ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ସୁସ୍ଥ ଚର୍ବି, ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ଅଖରୋଟ (Walnuts) କେବଳ ମସ୍ତିଷ୍କ ସ୍ୱାସ୍ଥ୍ୟ ଓ ସ୍ମୃତି ପାଇଁ ଲାଭଦାୟକ ନୁହେଁ, ବରଂ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସର୍ବୋତ୍ତମ ବୋଲି ବିବେଚନା କରାଯାଏ ।
Trending Photos
ନୂଆଦିଲ୍ଲୀ: ଯଦି ଆପଣ ଶାରୀରିକ ଦୁର୍ବଳତା ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି, ତେବେ ଅଖରୋଟ (Walnuts) ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରେ । ଏହି ଖବରରେ ଆମେ ଆପଣଙ୍କୁ ଅଖରୋଟର ଉପକାର ବିଷୟରେ ଜଣାଇବୁ । ଆଜ୍ଞା ହଁ, ନିୟମିତ ଭାବେ ଅଖରୋଟ ଖାଇବା ଦ୍ୱାରା ମସ୍ତିଷ୍କ ସର୍ବଦା ସୁସ୍ଥ ରହିଥାଏ ଓ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ବହୁ ପରିମାଣରେ କମିଯାଏ । ଅଖରୋଟ ସ୍ମୃତି ଶକ୍ତିକୁ ମଜବୁତ କରେ ।
ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ସୁସ୍ଥ ଚର୍ବି, ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ଅଖରୋଟ (Walnuts) କେବଳ ମସ୍ତିଷ୍କ ସ୍ୱାସ୍ଥ୍ୟ ଓ ସ୍ମୃତି ପାଇଁ ଲାଭଦାୟକ ନୁହେଁ, ବରଂ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଅଖରୋଟରେ ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କୋପର, ସେଲେନିୟମ୍, ଓମେଗା-3 ଫ୍ୟାଟି ଏସିଡ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହାକୁ ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସର ରାଜା ମଧ୍ୟ କୁହାଯାଏ ।
ଅଧିକ ପଢ଼ନ୍ତୁ:-SBI ଗ୍ରାହକ ଧ୍ୟାନ ଦିଅନ୍ତୁ! ଏହି ଦିନ ବନ୍ଦ ରହିବ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା, ନୋଟ୍ କରି ନିଅନ୍ତୁ ସମୟ
କିପରି ଖାଇବେ
ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଅଖରୋଟ କଞ୍ଚା ଖାଇବା ପରିବର୍ତ୍ତେ ଏହାକୁ ଭିଜାଇ ଖାଆନ୍ତୁ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ୩ଟି ଅଖରୋଟକୁ ଭିଜାନ୍ତୁ ଓ ସକାଳେ ଉଠିବା ପରେ ଖାଲି ପେଟରେ ଖାଆନ୍ତୁ । ଭିଜା ଅଖରୋଟ ଅନେକ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।
ଅଧିକ ପଢ଼ନ୍ତୁ:-ବମ୍ପର ଅଫର୍: LPG ସିଲିଣ୍ଡର ବୁକିଂ ଉପରେ ପାଆନ୍ତୁ ୨୭୦୦ ଟଙ୍କାର ଲାଭ! ବୁକିଂ କରିବାର ଏକ ମାସ ପରେ କରନ୍ତୁ ପେମେଣ୍ଟ
ଅଖରୋଟର ୫ଟି ଲାଭ
୧. ଅଖରୋଟ ଶରୀରର ମେଟାବୋଲିଜିମ୍ ବଢାଇଥାଏ ଓ ଶରୀରରୁ ଅତିରିକ୍ତ ଚର୍ବି ହ୍ରାସ କରିଥାଏ ।
୨. ଏଥିରେ ଫାଇବରରେ ଭରପୂର ଥାଏ, ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ।
୩. ଏଥିରେ ଥିବା ଆଲଫା-ଲିନୋଲେନିକ୍ ଏସିଡ୍ ହାଡ଼କୁ ମଜବୁତ କରିଥାଏ ।
୪. ଅଖରୋଟରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୂର ଥାଏ, ଯାହା ଆପଣଙ୍କ ହୃଦୟ ପାଇଁ ଲାଭଦାୟକ ।
୫. ଏହାକୁ ଖାଇବା ଦ୍ୱାରା ସ୍ତନ କର୍କଟ, ପ୍ରୋଷ୍ଟେଟ କର୍କଟ ଏବଂ କଲୋରେକ୍ଟାଲ୍ କର୍କଟ ଭଳି ଗୁରୁତର ରୋଗ ହେବାର ଆଶଙ୍କା କମିଯାଏ ।
ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
ଅଖରୋଟ ଯୌନ ଶକ୍ତି ବୃଦ୍ଧି କରେ
ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଅଖରୋଟ (Walnuts) ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଅଖରୋଟର ଏପରି ଗୁଣ ମହଜୁଦ ଅଛି, ଯାହା ଶୁକ୍ରାଣୁ ଗୁଣରେ ଉନ୍ନତି ଆଣେ । ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଶୁକ୍ରାଣୁର ଆୟୁ, ଶୁକ୍ରାଣୁ ସଂଖ୍ୟା, ଶୁକ୍ରାଣୁରେ ଗତିଶୀଳତାରେ ସୁଧାର, ଯାହା ଯୌନ ଶକ୍ତିର ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯୌନ ଶକ୍ତି (Sexual Power) ବୃଦ୍ଧି ପାଇଁ ଅଖରୋଟର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ ।