ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ପୁଣି ଥରେ ଖରାପ ବର୍ଗରେ ପହଞ୍ଚିଛି । ଯାହା ପରେ GRAP III କାର୍ଯ୍ୟକାରୀ ହୋଇଛି । ସୋମବାର ରାଜଧାନୀ ଦିଲ୍ଲୀରେ AQI 450 ରେ ପହଞ୍ଚିଛି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ଅପରାହ୍ନରେ କହିଛି ଯେ, ଅତ୍ୟଧିକ ପ୍ରତିକୂଳ ପାଣିପାଗ ପରିସ୍ଥିତି ପରେ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ GRAP-III ସୁପାରିଶକୁ ପୁଣିଥରେ ଲାଗୁ କରାଯାଇଛି। GRAP-III ର ବ୍ୟବସ୍ଥା ଅନୁଯାୟୀ, ଦିଲ୍ଲୀ-ଏନସିଆରର ସମସ୍ତ ବିଦ୍ୟାଳୟକୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହାଇବ୍ରିଡ୍ କ୍ଲାସ୍ ମୋଡ୍ କୁ ପରିବର୍ତ୍ତନ କରିବାକୁ ପଡିବ । ଏଥିସହ ଡିଜେଲ ଚାଳିତ ବାଣିଜ୍ୟିକ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ-ଏନସିଆରରେ GRAP-III କାର୍ଯ୍ୟକାରୀ ହୋଇଥିବା ସମୟ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଏବଂ ଖନନ କାର୍ଯ୍ୟ କରିବା ସମ୍ଭବ ନୁହେଁ। ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଗୌତମ ବୁଦ୍ଧ ନଗରରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ବର୍ତ୍ତମାନ 'ହାଇବ୍ରିଡ୍' ମୋଡରେ ଚାଲିବ । ହାଇବ୍ରିଡ୍ କ୍ଲାସ୍ ମୋଡ୍ ର ଅର୍ଥ ହେଉଛି ଯେ, ଛାତ୍ର ଏବଂ ଅଭିଭାବକମାନେ ଘରେ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ବ୍ୟବହାର କରି ଅନଲାଇନ କ୍ଲାସ କରିପାରିବେ । ଏହାର ଅର୍ଥ ଏହା ଛାତ୍ରମାନଙ୍କ ପିତାମାତାଙ୍କ ଉପରେ ନିର୍ଭର ଯେ, ସେମାନେ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଚାହୁଁଛନ୍ତି ନା ଅନଲାଇନ୍ କ୍ଲାସରେ ପଢାଇବାକୁ ଚାହୁଁଛନ୍ତି ।


ଗ୍ରାପ୍ - 3 ନିୟମ ଅନୁଯାୟୀ ଅତ୍ୟାବଶ୍ୟକ ସେବା ଯୋଗାଇବା ପାଇଁ ବ୍ୟବହୃତ ଯାନ ବ୍ୟତୀତ BS-IV ସାର୍ଟିଫିକେଟ୍ ତଳେ ଇଞ୍ଜିନ୍ ଥିବା ଭାରୀ ଯାନ ଗୁଡିକ ଚଳାଚଳ ଉପରେ ରୋକ ଲାଗିବ । ଜାତୀୟ ରାଜଧାନୀ ବାହାରେ ପଞ୍ଜୀକୃତ ମାଲ ବୋଝେଇ ଗାଡି ଗୁଡିକ ସେମାନଙ୍କର ଇଞ୍ଜିନ BS-IV ସାର୍ଟିଫିକେଟ୍ ନହେବା ପର୍ଯ୍ୟନ୍ତ ଅଧିକ ସୂଚନା ନମିଳିବା ଯାଏଁ ସହରରେ ପ୍ରବେଶ କରିପାରିବେ ନାହିଁ । ଦିଲ୍ଲୀ ଏବଂ ଏନସିଆର ସହରରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ଭିନ୍ନ ଭିନ୍ନ କାର୍ଯ୍ୟ ସମୟ ଥିବାବେଳେ କେନ୍ଦ୍ର ସରକାର ଦିଲ୍ଲୀରେ ଥିବା ଅଫିସ ଗୁଡ଼ିକ ପାଇଁ କିଛି ପଦକ୍ଷେପ ଗ୍ରହଣ କରିପାରନ୍ତି। ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୋମବାର ଅପରାହ୍ନ 2.30 ସୁଦ୍ଧା ଦିଲ୍ଲୀର ହାରାହାରି AQI ଥିଲା 366, ଯାହା 'ଅତ୍ୟନ୍ତ ଖରାପ' ବର୍ଗ ବୋଲି ବିବେଚନା କରାଯାଏ । ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ଏହା ପ୍ରାୟ 450 କୁ ବୃଦ୍ଧି ପାଇ 'ଅତ୍ୟନ୍ତ ଗମ୍ଭୀର' ବର୍ଗରେ ଆସିଥାଏ । ଏକ ସପ୍ତାହ ପୂର୍ବରୁ 7 ଡିସେମ୍ବରରେ, ଦିଲ୍ଲୀର ହାରାହାରି AQI ସ୍ତର 233 ଥିଲା ଯାହାକୁ ମଧ୍ୟମ ବର୍ଗ ବୋଲି ବିବେଚନା କରାଯାଏ ।


ଦିଲ୍ଲୀର ବାୟୁ ଗୁଣବତ୍ତାରେ ଉନ୍ନତି ଆସିବା ପରେ ସୁପ୍ରିମକୋର୍ଟ ଡିସେମ୍ବର 5 ତାରିଖରେ ଗ୍ରୁପ୍- IV ହଟାଇବାକୁ ଅନୁମତି ଦେଇଥିଲେ। ସୂଚନା ଯୋଗ୍ୟ, ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର ଚାରୋଟି ସ୍ତର ଯଥା GRAP ସ୍ଥିର କରାଯାଇଛି। ପ୍ରଦୂଷଣର ସ୍ତରକୁ ଧ୍ୟାନରେ ରଖି ଏଗୁଡିକ କାର୍ଯ୍ୟକାରୀ କରାଯାଇଥାଏ । ଯାହା AQI ସ୍ତର ଆଧାରରେ ନିଷ୍ପତ୍ତି ନିଆଯାଏ ।


Also Read- Shukra Gochar 2024: ଶୁକ୍ରଙ୍କ ଚଳନ ପ୍ରଭାବ, ୫ ରାଶି ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ


Also Read- Vegetables Price Drop: ବଢିଲା ଶୀତ କମିଲା ପରିବା ଦର, ଗ୍ରାହକ ପାଇଲେ ଆଶ୍ୱସ୍ତି