ଡିସେମ୍ବର ୨୮ ରେ ଶୁକ୍ରଙ୍କ ଚଳନ ପ୍ରଭାବରୁ ମେଷ ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି
ମେଷ ରାଶି
ଆପଣ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବେ । ଆପଣଙ୍କର ଆୟ ବଢିବାର ସମ୍ଭାବନା ରହିଛି । ନୂତନ ବିନିଯୋଗ କରିବାର ସୁଯୋଗ ପାଇବେ । ସାମାଜିକ ଜୀବନରେ ମାନ ସମ୍ମାନ ବଢିବ । ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ନୂତନ ବନ୍ଧୁ ସୃଷ୍ଟି ହେବେ । ଆପଣଙ୍କ ବ୍ୟକ୍ତିତ୍ୱ ଲୋକମାନଙ୍କୁ ପ୍ରଭାବିତ କରିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଲାଭ ପାଇବେ।
ମିଥୁନ ରାଶି
ଶୁକ୍ରଙ୍କ ପ୍ରଭାବ କାରଣରୁ ନିଜ ପିତା, ଗୁରୁ ଏବଂ ମାର୍ଗଦର୍ଶକଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ଜୀବନରେ ବିଳାସପୂର୍ଣ୍ଣତା ଅଧିକ ରହିବ । ନୂତନ ଯାନ କିମ୍ବା ଘର କିଣିବାକୁ ଯୋଜନା କରିପାରନ୍ତି । ଭାଇ ଭଉଣୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟ ଦୃଷ୍ଟିରୁ ସମୟ ଲାଭଦାୟକ ହେବ ।
ସିଂହ ରାଶି
ଆପଣଙ୍କ ପାଇଁ ଏହା ଏକ ବିଶେଷ ସମୟ । ବ୍ୟବସାୟ ଏବଂ ପ୍ରେମରେ ସଫଳତା ମିଳିବ । ନୂତନ ବ୍ୟବସାୟ କରିବାକୁ ଚାହୁଁଥିଲେ ସମୟ ଶୁଭ । ବ୍ୟବସାୟରେ ନୂତନ ଗ୍ରାହକ ଯୋଡି ହେବେ । ନୂତନ ବିନିଯୋଗରୁ ଆପଣ ବିପୁଳ ଲାଭ ପାଇବେ । ବିବାହିତ ଲୋକଙ୍କ ପାଇଁ ସମୟ ଖାସ୍ ହେବ । ଜୀବନସାଥୀଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ । ଶୁକ୍ରଙ୍କ ପ୍ରଭାବ ଆପଣଙ୍କ ବ୍ୟକ୍ତିତ୍ୱକୁ ବଢାଇବ । ନିଜ କଥାରେ ଅନ୍ୟକୁ ଆକର୍ଷିତ କରିବା ସହ ସଭିଙ୍କ ପ୍ରିୟ ହୋଇପାରିବେ । ନୂତନ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ ଭଲ ସମୟ । ଭାଗ୍ୟ ଆପଣଙ୍କୁ ପ୍ରେମ ପ୍ରସଙ୍ଗରେ ସମର୍ଥନ କରିବ । ଅବିବାହିତ ବ୍ୟକ୍ତିଙ୍କ ବିବାହ ସ୍ଥିର ହୋଇପାରେ ।
ବିଛା ରାଶି
କୁମ୍ଭରେ ଶୁକ୍ରଙ୍କ ଚଳନର ପ୍ରଭାବ ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବ । ଘରେ ଖୁସିର ବାତାବରଣ ରହିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ନୂତନ ଘର କିମ୍ବା କାର୍ କିଣିବାର ସମ୍ଭାବନା ରହିଛି । ଘରର ନବୀକରଣ ପାଇଁ ଏହା ଭଲ ସମୟ । ଆପଣଙ୍କୁ ସାଥୀଙ୍କ ସମର୍ଥନ ମିଳିବ । ଘରର ପରିବେଶ ସୁଖଦ ରହିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ।
କୁମ୍ଭ ରାଶି
ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବେ । ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିପାରେ । ଶୁକ୍ରଙ୍କ ଚଳନ କାରଣରୁ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ମଧ୍ୟରେ ସ୍ନେହ, ପ୍ରେମ ଏବଂ ଦୟା ଭାବନା ବୃଦ୍ଧି ପାଇବ । ନୂତନ ଘର କିଣିବା ପାଇଁ ଏହି ସମୟ ଶୁଭ । ଆର୍ଥିକ ଲାଭର ସମ୍ଭାବନା ରହିଛି । ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହେବ । ପିତାମାତାଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ପରିବାର ସହିତ ଅଧିକ ସମୟ ବିତାଇବେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़