ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦିପ୍ ସିଂ ପୁରୀ ଲୋକସଭାରେ କହିଛନ୍ତି ଯେ କେଉଁ ରାଜ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ସର୍ବାଧିକ ଟିକସ ଆଦାୟ କରୁଛନ୍ତି । ସେ କହିଛନ୍ତି ଯେ ମଧ୍ୟପ୍ରଦେଶ ଦେଶରେ ପେଟ୍ରୋଲ ଉପରେ ସର୍ବାଧିକ ବିକ୍ରୟ କର କିମ୍ବା ଭାଟ୍  (Petrol Sales Tax) ଆଦାୟ କରୁଥିବାବେଳେ ରାଜସ୍ଥାନ ଡିଜେଲ ଉପରେ ସର୍ବାଧିକ ଟିକସ ଆଦାୟ କରୁଛି । 


COMMERCIAL BREAK
SCROLL TO CONTINUE READING

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଚଳିତ ମାସରେ ସର୍ବୋଚ୍ଚ ସ୍ତରରେ ରହିଛି । ପେଟ୍ରୋଲର ଖୁଚୁରା ମୂଲ୍ୟ ର ୫୫ ପ୍ରତିଶତ ଏବଂ ଡିଜେଲ ମୂଲ୍ୟର ୫୦ ପ୍ରତିଶତ କେନ୍ଦ୍ରୀୟ ଏବଂ ରାଜ୍ୟ ଦ୍ୱାରା ଟ୍ୟାକ୍ସ କରାଯାଏ । କେନ୍ଦ୍ରମନ୍ତ୍ରୀ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ପେଟ୍ରୋଲରୁ କେନ୍ଦ୍ର ସରକାର ଅର୍ଜନ କରିଥିବା ଏକ୍ସାଇଜ୍ ଡ୍ୟୁଟି (Excise Duty) ୧,୦୧,୫୯୮ କୋଟି ଏବଂ ଡିଜେଲରୁ ମିଳିଥିବା ଏକ୍ସାଇଜ୍ ଟ୍ୟାକ୍ସ ହେଉଛି ୨,୩୩,୨୯୬ କୋଟି ଟଙ୍କା। 


Also Read: କାହିଁକି CM ପଦ ହରାଇଲେ Yediyurappa? ସାମ୍ନାକୁ ଆସିଲା ଏହି କାରଣ


କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ କହିବା କଥା, ରାଜ୍ୟ ସରକାର ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ର ମୂଳ ମୂଲ୍ୟ ତଥା ମୋଟ ଟିକସ ଉପରେ ଭାଟ୍ ଆଦାୟ କରୁଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସର୍ବନିମ୍ନ ଭାଟ୍ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ରହିଛି ଯାହା ଯଥାକ୍ରମେ ୪.୮୨ ଟଙ୍କା । ସେ କହିଛନ୍ତି ଯେ ମଧ୍ୟପ୍ରଦେଶ (Madhya Pradesh) ଦେଶରେ ସର୍ବାଧିକ ପେଟ୍ରୋଲ ଉପରେ ୩୧.୫୫ ଟଙ୍କା ଭାଟ୍ ଆଦାୟ କରୁଥିବାବେଳେ ରାଜସ୍ଥାନ (Rajasthan) ଦେଶରେ ଡିଜେଲ ଉପରେ ୨୧.୮୨  ଟଙ୍କା ଟିକସ ଆଦାୟ କରୁଛି।