Rath Yatra 2022: ଦୁଇ ବର୍ଷ ପରେ ଭକ୍ତ-ଭଗବାନ ମିଳନ, ଜାଣନ୍ତୁ ଘୋଷଯାତ୍ରାର ନୀତି ନିର୍ଘଣ୍ଟ
Advertisement
Article Detail0/zeeodisha/odisha1239341

Rath Yatra 2022: ଦୁଇ ବର୍ଷ ପରେ ଭକ୍ତ-ଭଗବାନ ମିଳନ, ଜାଣନ୍ତୁ ଘୋଷଯାତ୍ରାର ନୀତି ନିର୍ଘଣ୍ଟ

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଏଥିପାଇଁ ଜଗନ୍ନାଥ ପ୍ରେମୀଙ୍କ ଉତ୍ସାହିତ ଅଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ମଣିମା ମଣିମା ଡାକରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି । କଡା ସୁରକ୍ଷା ମଧ୍ୟରେ ରଥଯାତ୍ରା ଆନୁଷ୍ଠିତ ହେଉଛି। 

ଡିଜାଇନ୍ ଫଟୋ

Rath Yatra 2022: ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଏଥିପାଇଁ ଜଗନ୍ନାଥ ପ୍ରେମୀଙ୍କ ଉତ୍ସାହିତ ଅଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ମଣିମା ମଣିମା ଡାକରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି । କଡା ସୁରକ୍ଷା ମଧ୍ୟରେ ରଥଯାତ୍ରା ଆନୁଷ୍ଠିତ ହେଉଛି। 

ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ୨୦୨୦ ଓ ୨୦୨୧ ମସିହାର ଘୋଷଯାତ୍ରାରେ ସାଧାରଣ ଭକ୍ତ ସାମିଲ ହୋଇପାରି ନଥିଲେ। ଏଥର ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରଥଯାତ୍ରାରେ ଅଂଶଗ୍ରହଣ କରିବାର ସମ୍ଭାବନା ଅଛି। ସେଥିପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁରୀ ବଡ଼ଦାଣ୍ଡ ସମେତ ସହରର ଅନ୍ୟ ସ୍ଥାନରେ ୧୦୦୦ ପୋଲିସ ଅଧିକାରୀଙ୍କ ବ୍ୟତୀତ ୧୮୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। 

Also Read: କାଳିଆ ଭକ୍ତଙ୍କ ଭାବାବେଗ ସହ ଖେଳ, କଂସେଇଖାନାକୁ ଯାଉଛି ରଥ କାଠ

ରଥଯାତ୍ରାର ନୀତି ନିର୍ଘଣ୍ଟ:-

ସକାଳ ୬ଟା- ମଙ୍ଗଳ ଆଳତି
ସକାଳ ୬ଟା ୧୦- ମଇଲମ
ସକାଳ ୬ଟା ୩୦- ତଡ଼ପ ଲାଗି, ରୋଷ ହୋମ
ସକାଳ ୭ଟା- ଅବକାଶ
ସକାଳ ୭ଟା ୧୦- ସୂର୍ଯ୍ୟପୂଜା
ସକାଳ ୭ଟା ୩୦- ଦ୍ବାରପାଳ ପୂଜା, ବେଶଶେଷ
ସକାଳ ୮ଟାରୁ ୯ଟା ମଧ୍ୟରେ- ଖେଚୁଡ଼ି ଭୋଗ 
ସକାଳ ୯ଟା- ରଥ ପ୍ରତିଷ୍ଠା
ସକାଳ ୯ଟା ୧୫- ମଙ୍ଗଳାର୍ପଣ
ସକାଳ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା- ପହଣ୍ଡି 
ଅପରାହ୍ନ ୧ଟା ୩୦ରୁ ୨ଟା ୩୦- ଚିତା ଲାଗି
ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ- ଛେରାପହଁରା 
ଅପରାହ୍ନ ୪ଟା ସୁଦ୍ଧା- ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗି

ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ଅନୁଷ୍ଠିତ ହେବ। ତେବେ ଏହି ସମୟ ସାରଣୀକୁ ପରିବର୍ତ୍ତନ କରାଯାଇପାରେ।