Bangladesh Protests updates: ବାଂଲାଦେଶରେ ଆରମ୍ଭ ହୋଇଥିବା ହିଂସା ଏବେ ଭୟଙ୍କର ରୂପ ନେଇସାରିଛି। ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଦେଶର ସେନା ମୁଖ୍ୟ କହିଛନ୍ତି ଯେ, ସମସ୍ତଙ୍କ ସହ କଥା ହେବା ପରେ ସେ ଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବେ।


COMMERCIAL BREAK
SCROLL TO CONTINUE READING

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡିଛନ୍ତି। ତାଙ୍କ ସରକାର ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି ଯେଉଁଥିରେ ଗତ ଦୁଇ ଦିନ ମଧ୍ୟରେ ୧୦୬ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏକ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଶେଖ ହସିନା  ତାଙ୍କ ସାନ ଭଉଣୀ ଶେଖ ରେହାନା ହେଲିକପ୍ଟର ଯୋଗେ ତ୍ରିପୁରାର ଅଗରତାଲା ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ବୈଦେଶିକ ମନ୍ତ୍ରଣାଳୟ କିମ୍ବା ଅଗରତାଲାର ସ୍ଥାନୀୟ ଅଧିକାରୀ ଏହାକୁ ନିଶ୍ଚିତ କରିନାହାନ୍ତି । ତ୍ରିପୁରା ଗୃହ ସଚିବ ପି ଚକ୍ରବର୍ତ୍ତୀ କହିଛନ୍ତି ଯେ, ଆମ ନିକଟରେ ଏପରି ସୂଚନା ନାହିଁ। ପ୍ରଧାନମନ୍ତ୍ରୀ ଦେଶ ଛାଡିବା ପରେ ଶତାଧିକ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚି ବିଭିନ୍ନ ପ୍ରକାର କାଣ୍ଡ ଘଟାଇଛନ୍ତି । ଶେଖ ହସିନା ୨୦୦୯ ମସିହାରୁ ବାଂଲାଦେଶରେ ଶାସନ କ୍ଷମତାରେ ରହିଛନ୍ତି । ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।


ଦେଶର ପରିସ୍ଥିତି ଅସ୍ଥିର ଏବଂ ଅନିଶ୍ଚିତ ଥିବାରୁ ବାଂଲାଦେଶୀ ସେନା ମୁଖ୍ୟ ସୋମବାର ସମଗ୍ର ଦେଶକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ବାଂଲାଦେଶ ସରକାର ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବିକ୍ଷୋଭକାରୀମାନେ ଅଧିକ ଉତ୍ୟକ୍ତ ହୋଇଥିଲେ । ସୋମବାର ପ୍ରାୟ ୧ଟା ସମୟରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଏକ ସରକାରୀ ଏଜେନ୍ସି ନିର୍ଦ୍ଦେଶ ଦେଇଛନ୍ତି ।


ଭାରତ-ବାଂଲାଦେଶ ସୀମାରେ 'ହାଇ ଆଲର୍ଟ' 
ବିଏସଏଫ କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ଦଲଜିତ ସିଂ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀମାନେ ଭାରତ-ବାଂଲାଦେଶ ସୀମା ସୁରକ୍ଷା ସମୀକ୍ଷା ପାଇଁ କୋଲକାତାରେ ପହଞ୍ଚିଛନ୍ତି। ସୂଚନାନୁସାରେ, ପଡୋଶୀ ଦେଶରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାର ମୋଟ 4,096 କିଲୋମିଟର ଅଞ୍ଚଳରେ ଥିବା ସମସ୍ତ ୟୁନିଟ୍କୁ ବିଏସ୍ଏଫ୍ 'ହାଇ ଆଲର୍ଟ' ଜାରି କରିଛି।


ବଢୁଥିବା ଅଶାନ୍ତି ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ବାଂଲାଦେଶ ଛାଡିଛନ୍ତି ବୋଲି ଜଣେ ବାଂଲାଦେଶୀ ସାମରିକ ଅଧିକାରୀ କହିଛନ୍ତି। ଏହା ସହିତ ହସିନାଙ୍କର 15 ବର୍ଷ କ୍ଷମତା ଶେଷ ହୋଇଛି । ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନ କହିଛନ୍ତି ଯେ, ସେ ଉଭୟ ସେନା ଏବଂ ପୋଲିସକୁ ଗୁଳି ଚଳାଇବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ହିଂସା ଦେଶରେ କ୍ଷତି ଘଟାଇଛି ବୋଲି ସେନା କହିଛି। ତେବେ ସେନା ଦେଶର ପରିସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରିବ। ମଧ୍ୟବର୍ତ୍ତୀ ସରକାର ଗଠନ ସହିତ ଦେଶରେ ଶାନ୍ତି ପ୍ରତିଷ୍ଠା ବିଷୟରେ ସେନା ମଧ୍ୟ ଆଲୋଚନା କରିଛି। ଆଇନକୁ ନିଜ ହାତକୁ ନ ନେବାକୁ ବିକ୍ଷୋଭକାରୀଙ୍କୁ ପରାମର୍ଶ ଦିଆଯାଇଛି ।


Also Read- Shani Gochar 2024: ଶନିଙ୍କ ଶୁଭଦୃଷ୍ଟି ୩ ରାଶିରେ, ସୁନା ପରି ଝଲସିବ ଭାଗ୍ୟ