India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?
Advertisement
Article Detail0/zeeodisha/odisha727695

India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?

India on the path of Hindu Nation! ହିନ୍ଦୁ ରାଷ୍ଟ୍ର ଗଠନ ଲାଗି ବିବାଦୀୟ ବୟାନ ପ୍ରଦାନ କରି ପରୋକ୍ଷରେ ଉତ୍ସାହିତ କରୁଛନ୍ତି  ଭାରତୀୟ ମୁସଲିମ ନେତା। 

 

India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?

ନୂଆଦିଲ୍ଲୀ 

India on the path of Hindu Nation! ଗତ ୨୦୧୪ ପରଠୁ ଦେଶର ଶାସନ ଗାଦିରେ ବସିବା ପରଠୁ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଗଢି ତୋଳିବା ଲାଗି ମୋଦି ସରକାର ଉଦ୍ୟମ କରୁଛନ୍ତି ବୋଲି ବିରୋଧିଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଏହି ପ୍ରସଙ୍ଗ ଭାରତୀୟ ଗଣାମାଧ୍ୟମରେ ସବୁବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହିଆସୁଛି । ଅନେକ ଦଳର ରାଜନେତା ହିନ୍ଦୁ ରାଷ୍ଟ୍ର ନିର୍ମାଣ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରି ଆସୁଛନ୍ତି ।       

"ଭାରତ ଏକ ହିନ୍ଦୁ ରାଷ୍ଟ୍ର" ! ପ୍ରାୟ ୫୦୦ ବର୍ଷର ସଂଘର୍ଷ ଫଳରେ ଧର୍ମ ନଗରୀ ଅଯୋଧ୍ୟାରେ ଜନ୍ମ ଗ୍ରହଣ କରିଥିବା ମର୍ଯ୍ୟଦା ପୁରୁଷ ଭଗବାନ ରାମଙ୍କୁ ଶେଷରେ ତାଙ୍କ ହକ ମିଳିଛି । ଏହା ସହିତ ହର୍ଷ ଉଲ୍ଲାସ ମଧ୍ୟରେ ଏଠାରେ ରାମ ମନ୍ଦିର ନିର୍ମାଣ କରିବାକୁ ନେଇ ବେଶ ଲମ୍ବା ସମୟ ଧରି  ଅପେକ୍ଷା କରି ଆସିଥିବା ରାମ ଭକ୍ତଙ୍କ ଇଚ୍ଛା ଶେଷରେ ପୂର୍ଣ୍ଣ ହୋଇଛି। ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଥିବା ରାମ ମନ୍ଦିର ଲାଗି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଯାହାର ସାକ୍ଷୀ ରହିଛନ୍ତି ଦେଶର ମୁସଲମାନ ସମ୍ପ୍ରଦାୟ । ଯେଉଁମାନେ ପ୍ରାୟ ୩୦ ବର୍ଷ ଧରି ବାବ୍ରି ମସଜିଦ ମାମଲା ଲଢି ଆସୁଥିଲେ । ଏପରି ଏକ ବିରଳ ମୂହୂର୍ତ୍ତରେ ବିଷ ଓଗାଳିବାରେ ଲାଗିଛନ୍ତି ବିଭିନ୍ନ ଦଳର ରାଜନେତା । ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଗଢି ତୋଳିବା ଲାଗି ଅଧିକ ଖୋରାକ ଯୋଗାଉଛି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିବା ବିଭିନ୍ନ ମୁସଲମାନ ନେତା । କାରଣ ସେମନଙ୍କ ପକ୍ଷରୁ ଦିଆଯାଉଥିବା ବୟାନ ଭାରତକୁ ହିନ୍ଦୁ ରାଷ୍ଟ୍ର ନିର୍ମାଣ କରିବାରେ ରାସ୍ତା ଦେଖାଉଛି।       

"ହିନ୍ଦୁ ରାଷ୍ଟ୍ର ନିର୍ମାଣ ପଥରେ ଭାରତ" କ'ଣ ଭାରତୀୟ ମୁସଲମାନ ଏପରି ଚାହୁଁଛନ୍ତି?       

