ନାହିଁ। ସାଧାରଣ  ବଣ୍ଟନ ବ୍ୟବସ୍ଥା (Public Distribution System) ପିଡିଏସ (PDS) ହିତାଧିକାରୀ କୌଣସି ପରିସ୍ଥିତିରେ କମ୍ ରାସନ ନ ପାଇବାକୁ ନିଶ୍ଚିତ କରିବାକୁ, ହାଇବ୍ରିଡ୍ ମଡେଲ୍ ପଏଣ୍ଟ ଅଫ୍ ସେଲ ମେସିନ୍ (Hybrid Model Point of Sale Machine) ରାସନ ଡିଲରଙ୍କୁ ପ୍ରଦାନ କରାଯାଇଛି। ଯଦି କୌଣସି ନେଟୱାର୍କ ନ ଥିଲେ ମଧ୍ୟ ଏହି ମେସିନ୍  ଅଫଲାଇନ୍ ସହିତ ଅନଲାଇନ୍ ମୋଡ୍ ରେ କାମ କରିବାକୁ ସକ୍ଷମ। 


Also Read: ଏଣିକି ଘରେ ରାସନ ସାମଗ୍ରୀ ପହଞ୍ଚାଇବେ ମୋଦି ସରକାର


କେନ୍ଦ୍ର ସରକାରଙ୍କ କହିବା କଥା ଯେ ଏନେଇ କରାଯାଇ ଥିବା ସଂଶୋଧନ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (National Food Security Act) ଏନଏଫଏସଏ (NFSA) ଅଧୀନରେ ଲକ୍ଷିତ ସାଧାରଣ ବଣ୍ଟନ ବ୍ୟବସ୍ଥା (Targeted Public Distribution System) ଟିପିଡିଏସ୍ (TPDS) ବ୍ୟବସ୍ଥାର କାର୍ଯ୍ୟକାରିତାରେ ସ୍ୱଚ୍ଛତାକୁ ଉନ୍ନତ କରି ଆଇନର ଧାରା ୧୨ ଅନୁଯାୟୀ ଖାଦ୍ୟଶସ୍ୟ ଓଜନ ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ଏକ ପ୍ରୟାସ। କ୍ରମାଗତ ଭାବରେ ଅଭିଯୋଗ ଆସୁଥିଲା ଯେ ଅନେକ ସ୍ଥାନରେ ରାସନ ଡିଲର କମ୍ ପରିମାଣର ରାସନ ସାମଗ୍ରୀ ଓଜନ କରୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଭାରତ ସରକାର ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ  ପ୍ରତି ମାସରେ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ କିଲୋଗ୍ରାମ ପ୍ରତି ୨-୩ ସବସିଡି ହାରରେ ଯୋଗାଉଛନ୍ତି।


କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ଇପିଏସ ଉପକରଣକୁ ଉପଯୁକ୍ତ ଉପାୟରେ ସଞ୍ଚାଳନ କରୁଥିବା ରାଜ୍ୟକୁ ପ୍ରତ୍ସୋହିତ କରିବା ପାଇଁ ଏବଂ କ୍ୱିଣ୍ଟାଲ ପିଛା ୧୭ ଟଙ୍କା ଅତିରିକ୍ତ ଲାଭ ସଞ୍ଚୟକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୫ ଖାଦ୍ୟ ନିରାପତ୍ତା (ରାଜ୍ୟ ସରକାରଙ୍କ ନିୟମାବଳୀ ସହାୟତା) ଉପ ନିୟମ (୨) ନିୟମ ୭ ରେ ସଂଶୋଧନ କରାଯାଇଛି। ଏହା ଅଧୀନରେ ଇପିଏସ ଉପକରଣ କ୍ରୟ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ପାଇଁ ପ୍ରଦାନ କରାଯାଇଥିବା ଅତିରିକ୍ତ ମାର୍ଜିନ୍ ରୁ  ଯଦି କୌଣସି ରାଜ୍ୟ ଅଥବା କେନ୍ଦ୍ର ଶାସିତ ଅଞ୍ଚଳକୁ ସଞ୍ଚୟ ହେଇଥାଏ, ତାହେଲେ ଇଲେକ୍ଟ୍ରୋନିକ୍ ଓଜନ ମାପ କ୍ରୟ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହିତ ସମାନ ଅଂଶୀଦାର କରାଯାଇପାରିବ। ଅର୍ଥାତ୍ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ରାସନ ପ୍ରଦାନ କରିବାକୁ ସରକାର ବର୍ତ୍ତମାନ କଠୋର ହୋଇଛନ୍ତି।