Special Fitness Training For Women Hajj Pilgrims: ରମଜାନ ଏବଂ ଇଦ ଉଲ ଫିତର ସରିବା ପରେ ଇସଲାମ ଧର୍ମର ଅନ୍ୟତମ ପବିତ୍ର କର୍ତ୍ତବ୍ୟ କୁହାଯାଉଥିବା ହଜ୍ ଯାତ୍ରା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହେଲେ ଏଥର ହଜ୍ ଯାତ୍ରାରେ ସାମିଲ ହେଉଥିବା ତୀର୍ଥଯାତ୍ରୀଙ୍କୁ ଫିଟ୍ ରଖିବା ଲାଗି ଯୋଗ ଅଧିବେଶନ ଆୟୋଜନ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ବହୁ ସଂଖ୍ୟକ ମହିଳା ଯାତ୍ରୀ ହଜ ଯାତ୍ରାରେ ସାମିଲ ହେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ହଜ୍ କମିଟି ଅଧ୍ୟକ୍ଷ କୌସର ଜାହାଁ। ଏନେଇ କୌସର ଜାହାଁ କହିଛନ୍ତି ଯେ, ବିଗତ କିଛି ବର୍ଷ ମଧ୍ୟରେ ସମଗ୍ର ଦେଶରେ ଫିଟନେସ ବିଷୟରେ ସଚେତନତା ସୃଷ୍ଟି ହୋଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ ଅବଦାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଶିକ୍ଷା ନେଇ ହଜ୍ ତୀର୍ଥୀଯାତ୍ରୀଙ୍କୁ ଫିଟନେସ୍ ମନ୍ତ୍ର ପ୍ରଦାନ କରାଯାଉଛି। ଏଥିପାଇଁ ହଜ୍ କମିଟି ଦ୍ୱାରା ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି। ବୁଧବାର ଆୟୋଜିତ ହୋଇଥିବା ଯୋଗ ଅଧିବେଶନରେ ବହୁ ସଂଖ୍ୟାରେ ମହିଳା ଏବଂ ପୁରୁଷ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନ ପାଇଁ ଜଣେ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ବ୍ୟବସ୍ଥା ମଧ୍ୟ କରାଯାଇଛି।


Also Read: Hajj Pilgrimage 2023: ଆଜି ଶେଷ ହେବ ହଜ୍ ଯାତ୍ରା ପାଇଁ ଆବେଦନ, ହାତଛଡା କରନ୍ତୁ ନାହିଁ ଶେଷ ସୁଯୋଗ


ହଜ୍ ଯାତ୍ରୀଙ୍କୁ ପ୍ରଦାନ କରାଯାଉଛି ଶାରୀରିକ ତାଲିମ 
ନିକଟରେ ସମଗ୍ର ବିଶ୍ୱରେ ରମଜାନ ଏବଂ ଇଦ ଉଲ ଫିତର ପାଳନ ହୋଇସାରିବା ପରେ ଆରମ୍ଭ ହୋଇଯାଇଛି ହଜ୍ ଯାତ୍ରା ଲାଗି ପ୍ରସ୍ତୁତି। ହଜ୍ ଯାତ୍ରା କରିବା ପାଇଁ ସାରା ବିଶ୍ୱର ମୁସଲମାନ ସାଉଦି ଆରବ ମକା ଠାରେ ପହଞ୍ଚିଥାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଉଦି ଆରବ ହେଉଛି ଏପରି ଏକ ଦେଶ। ଯାହାର ଅଧିକାଂଶ କ୍ଷେତ୍ର ହେଉଛି ଶୁଷ୍କ। ହଜ୍ ଯାତ୍ରା କରିବା ସମୟରେ ତୀର୍ଥ ଯାତ୍ରୀଙ୍କୁ ବହୁତ ଚାଲିବାକୁ ପଡ଼ିଯାଏ। ଦେଖାଯାଏ ଯେ ହଜ୍ ଯାଉଥିବା ଲୋକଙ୍କ ଠାରେ ଅମ୍ଳଜାନ ଅଭାବ ହେତୁ ରକ୍ତ ସଞ୍ଚାଳନ କମିଯାଏ। ରକ୍ତ ପ୍ରବାହରେ ସମସ୍ୟା ସୃଷ୍ଟି ହେବାରୁ ମୁଣ୍ଡ ବୁଲାଇ ଦେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଶୁଷ୍କତା କାରଣରୁ ଏପରି ସମସ୍ୟା ଉପୁଜିଥାଏ। ଏଭଳି ପରିସ୍ଥିତିରେ ଯେଉଁମାନେ ହଜ ଯାତ୍ରାସ କରୁଛନ୍ତି ସେମାନଙ୍କ ପାଇଁ ଫିଟ୍ ରହିବା ଆବଶ୍ୟକ। ଏହି ସମସ୍ୟାକୁ ଦୂର କରିବା ପାଇଁ ଶାରୀରିକ ତାଲିମ ପ୍ରଦାନ କରାଯାଉଛି।


ଦିଲ୍ଲୀରୁ ହଜ୍ ପାଇଁ ପଠାଯିବା ୩ ହଜାରରୁ ଅଧିକ ତୀର୍ଥଯାତ୍ରୀ
ଏଥର ହଜ୍ ଯାତ୍ରା କେବଳ ଦିଲ୍ଲୀରୁ ୩ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କୁ ପଠାଯିବାର ଯୋଜନା ରହିଛି। ହଜ୍ ତୀର୍ଥଯାତ୍ରାର ପ୍ରଥମ ପର୍ଯ୍ୟାୟ ମେ ୨୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୭ ତାରିଖରୁ ଆରମ୍ଭ ହେବ। ହଜ୍ ଯାତ୍ରାର ପ୍ରଥମ ବିମାନ ମେ ୨୧ ତାରିଖରେ ଉଡ଼ାଣ ଭରିବ। ପ୍ରଥମ ପର୍ଯ୍ୟାୟରେ ହଜ୍ ଯାତ୍ରୀଙ୍କ ବିମାନ ମେ ୨୧ ତାରିଖରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା କରିବ। ହଜ୍ ତୀର୍ଥଯାତ୍ରା ୪୫ ଦିନରୁ ୫୦ ଦିନ ମଧ୍ୟରେ ହେବ। ଅଧିକାଂଶ ତୀର୍ଥଯାତ୍ରୀ ହଜ୍ ଲାଗି ଲକ୍ଷ୍ନୌ ଏବଂ ଦିଲ୍ଲୀ ବିମାନ ବନ୍ଦରରୁ ସେମାନଙ୍କର ଯାତ୍ରା ଆରମ୍ଭ କରିବେ। ବିଶେଷ କଥା ହେଉଛି ଯେ ଚଳିତ ବର୍ଷ ୪୦ ଜଣ ବିନା ମହରମ ଅର୍ଥାତ ପୁରୁଷ ଅଭିଭାବକରେ ଦିଲ୍ଲୀ ଠାରୁ ମହମ୍ମଦ ହଜ୍ ବୈତୁଲ୍ଲାହ ଅଭିମୁଖେ ଯାତ୍ରା କରୁଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ସର୍ବାଧିକ।