କାହିଁକି CM ପଦ ହରାଇଲେ Yediyurappa? ସାମ୍ନାକୁ ଆସିଲା ଏହି କାରଣ
Advertisement
Article Detail0/zeeodisha/odisha950930

କାହିଁକି CM ପଦ ହରାଇଲେ Yediyurappa? ସାମ୍ନାକୁ ଆସିଲା ଏହି କାରଣ

ମୁଖ୍ୟମନ୍ତ୍ରୀ ପଦ ଛାଡି଼ବା ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଛନ୍ତି ଦଳୀୟ ସଙ୍ଗଠନର ସେବା କରିବା ଲାଗି ମୁଁ ରାଜନୀତିରେ ସକ୍ରିୟା ରହିବି।

କାହିଁକି CM ପଦ ହରାଇଲେ Yediyurappa? ସାମ୍ନାକୁ ଆସିଲା ଏହି କାରଣ

ବେଙ୍ଗାଲୁରୁ: ଦଳ ତଥା ସରକାରରେ ଅନେକ ଛକାପଞ୍ଝା ହେବା ପରେ ଶେଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରାପ୍ପା। ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଦୁଇ ବର୍ଷ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ମୁଁ ସ୍ୱେଚ୍ଛାକୃତ ଭାବେ ମୁଁ ମୋ ପଦ ଛାଡିଛି।

ପଦ ଛାଡି଼ବା ଅବସରରେ ପ୍ରତିକ୍ରିୟା ରଖି ବିଦାୟୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଥିଲେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମୋ ନିର୍ବାଚନମଣ୍ଡଳୀର ମତଦାତା, ରାଜ୍ୟବାସୀ, ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। ବିଗତ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ମୁଁ ମୋ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ପ୍ରଦାନ କରିଛି। ଏନେଇ ମୋ ଉପରେ କୌଣସି ଚାପ ପ୍ରୟୋଗ କରାଯାଇନାହିଁ। 

Also Read: ଗାଦି ଛାଡିଲେ Yediyurappa; କିଏ ହେବେ Karnataka CM?

ଯଦିଓ ସ୍ୱେଚ୍ଛାକୃତ ଭାବେ ଗାଦି ଛାଡିଛନ୍ତି ବୋଲି ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହୁଛନ୍ତି ହେଲେ ଏହା ପଛରେ ରହିଥିବା କେତେକ ପ୍ରମୁଖ କାରଣ ଏବେ ସାମ୍ନାକୁ ଆସିଛି। ଯାହା ହେଉଛି...

  •  ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କୁ ନେଇ ଶାସକ ଦଳର ଅନେକ ବିଧାୟକ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଦଳୀୟ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିଲା।  
  •  ୟେଦିୟୁରାପ୍ପାଙ୍କୁ ନେଇ ଦଳରେ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା ତାହାର ପ୍ରଭାବ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପରେ ପଡୁ଼ଥିଲା। ତାଙ୍କୁ ହଟାଇବା ଲାଗି ଦଳରେ ହେଉଥିବା ଦାବି ଦିନକୁ ଦିନ ତେଜିବାରେ ଲାଗିଥିଲା।      
  • ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ସମୟରେ ପରିବାରକୁ ପ୍ରାଧାନ୍ୟ ଦେଉଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା।   
  • ଦଳୀୟ ବିଧାୟକଙ୍କୁ ଛାଡି଼ ଅନ୍ୟ ଦଳରୁ ଆସିଥିବା ବିଧାୟକ ତଥା ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ସମନ୍ୱୟ ରକ୍ଷା କରିବାରେ ବିଫଳ ହୋଇଥିଲେ ୟେଦିୟୁରାପ୍ପା। ଯାହାପ ପ୍ରଭାବ ଦଳୀୟ ସରକାର ଉପରେ ପଡି଼ପାରେ ବୋଲି ବିଚାର କରୁଥିଲେ ଦଳର ନେତୃତ୍ୱ।   
  • ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ଲାଗି ୟେଦିୟୁରାପ୍ପାଙ୍କ ଉଦ୍ଦେଶ୍ୟରେ ଦଳ କୌଣସି ନିଷ୍ପତ୍ତି ନେଇ ପାରୁନଥିଲା। କାରଣ କିଛି ବର୍ଷ ପୂର୍ବେ ଦଳରେ କାର୍ଯ୍ୟକାରୀ ହୋଇଥିବା ଦଳୀୟ ନିୟମ ଅନୁସାରେ ୭୫ ବର୍ଷରୁ ଉର୍ଦ୍ଧ୍ୱ କୌଣସି ବିଜେପି ନେତା ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିପାରିବେ ନାହିଁ। ଯାହାର ଫଳସ୍ୱରୂପ ୭୮ ବର୍ଷୀୟ ୟେଦିୟୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ହରାଇବାକୁ ପଡି଼ଥିଲା।  

Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

ମୁଖ୍ୟମନ୍ତ୍ରୀ ପଦ ଛାଡି଼ବା ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଛନ୍ତି ଦଳୀୟ ସଙ୍ଗଠନର ସେବା କରିବା ଲାଗି ମୁଁ ରାଜନୀତିରେ ସକ୍ରିୟା ରହିବି। ଭବିଷ୍ୟତରେ କୌଣସି ପଦ ପାଇବ ଲାଗି ଦଳୀୟ ନେତୃତ୍ୱଙ୍କ ନିକଟରେ ଦାବି କରିବି ନାହିଁ। ରାଜନୀତିରୁ ଓହରି ଯିବାର ପ୍ରଶ୍ନ ଉଠୁନାହିଁ। ଆଗାମୀ ନିର୍ବାଚନରେ ଦଳ କିପରି ରାଜ୍ୟରେ ପୁନର୍ବାର କ୍ଷମତାସୀନ ହେବ ସେନେଇ ପ୍ରୟାସ କରିବି।