ଚଣ୍ଡିଗଡ଼: ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ (Anil Vij) ଆଜି (ଶୁକ୍ରବାର) ଅପରାହ୍ନରେ ହଠାତ୍ ପଞ୍ଚକୁଲାରେ ପହଞ୍ଚି ସେକ୍ଟର-୫ ରେ ସ୍ଥିତ ପୋଲିସ ଷ୍ଟେସନର ନିରୀକ୍ଷଣ କରିଛନ୍ତି । ଏହି ସମୟରେ ସେ ପୋଲିସ ଷ୍ଟେସନର ସମସ୍ତ ରେକର୍ଡ ଯାଞ୍ଚ କରିଛନ୍ତି, ଯେଉଁଥିରେ ଅନେକ କମି ଦେଖାଯାଇଥିଲା । ଏହା ପରେ ଡ୍ୟୁଟିରେ ଥିବା ଥାନା ପ୍ରଭାରୀ ଲଲିତ ଶର୍ମାଙ୍କୁ ନିଲମ୍ବିତ କରିଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

୩ ପୋଲିସ କର୍ମୀଙ୍କୁ କରାଯାଇଛି ନିଲମ୍ବିତ 


ଏହା ପରେ ଅନିଲ ବିଜ ଉପସ୍ଥାନ ରେଜିଷ୍ଟର ଭଳି ରେକର୍ଡ ଯାଞ୍ଚ କରିଥିଲେ, ଯେଉଁଥିରେ ୨ ଜଣ ପୋଲିସ କର୍ମୀ ବିନା ଅନୁମତିରେ ଅନୁପସ୍ଥିତ ଥିବା ଜଣାପଡିଥିଲା । ଉଭୟ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ସେକ୍ଟର-୫ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ତାଗିଦ କରାଯାଇଥିଲା । ନକଲି କରେନ୍ସି ତଥା ଅନ୍ୟାନ୍ୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗୃହମନ୍ତ୍ରୀ ଅନିଲ ବିଜ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ତଦନ୍ତ ଏବଂ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ, କେବଳ ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ!


ଡିମ୍ପଲ୍ କୁମାରଙ୍କ ବିରୋଧରେ FIR 


ଗୃହମନ୍ତ୍ରୀଙ୍କ ଆଗମନ ଖବର ପାଇବା ପରେ ପୋଲିସ କମିଶନର ସୌରଭ ସିଂ ଓ ଡିସିପି ମୋହିତ ହୋଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେକ୍ଟର- ୫ ପୋଲିସ ଷ୍ଟେସନର କ୍ଲର୍କଙ୍କ ବିରୋଧରେ ମଧ୍ୟ କାର୍ଯ୍ୟରେ ଅବହେଳାର ଅଭିଯୋଗ ଥିଲା ।  ବିଜ ଡିସିପି ଓ ସିପିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହା ସହିତ ସେ ନକଲି କରେନ୍ସି ରଖିଥିବା ଅଭିଯୋଗରେ କ୍ଲର୍କ ଡିମ୍ପଲ କୁମାରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କହିଥିଲେ ।


ଅଧିକ ପଢ଼ନ୍ତୁ:-SBI ଗ୍ରାହକ ଧ୍ୟାନ ଦିଅନ୍ତୁ! ଏହି ଦିନ ବନ୍ଦ ରହିବ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା, ନୋଟ୍ କରି ନିଅନ୍ତୁ ସମୟ