Hindu Minority: ଯେଉଁ ରାଜ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ଅନ୍ୟମାନଙ୍କ ତୁଳନାରେ ହ୍ରାସ ପାଇଛି ସେହି ରାଜ୍ୟରେ ହିନ୍ଦୁମାନଙ୍କ ପାଇଁ ସଂଖ୍ୟାଲଘୁ ମାନ୍ୟତା ଦାବି ଉପରେ ବିଚାର ବିମର୍ଶ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ସମୟ ମାଗିଛନ୍ତି । କେନ୍ଦ୍ର କହିଛି ଯେ ଏହି ବିଷୟ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବ। ଆଡଭୋକେଟ୍ ଅଶ୍ୱିନୀ କୁମାର ଉପାଧ୍ୟାୟ ଏବଂ ଅନ୍ୟମାନଙ୍କ ଆବେଦନକୁ ଦୃଷ୍ଟିରେ ରଖି ସୋମବାର ଦାଖଲ ହୋଇଥିବା ଚତୁର୍ଥ ଆଫିଡେଭିଟ୍ ମାଧ୍ୟମରେ କେନ୍ଦ୍ର ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୪ ଟି ରାଜ୍ୟ (States) ତଥା ତିନୋଟି କେନ୍ଦ୍ରଶାସିତ (UT) ଅଞ୍ଚଳରୁ ଏହି ମତ ଗ୍ରହଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପରାମର୍ଶ ପ୍ରକ୍ରିୟାର ଆଇନଗତ ପବିତ୍ରତା ଉପରେ ଆବେଦନକାରୀମାନେ ସନ୍ଦେହ ପ୍ରକଟ କରି କହିଛନ୍ତି ଯେ, ଏହି ମାମଲାରେ ଶୁଣାଣୀ ପରେ କେନ୍ଦ୍ର କାହାକୁ ସଂଖ୍ୟାଲଘୁ ଭାବରେ ଜଣାଇ ପାରିବ ନାହିଁ । ଗତ ସୋମବାର ଦାଖଲ ହୋଇଥିବା ଆଫିଡେଭିଟ୍‌ରେ କୁହାଯାଇଛି ଯେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ପରାମର୍ଶ ବୈଠକ କରିଛନ୍ତି । ଏହି ବୈଠକରେ ଗୃହ ମନ୍ତ୍ରଣାଳୟ, ଆଇନ ବିଭାଗ- ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ- ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ସଂଖ୍ୟାଲଘୁ କମିଶନ (National Commission for Minorities) ଏବଂ ଜାତୀୟ ସଂଖ୍ୟାଲଘୁ ଶିକ୍ଷା ପ୍ରତିଷ୍ଠାନ (National Commission for Minority Educational Institutions) ର ପ୍ରତିନିଧୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।


କେନ୍ଦ୍ର କହିଛି, "କେତେକ ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳ ଏହି ପ୍ରସଙ୍ଗରେ ନିଜର ମତାମତ ଦେବା ପୂର୍ବରୁ ସମସ୍ତ ହିତାଧିକାରୀଙ୍କ ସହ ବିସ୍ତୃତ ପରାମର୍ଶ ଦେବା ପାଇଁ ଅତିରିକ୍ତ ସମୟ ମାଗିଛନ୍ତି। ଏହି ଘଟଣାର ତତ୍ପରତାକୁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ସେମାନେ ଏହି ଘଟଣାରେ ତ୍ୱରିତ କାର୍ଯ୍ୟ ଆରମ୍ଭ କରିବା ଉଚିତ। ଏହା ନିଶ୍ଚିତ କରିବାକୁ ଯେ, ରାଜ୍ୟ ସରକାରଙ୍କ ମତାମତ ଚୂଡାନ୍ତ ହୋଇଛି ଏବଂ ଶୀଘ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଯୋଗାଯୋଗ କରାଯିବ। "


ଅନ୍ୟପଟେ କେନ୍ଦ୍ର ଏହା ମଧ୍ୟ କହିଛି ଯେ,"୧୪ ରାଜ୍ୟର ସରକାର ଅର୍ଥାତ୍ ପଞ୍ଜାବ(Punjab), ମିଜୋରାମ(Mizoram), ମେଘାଳୟ(Meghalaya), ମଣିପୁର(Manipur), ଓଡିଶା( Odisha), ଉତ୍ତରପ୍ରଦେଶ( Uttarpradesh) ନାଗାଲାଣ୍ଡ(Nagaland, ହିମାଚଳ ପ୍ରଦେଶ( Himachal Pradesh), ଗୁଜୁରାଟ(Gujarat) ଗୋଆ( Goa), ପଶ୍ଚିମବଙ୍ଗ(West Bengal),  ତ୍ରିପୁରା(Tripura),ଉତ୍ତରପ୍ରଦେଶ( Uttar Pradesh),  ତାମିଲନାଡୁ(Tamil Nadu ) ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଲଦାଖ, ଦାଦ୍ରା ଏବଂ ନଗର ହାବେଳୀ ଏବଂ ଡାମନ, ଡିୟୁ ଓ ଚଣ୍ଡିଗଡ଼ ମଧ୍ୟ ନିଜର ମତ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ଏକଥା କହିଛି ଯେ ଏହି ମାମଲା ସମ୍ବେଦନଶୀଳ ଏବଂ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବ। ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଅଧିକ ସମୟ ଦେବା ଏବଂ ହିତାଧିକାରୀଙ୍କୁ ସକ୍ଷମ କରିବାକୁ ବିଚାର କରିବାର ଆବଶ୍ୟକତା ରହିଛି” । କୋର୍ଟ କେନ୍ଦ୍ର ସରକାରଙ୍କୁ ୬ ମାସ ସମୟ ଦେଇଛନ୍ତି ।


