ଏଣିକି ଘରେ ରାସନ ସାମଗ୍ରୀ ପହଞ୍ଚାଇବେ ମୋଦି ସରକାର
Advertisement
Article Detail0/zeeodisha/odisha1161529

ଏଣିକି ଘରେ ରାସନ ସାମଗ୍ରୀ ପହଞ୍ଚାଇବେ ମୋଦି ସରକାର

ଦେଶର ୨୨ ରାଜ୍ୟରେ  ଉମଙ୍ଗ ଆପ୍ ମାଧ୍ୟମରେ ରାସନ ସେବା ଆରମ୍ଭ କରିଛନ୍ତି ମୋଦି ସରକାର।

ଏଣିକି ଘରେ ରାସନ ସାମଗ୍ରୀ  ପହଞ୍ଚାଇବେ ମୋଦି ସରକାର

ନୂଆଦିଲ୍ଲୀ:  ଏଣିକି ରାସନ ଦୋକାନ ସାମ୍ନାରେ ଦେଖିବାକୁ ମିଳିବ ନାହିଁ ଲମ୍ବା ଲାଇନ। କାରଣ ରାସନ କାର୍ଡ  ଧାରକଙ୍କ ଲାଗି ଆସିଛି ଏକ ଆଶ୍ୱସ୍ତି ପ୍ରଦାନ କରିବା ଭଳି ଖବର। ଉମଙ୍ଗ ଆପ୍ ମାଧ୍ୟମରେ  ରାସନ ସେବା ଆରମ୍ଭ କରିଛନ୍ତି ମୋଦି ସରକାର। ଏହି  ସେବା ଆରମ୍ଭ ହୋଇଯିବା ପରେ ଘରେ ବସି ଜଣେ ହିତାଧିକାରୀ ସରକାରୀ ମୂଲ୍ୟରେ ସହଜରେ  ରାସନ ସାମଗ୍ରୀ ମଗାଇପାରିବେ।  

ଦେଶର ୨୨ ରାଜ୍ୟରେ  ଉମଙ୍ଗ ଆପ୍ ମାଧ୍ୟମରେ ରାସନ ସେବା ଆରମ୍ଭ କରିଛନ୍ତି ମୋଦି ସରକାର। ଏହି ଆପ୍ ମାଧ୍ୟମରେ  ରାସନ ବୁକ୍ କରିବା ସହ  ଆପଣ ନିକଟସ୍ଥ ଦୋକାନ ମଧ୍ୟ ଖୋଜି ପାରିବେ। ଏହା ସହିତ ଆପଣ ରାସନ ଦ୍ରବ୍ୟର ମୂଲ୍ୟ ଯାଞ୍ଚ କରିପାରିବେ।   

ସାଧାରଣ ଖାଉଟିଙ୍କ ପାଖରେ  ଉଚିତ ମୂଲ୍ୟରେ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ  ଏହି ସେବା  ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର।  UMANG  App  ଜରିଆରେ ପ୍ରଦାନ  କରାଯାଉଥିବା ଏହି ସେବା ମାଧ୍ୟମରେ  ଗ୍ରାହକ  ତାଙ୍କ ନିକଟସ୍ଥ  ଦୋକାନରୁ ସରକାରୀ ମୂଲ୍ୟରେ   ରାସନ  ସାମଗ୍ରୀ କିଣିପାରିବେ।  ଏହା ସହିତ ରାସ ଦୋକାନ ବାବଦରେ ଖାଉଟିଙ୍କୁ ଆବଶ୍ୟକୀୟ ସୂଚନା ମଧ୍ୟ ମିଳିପାରିବ।  ଆପଣ ଆପଣଙ୍କର ୬ ମାସର କ୍ରୟ ରେକର୍ଡ ମଧ୍ୟ ଦେଖିପାରିବେ। ରାସନ ସେବା ଅଧିନରେ ତାମିଲ, ତେଲୁଗୁ,  ପଞ୍ଜାବୀ, ଅସମିୟା, ଓଡ଼ିଆ, ବଙ୍ଗାଳୀ,  ଉର୍ଦ୍ଦୁ, ଗୁଜୁରାଟି,  ମରାଠୀ, ହିନ୍ଦୀ, ଇଂରାଜୀ ଭଳି ଭାଷାରେ ରାସନ ସମ୍ପର୍କିତ ତଥ୍ୟ ମିଳିପାରିବ। 

Also Read: ୭୫ ବର୍ଷ ପରେ ଚେତିଲା ଦେଶ; ପୁରୁଣା ଭୁଲ ସୁଧାରିବେ ମୋଦି ସରକାର

UMANG  App  ଭାରତ ସରକାରଙ୍କ ଦ୍ୱାର ଲଞ୍ଚ କରାଯାଇଥିବା ଏକ Mobile Application। ଯାହା କୌଣସି  Android  Phone  Play  Store  ରେ ଉପଲବ୍ଧ ରହିଛି। ଏହି ଆପ୍  ଜରିଆରେ  ସରକାରୀ ସୁବିଧା ସହ  ଜଡିତ ଲୋକଙ୍କ ଲାଗି  ରୋଷେଇ ଗ୍ୟାସ୍ ସଂଯୋଗ,  ପେନସନ, EPF ସମେତ  ୧୨୭  ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା  ୮୪୧ ରୁ ଉର୍ଦ୍ଧ୍ୱ ସେବା ଉପଲବ୍ଧ ରହିଛି।  ଏହା ବ୍ୟବହାରକାରୀଙ୍କ ପାଇଁ ୧୨ ଭାରତୀୟ ଭାଷାରେ ଉପଲବ୍ଧ ରହିଛି ।