Five Years To GST: ଜୁଲାଇ ପହିଲାରେ ଦ୍ରବ୍ୟ ଓ ସେବା ଟିକସ ବା GSTକୁ ପାଞ୍ଚ ବର୍ଷ ପୁରଣ ହୋଇଛି। ଏହି ପାଞ୍ଚ ବର୍ଷ ମଧ୍ୟରେ GSTରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଡିଜେଲରେ GST ଅନ୍ତର୍ଭୁକ୍ତ ହୋଇପାରିଲା ନାହିଁ। ଇତି ମଧ୍ୟରେ ରାଜ୍ୟ ଗୁଡିକୁ GST କ୍ଷତିପୁରଣ ନ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ମାସିକ ଲକ୍ଷେ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟରେ ସରକାର ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ନେତୃତ୍ୱରେ ୨୦୧୭ ଜୁଲାଇ ପହିଲା ମଧ୍ୟରାତ୍ରିରେ GSTର ଶୁଭାରମ୍ଭ ହୋଇଥିଲା। ସ୍ୱାଧିନତା ପରଠାରୁ ଦେଶରେ ଏହା ସର୍ବବୃହତ ଟିକସ ସଂସ୍କାର ଥିଲା। GST ସଙ୍ଘିୟ ବ୍ୟବସ୍ଥାର ଏକ ଉଦାହରଣ। GST ପରିଷଦ ଦ୍ୱାରା ଏହା ପରିଚାଳିତ ହୁଏ। କେନ୍ଦ୍ର ଅର୍ଥମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟାକ୍ଷତା କରୁଥିବା ବେଳେ ରାଜ୍ୟ ଗୁଡିକର ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଭାବେ ଉପସ୍ଥିତ ରୁହନ୍ତି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ୪୭ ଥର GST ପରିଷଦର ବୈଠକ ବସିଛି। 


Also Read: ଆମେରିକା ଅଭିମୁଖେ ଓଡ଼ିଆ ସିନେ ତାରକା, ସବ୍ୟ ସେୟାର କଲେ ବିମାନ ଭିତର ଭିଡିଓ


ଭାରତରେ ଚାରିଥାକିଆ GST ସ୍ଲାବ୍ (୫%, ୧୨%, ୧୮% ଓ ୨୮%) ଲାଗୁ କରାଯାଇଛି। କିନ୍ତୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବାରୁ GST ଛାଡ କରାଯାଇଥିବା ବେଳେ ହାନିକାରକ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ସେସ୍ ଲାଗୁ କରାଯାଇଛି। ସୁନା ଗହଣା, ହୀରା ପରି କିଛି ସାମଗ୍ରୀ ଉପରେ GST ସ୍ଲାବ୍ ଠାରୁ କମ ଟିକସ ଆଦାୟ କରାଯାଉଛି। GSTକୁ ତିନି ଭାଗରେ ବିଭକ୍ତ କରାଯାଉଛି, ଯଥା- Central GST, State GST ଓ Intrigated GST। ପ୍ରତିମାସର ସଂଗ୍ରହ ହେଉଥିବା GSTକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମାନ ହାରରେ ବାଣ୍ଟି ଦିଆଯାଏ।


GSTକୁ ନେଇ ଏବେ ମଧ୍ୟ ଅନେକ ଟିକସଦାତାଙ୍କ ମଧ୍ୟରେ ଦ୍ୱନ୍ଦ ଅଛି। ଯାହାକୁ ଦୂର କରିବା ପାଇଁ GST ପରିଷଦ ପକ୍ଷରୁ ସମୟ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯାଇ ସ୍ପଷ୍ଟିକରଣ ଦିଆଯାଉଛି। ଅନ୍ୟପଟେ GST ବ୍ୟବସ୍ଥାକୁ ବିରୋଧି ଦଳ ନିନ୍ଦା କରୁଛନ୍ତି। ପ୍ରାୟ ସମସ୍ତ ସାମଗ୍ରୀ ଓ ସେବା GST ପରିସରକୁ ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲକୁ ସରକାର ସେଥିରୁ ବାଦ ଦେଇଛନ୍ତି। GST ମାଧ୍ୟମରେ ମାସିକ ଲକ୍ଷେ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରାଖାଯାଇଛି। ଅନ୍ୟପଟେ GST ପାଇଁ କ୍ଷତି ସହୁଥିବା ରାଜ୍ୟ ଗୁଡିକୁ ଆଉ କ୍ଷତି ପୂରଣ ନଦେବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି।


Also Read: Rath Yatra 2022: ଦୁଇ ବର୍ଷ ପରେ ଭକ୍ତ-ଭଗବାନ ମିଳନ, ଜାଣନ୍ତୁ ଘୋଷଯାତ୍ରାର ନୀତି ନିର୍ଘଣ୍ଟ


ଆଗକୁ ମହଙ୍ଗା ହେଉଛି ଏହିସବୁ ସାମଗ୍ରୀ ଓ ସେବା;


ଦ୍ରବ୍ୟ ଏବଂ ସେବା ଟିକସ ସହ ଜଡିତ ପ୍ରସଙ୍ଗରେ ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା GST ପରିଷଦ ହାରର ଯୁକ୍ତିଯୁକ୍ତ ଉଦ୍ଦେଶ୍ୟରେ ଛାଡ ପ୍ରତ୍ୟାହାର କରିବାକୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧିକାଂଶ ସୁପାରିଶକୁ ଗ୍ରହଣ କରିଛି। ବର୍ତ୍ତମାନ ଦହି, ପନିର, ମହୁ, ମାଂସ ଏବଂ ମାଛ ଭଳି କେନଡ୍ ଏବଂ ଲେବଲ୍ ଖାଦ୍ୟ ସାମଗ୍ରୀ ମଧ୍ୟ GST ଆକର୍ଷିତ କରିବ। ଏହା ସହିତ ଚେକ୍ ପ୍ରଦାନ ବଦଳରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ଉପରେ GST ଦେବାକୁ ପଡିବ। 


କେନଡ୍ ମାଂସ (ଫ୍ରିଜ୍ ବ୍ୟତୀତ), ମାଛ, କଦଳୀ, ପନିର, ମହୁ, ଶୁଖିଲା ମଖାନା, ସୋୟାବିନ୍, ମଟର, ଗହମ ଏବଂ ଅନ୍ୟାନ୍ୟ ଶସ୍ୟ, ମଇଦା, ମୁଢି, ଗୁଣ୍ଡ ସାମଗ୍ରୀ ଏବଂ ଜୈବଖତ ପରି ଦ୍ରବ୍ୟ ବର୍ତ୍ତମାନ ୫% GST ସ୍ଲାବରେ ଆସିବ। ଏଥି ସହିତ ଚେକ୍ ପ୍ରଦାନ ଉପରେ ବ୍ୟାଙ୍କଗୁଡିକ ଆଦାୟ କରୁଥିବା ଶୁଳ୍କ ଉପରେ ୧୮ ପ୍ରତିଶତ GST ଆଦାୟ କରାଯିବ। ଏହା ବ୍ୟତୀତ ଦିନକୁ ୧୦୦୦ରୁ କମ୍ ଭଡା ହୋଟେଲ ରୁମରେ ୧୨% ହାରରେ ଟିକସ ଆଦାୟ କରାଯିବ ବୋଲି କୁହାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ଟ୍ୟାକ୍ସ ନାହିଁ। ଆଟଲାସ୍ ମାନଚିତ୍ର ଏବଂ ଚାର୍ଟଗୁଡିକ ମଧ୍ୟ ୧୨% GST ସ୍ଲାବରେ ସାମିଲ ହେବ।