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ମାମଲାରେ ବିବାଦୀୟ ବୟାନବାଜି କରିବାରେ ଲାଗି ପଡିଛନ୍ତି କେତେକ ରାଜନୀତି । ଏନେଇ ମତ ରଖି କେତେକ ନେତାଙ୍କ ପକ୍ଷରୁ କୁହାଯାଇଛି ହିନ୍ଦୁ ରାଷ୍ଟ୍ର ନିର୍ମାଣ ଲାଗି ପ୍ରୟାସ ଆରମ୍ଭ ହୋଇସାରିଛି । ଏହା ଦେଶର ଅନ୍ୟତମ ଧାର୍ମିକ ସହର କାଶୀ ଏବଂ ମଥୁରାରେ ହିନ୍ଦୁତ୍ୱ ବାନା ଉଡାଇବା ଲାଗି ସ୍ୱର ଉଠିବାରେ ଲାଗିଛି । ଏହି ୩ଟି ଇସାରା ହିନ୍ଦୁ ରାଷ୍ଟ୍ର ନିର୍ମାଣ ପ୍ରସଙ୍ଗକୁ ଆହୁରି ଚର୍ଚ୍ଚାର ପରିସରକୁ ଟାଣିନେଇଛି । ଯାହା ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାର ସରକାରଙ୍କୁ ଏହି ରାସ୍ତାରେ ଅଗ୍ରସର ହେବା ଲାଗି ଉତ୍ସାହିତ କରୁଛି।    

ହିନ୍ଦୁ ରାଷ୍ଟ୍ର ନିର୍ମାଣ ଲାଗି ପରାମର୍ଶ ଦେଲେ ଓୱେସୀ  

ହାଇଦ୍ରାବାଦ ଲୋକସଭା ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (All India Majlis-e-Ittehadul Muslimeen-AIMIM) ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ରାମ ମନ୍ଦିର ନିର୍ମାଣ ଲାଗି ପ୍ରଥମ ଇଟା ରଖି ପିଏମ ମୋଦି ହିନ୍ଦୁ ରାଷ୍ଟ୍ର ଗଠନ କରିବା ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ୨୦୨୦ ଅଗଷ୍ଟ ୫ ତାରିଖକୁ  ହିନ୍ଦୁତ୍ୱର ବିଜୟ ଏବଂ ଧର୍ମ ନିରପେକ୍ଷତାର ହାର ବୋଲି କହିଥିଲେ ସେ ।   

ଏହା ସହିତ ହାଇଦ୍ରାବାଦ ସାଂସଦ ଏହା ମଧ୍ୟ କହିଥିଲେ, ଏହା ସବୁଠାରୁ ଅଶ୍ଚର୍ଯ୍ୟକର କଥା ଯେ ପ୍ରଧାନମନ୍ତ୍ରୀ ମନ୍ଦିରକୁ ଭାରତର ସଙ୍କେତ (Symbol of India) ଭାବେ ଦର୍ଶାଇଛନ୍ତି । ହେଲେ କୌଣସି ଦେଶର ସଙ୍କେତ ମନ୍ଦିର ମସଜିଦ ବଳି ଧର୍ମାନୁଷ୍ଠାନ ହୋଇପାରିବ ନାହିଁ । ହେଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଥିଲେ।

fallback

 