ଆଡଭୋକେଟ୍ ଅଶ୍ୱିନୀ କୁମାର ଉପାଧ୍ୟାୟ ଙ୍କ ପିଟିସନରେ ଏହା ଦର୍ଶାଯାଇଛି ଯେ ୨୦୦୨ ର TMA ଫଇସଲା ପରେ କେନ୍ଦ୍ର ସରକାର ୨୩ ଅକ୍ଟୋବର ,୧୯୯୩ ରେ ଜାରୀ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ ଏବଂ ପାରସୀଙ୍କୁ ସଂଖ୍ୟାଲଘୁ ଭାବରେ ସୂଚିତ କରିଥିଲେ । ୨୦୧୪ ରେ କେନ୍ଦ୍ର ସରକାର ଏହି ତାଲିକାରେ ଜୈନଙ୍କୁ ମଧ୍ୟ ଯୋଡିଥିଲେ।


ତେବେ କୌଣସି ରାଜ୍ୟ ନିଜର ସ୍ବତନ୍ତ୍ର ସମ୍ପ୍ରଦାୟ କିମ୍ବା ଭାଷାର ଲୋକଙ୍କୁ ସଂଖ୍ୟାଲଘୁର ମାନ୍ୟତା ଦେଇପାରେ । ଏନେଇ ସୁପ୍ରିମକୋର୍ଟରେ ପୂର୍ବରୁ କହିଥିଲେ କେନ୍ଦ୍ର ସରକାର। କେନ୍ଦ୍ର ପକ୍ଷରୁ ଜାତୀୟ ସଂଖ୍ୟାଲଘୁ କମିଶନ୍‌ର ଗଠନକୁ ଚ୍ୟାଲେଞ୍ଜ ଦେଉଥିବା ଆବେଦନ ଉପରେ ଏହି ଜବାବ୍ ଦାଖଲ କରିଥିଲେ । ଏହି ଆବେଦନରେ ପ୍ରତ୍ୟେକ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଦ୍ଧାରଣ କରିବା ପାଇଁ ଦାବି ରହିଛି । ବିଜେପି ନେତା ତଥା ଆଇନଜୀବି ଅଶ୍ୱିନୀ ଉପାଧ୍ୟାୟ ୧୯୯୨ ରେ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ  ଓ  ଜାତୀୟ ସଂଖ୍ୟାଲଘୁ କମିଶନ ଶିକ୍ଷା ପ୍ରତିଷ୍ଠାନ ଅଧିନିୟମ ୨୦୦୪ କୁ ଚ୍ୟାଲେଞ୍ଜ ଦେଉଛି। ତାଙ୍କର କହିବା ଅନୁସାରେ ୯ ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ଅଛି। ଲଦାଖରେ ହିନ୍ଦୁଙ୍କ ଜନସଂଖ୍ୟା ୧ ପ୍ରତିଶତ।  ମିଜୋରାମ୍‌ରେ ୨.୭୭%  , କାଶ୍ମୀରରେ ୪%, ନାଗାଲାଣ୍ଡରେ ୮.୭୪%, ମେଘାଳୟରେ ୧୧.୫୨%, ଅରୁଣାଚଳ ପ୍ରଦେଶରେ ୨୯.୨୪%, ପଞ୍ଜାବରେ ୩୮.୪୯% ଓ ମଣିପୁରରେ ୪୧.୨୯% ହିନ୍ଦୁଙ୍କ ଜନସଂଖ୍ୟା ରହିଛି। କିନ୍ତୁ ଏହାପରେ ମଧ୍ୟ ସରକାରୀ ଯୋଜନା ଲାଗୁ କରିବା ସମୟରେ ତାଙ୍କୁ ସଂଖ୍ୟାଲଘୁଙ୍କ ପାଇଁ ନିର୍ଦ୍ଧାରିତ ଲାଭ ମିଳୁନି।


ଆବେଦନରେ ୨୦୦୨ ରେ ଟିଏମ୍‌ଏ  ବନାମ କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଦର୍ଶାଯାଇଛି। ସେତେବେଳେ ସୁପ୍ରିମକୋର୍ଟ କହିଥିଲେ, କୌଣସି ଅଞ୍ଚଳରେ ଯେଉଁ ଲୋକଙ୍କ ସଂଖ୍ୟା କମ୍ ରହିଛି ତାଙ୍କୁ ସମ୍ବିଧାନର ଆର୍ଟିକିଲ୍ ୩୦(୧) ଅନୁସାରେ , ନିଜ ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ସ୍କୁଲ, କଲେଜ ଖୋଲିବାର ଅଧିକାର ରହିଛି। ଉପାଧ୍ୟାୟ କହିଥିଲେ ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରି ଦେଶରେ ଚର୍ଚ୍ଚ ଦ୍ୱାରା ପରିଚାଳିତ ସ୍କୁଲ କିମ୍ବା ମଦ୍ରାସା ଖୋଲନ୍ତି, ସେଭଳି ହିନ୍ଦୁମାନଙ୍କୁ ମଧ୍ୟ ୯ ଟି ରାଜ୍ୟରେ ସ୍ବତନ୍ତ୍ର ସ୍କୁଲ ଖୋଲିବାର ଅନୁମତି ଦିଆଯିବା ଉଚିତ୍। ଏହି ସ୍କୁଲ ଗୁଡିକୁ ସରକାରୀ ସଂରକ୍ଷଣ ମିଳିବା ଦରକାର।