ନୂଆଦିଲ୍ଲୀ: ଧର୍ମ ଆଧାରରେ ଗଠିତ ହୋଇଥିବା ପାକିସ୍ତାନରେ ବସବାସ କରୁଥିବା ସଂଖ୍ୟାଲଘୁ କେତେ ସୁରକ୍ଷିତ ତାହାର ଉଦାହରଣ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। କେତେବେଳେ ସେମାନଙ୍କ ଧାର୍ମିକ ଆରାଧନାସ୍ଥଳ ଉପରେ ଆକ୍ରମଣ ହେଉଛି ଅନ୍ୟ କେତେବେଳେ ସେମାନଙ୍କର କରାଯାଉଛି ବଳପୂର୍ବକ ଧର୍ମାନ୍ତରଣ। ଦେଶର ପଞ୍ଜାବ ପ୍ରଦେଶସ୍ଥିତ ରହିମ ୟାର ଖାନ ଜିଲ୍ଲରେ ଘଟିଯାଇଥିବା ଘଟଣା ହେଉଛି ଏହାର ସଦ୍ୟତମ ଉଦାହରଣ।


COMMERCIAL BREAK
SCROLL TO CONTINUE READING

ଗତ ବୁଧବାର ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋର ଠାରୁ ୫୯୦ କିମି ଦୂରରେ ଅବସ୍ଥିତ ଭୋଙ୍ଗ ସହରରେ ଥିବା ଏକ ମନ୍ଦିର ଉପରେ ଆକ୍ରମଣ କରିଛି ସଂଖ୍ୟାବହୁଳ ମୁସଲମାନ ସମ୍ପ୍ରଦାୟ। ମନ୍ଦିର ଉପରେ ଆକ୍ରମଣ କରିବା ପରେ ଆକ୍ରମଣକାରୀ ଏହାର କେତେକ ଅଂଶରେ ନିଆଁ ଲଗାଇଦେବା ସହ ମନ୍ଦିରରେ ପୂଜା କରାଯାଉଥିବା ମୂର୍ତ୍ତିକୁ ଖଣ୍ଡ ବିଖଣ୍ଡିତ କରି ଦେଇଥିଲେ। ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି। ପରିସ୍ଥିତକିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ମାତ୍ରାରେ ସୁରକ୍ଷା ବଳ ମୁତୟନ କରାଯାଇଛି।   




Also Read: India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?


ଏଭଳି ଘଟଣା ସମ୍ପର୍କରେ ଖବର ମିଳିବା ପରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ପ୍ରଭାରୀକୁ ରିପୋର୍ଟ ତଲବ କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପାକିସ୍ତାନରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା, ନିରାପତ୍ତା ଏବଂ ସେମାନଙ୍କ ଅଧିକାର କିପରି ରକ୍ଷା କରାଯାଇ ପାରିବ ସେ ବାବଦରେ ଅବଗତ ରହିଥିବା ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।        



ଏ ଘଟଣାରେ ମିଳିଥିବା ଖବର ଅନୁସାରେ ଗତ ସପ୍ତାହରେ ସହରରେ ଅବସ୍ଥିତ ମଦ୍ରାସା ପୁସ୍ତକାଳୟରେ ଜଣେ ୮ ବର୍ଷୀୟ ହିନ୍ଦୁ ନାବାଳକ କଥିତ ରୂପେ ପରିସ୍ରା କରିଦେଇଥିଲା। ଯଦିଓ ଏହି ଘଟଣାରେ କୌଣସି ପ୍ରମାଣ ମିଳନାହିଁ। ହେଲେ ଏହାକୁ ନେଇ ତାତି ଉଠିଥିଲା ସଂଖ୍ୟାବହୁଳ ମୁସଲମାନ ସମ୍ପ୍ରଦାୟ। ଏହା ପରେ ପ୍ରତିଶୋଧ ପରାୟଣ ମନୋଭାବ ରଖି ସ୍ଥାନୀୟ ଅଞ୍ଚଳରେ ଅବସ୍ଥିତ ଥିବା ମନ୍ଦିର ଉପରେ କରିଥିଲେ ଆକ୍ରମଣ। 


Also Read: ହିନ୍ଦୁ ଧର୍ମର ଶତ୍ରୁ ଗଣତନ୍ତ୍ର!


ଯଦିଓ ଭୋଙ୍ଗ ଅଞ୍ଚଳରେ ପ୍ରାୟ ୧୦୦ ହିନ୍ଦୁ ପରିବାର ବସବାସ କରିଥାନ୍ତି ହେଲେ ଏଠାରେ ମୁସଲମାନ ହେଉଛନ୍ତି ସଂଖ୍ୟାବହୁଳ। ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଘଟଣାର ଭିଡିଓ ନିଜ ଟ୍ୱିଟର ହ୍ୟାଣ୍ଡେଲ ଯୋଗେ ସେୟାର କରିଛନ୍ତି  ପିଟିଆଇ ସାଂସଦ ରମେଶ କୁମାର ୱାଙ୍କୱାନୀ।        



ମନ୍ଦିର ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଏ ମାମଲାରେ କାହାକୁ ଗିରଫ କରାଯାଇନଥିବା ବେଳେ ମନ୍ଦିରର ସୁରକ୍ଷା ଲାଗି ଘଟଣାସ୍ଥଳରେ ଭାରୀ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ମଦ୍ରାସା ପୁସ୍ତକାଳୟକୁ କଥିତ ରୂପେ ଅପବିତ୍ର କରିଥିବା ଅଭିଯୋଗରେ ସମ୍ପୃକ୍ତ ନାବାଳକକୁ ଗିରଫ କରାଯିବା ପରେ ତାକୁ ଜାମିନରେ ଛାଡି ଦିଆଯାଇଛି। କାରଣ ପ୍ରଥମତଃ ସେ ନାବାଳକ ଏବଂ ତା' ବିରୁଦ୍ଧରେ ଆସିଥିବା ଅଭିଯୋଗର କୌଣସି ପ୍ରମାଣ ମିଳନାହିଁ। 


Also Read: ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଦାମୀ ଉପହାର ଦେଲେ ୟୁଏଇ ବିଦେଶ ମନ୍ତ୍ରୀ


ମଦ୍ରାସାକୁ କଥିତ ରୂପେ ଅପବିତ୍ର କରିବା ଘଟଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟି କରିବା ଭଳି ଅନେକ ପୋଷ୍ଟ ସୋସିଆଲ ମିଡିଆ ଯୋଗେ ସେୟାର କରାଯାଇଥିଲା। ଯାହାର ପରିଣାମ ସ୍ୱରୂପ ଆକ୍ରମଣ କରିବା ପରେ ମନ୍ଦିରରେ ନିଆଁ ଲଗାଇ ଦେଇଥିଲେ ଆକ୍ରମଣକାରୀ।