ମନ୍ଦିର ଭାଙ୍ଗିବାକୁ ଧମକ ଦେଲେ ସାଜିଦ ରଶୀଦୀ  

ଅଖିଳ ଭାରତୀୟ ଇମାମ ଅସନ ଅଧ୍ୟକ୍ଷ ସାଜିଦ ରଶୀଦୀ ରାମ ନିର୍ମାଣକୁ ନେଇ ବିଷ ଓଗାଳିଛନ୍ତି । ଏନେଇ ସେ କହିଛନ୍ତି ଇସଲାମିକ ମତ ଅନୁସାରେ ଗୋଟିଏ ମସଜିଦ ସବୁ ବେଳ ଲାଗି ମସଜିଦ ହୋଇ ରହିଥାଏ । ଏଠାରେ ଅନ୍ୟ କିଛି ନିର୍ମାଣ କରିବା ଲାଗି ଏହାକୁ ଭଙ୍ଗା ଯାଇପାରିବ ନାହିଁ । ମନ୍ଦିର ଭାଙ୍ଗିବା ପରେ ମସଜିଦ ନିର୍ମାଣ ହୋଇନଥିଲା, ହେଲେ ବର୍ତ୍ତମାନ ମସଜିଦ ନିର୍ମାଣ ପାଇଁ ମନ୍ଦିର ଭାଙ୍ଗି ଦିଆଯିବ।

ଏଭଳି ଉତ୍ତେଜନାମୂଳକ ବିବୃତ୍ତି ଲାଗି ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଲ ଇଣ୍ଡିଆ ଇମାମ ଆସୋସିଏସନର ସଭାପତି ରଶୀଦୀଙ୍କ ବିରୋଧରେ ବିଜେପି ଦିଲ୍ଲୀରେ ଅଭିଯୋଗ ଆଣିଛି । ତାଙ୍କର ଏଭଳି ବୟାନ ଦେଶର ବହୁସଂଖ୍ୟକଙ୍କ ଲାଗି ଏହା ଖୋଲାଖୋଲି ଭାବେ ଧମକ ସଦୃଶ୍ୟ ।

fallback

 

 

ଶଫିକ୍କୁର ରେହମାନଙ୍କ ବିବାଦୀୟ ବୟାନ

ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦ ପାର୍ଟି ସାଂସଦ ତଥା ବାବ୍ରି ମସଜିଦ କମିଟିର ପୂର୍ବତନ ସଂଯୋଜକ ଡକ୍ଟର ଶଫିକ୍କୁର ରହମାନ ବୁର୍କ । ଏନେଇ ସେ କହିଛନ୍ତି ବିଜେପି ସରକାର ନିଜର ଶକ୍ତି ବଳରେ ଅଦାଲତ ମାଧ୍ୟମରେ ନିଜ ସପକ୍ଷରେ ରାୟ ଶୁଣାଇଛନ୍ତି । ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରି ଧର୍ମ ନିରପେକ୍ଷତାକୁ ହତ୍ୟା କରିଛନ୍ତି ।

ଏହା ସେ ଏହା ମଧ୍ୟ କହିଛନ୍ତି, "ବାବ୍ରି ମସଜିଦ ଥିଲା, ରହିଛି ଏବଂ ରହିବ । ମୁସଲମାନମାନେ ନିରାଶ ହେବା ଉଚିତ ନୁହେଁ, ମୁସଲମାନ ମୋଦି ଯୋଗୀଙ୍କ ଦୟାରେ ନାହାଁନ୍ତି, ସେମାନେ ଆଲ୍ଲାଙ୍କ ଉପରେ ବିଶ୍ୱାସ କରନ୍ତି । ବିଜେପି ସରକାର ଦେଶ ଲାଗି ପ୍ରାଣ ବଳି ଦେଇଥିବା ମୁସଲମାନଙ୍କ ବଳିଦାନକୁ ଭୁଲି ଯାଇଛି ।

fallback

 

 

ସମୟ କହୁଛି ମନ୍ଦିର ନିର୍ମାଣର ଇତିହାସ

ପ୍ରାୟ ୪୯୨ ବର୍ଷର ଅପେକ୍ଷା, ତାରିଖ ପର ତାରିଖ, ନିମ୍ନ ଅଦାଲତ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବାରମ୍ବାର ଚକ୍କର କାଟିବା ପରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରକୁ ଧ୍ୱଂସ କରିବାକୁ ଦିଆଯାଉଛି ଖୋଲା ଧମକ ଧମକ ଦେଉଛନ୍ତି ଦେଶର ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକ । ନିଜର ବିଷାକ୍ତ ବୟାନବାଜି ବଳରେ ଦେଶରେ ନିଆଁ ଲଗାଇବାକୁ ଚେଷ୍ଟା କରୁଛନ୍ତି ଏପରି ଗୋଷ୍ଠୀର ଲୋକ । 'ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ-ଏଆଇଏମପିଏଲବି' (All India Muslim personal Law Board-AIMPLB) ଏକ ଯୋଜନା ମୁତାବକ ଏପରି ଷଡଯନ୍ତ୍ର ରଚିଛି । ଏଥିରେ ଓୱେସି ପେଟ୍ରୋଲ ଢାଳି ଥିବା ବେଳେ, ସାଜିଦି ରଶୀଦୀ ନିଆଁ ଲଗାଇଛନ୍ତି ଏବଂ ଶଫିକ୍କୁର ରେହମାନ ଏହି ନିଆଁରେ ଘିଅ ଢାଳିଛନ୍ତି। 

ରାଷ୍ଟ୍ରୀୟ ଭାବନାକୁ ଅପମାନିତ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । କାରଣ ଯେଉଁମାନେ ମନ୍ଦିର ଭଙ୍ଗିବା ଲାଗି ଧମକ ଦେଉଛନ୍ତି ସେମାନେ ନିଜର ବିବାଦୀୟ ବୟାନ ମାଧ୍ୟମରେ ଦେଶରେ ସାମ୍ପ୍ରଦାୟିକ ନିଆଁ ଲଗାଇବାକୁ ଶପଥ ନେଇଛନ୍ତି । ଏପରି ଲୋକ ସୁପ୍ରିମକୋର୍ଟଙ୍କ ଅପମାନ କରୁଛନ୍ତି।

ଏଆଇପିଏମଏଲବି ଆରମ୍ଭ କରିଛି ଏହି ଅଭିଯାନ  

ରାମ ମନ୍ଦିର ନିର୍ମାଣ ବିରୁଦ୍ଧରେ ବିଷ ଓଗାଳି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପକ୍ଷରୁ ଏକ ଅଭିଯାନ ଚଳାଯାଉଛି । ଏନେଇ ଟ୍ୱିଟ କରି ଏଆଇଏମପିଏଲବି ପକ୍ଷରୁ କୁହାଯାଇଛି, "ବାବ୍ରି ମସଜିଦ ଥିଲା, ଅଛି ଏବଂ ରହିବ। ହାଗିଆ ସୋଫିଆ ହେଉଛି ଏହାର ଏକ ବଡ ଉଦାହରଣ । ଅନ୍ୟାୟପୂର୍ଣ୍ଣ, ଦମନକାରୀ, ଲଜ୍ଜାଜନକ ତଥା ବହୁସଂଖ୍ୟକ ତୁଷ୍ଟିକରଣ ଦ୍ୱାରା ଜମିରେ ନୂତନ ନିର୍ମାଣ ଏହାକୁ ବଦଳାଇ ପାରିବ ନାହିଁ । ଏନେଇ ଅସନ୍ତୁଷ୍ଟ ହେବାର କିଛି କାରଣ ନାହିଁ । କୌଣସି ପରିସ୍ଥିତି ଚିରସ୍ଥାୟୀ ନୁହେଁ। 

ଯଦିଓ ଦେଶର ସାଧାରଣ ମୁସଲମାନ ସାମ୍ପ୍ରଦାୟିକତା କବଳରୁ ମୁକ୍ତ ହୋଇ ପ୍ରଗତିର ରାସ୍ତାରେ ଅଗ୍ରସର ହେବାକୁ ଚାହୁଁଛନ୍ତି, ହେଲେ ନିଜକୁ ମୁସଲମାନ ସମ୍ପ୍ରଦାୟର ମୁଣ୍ଡିଆଳ ଭାବେ ବିଚାର କରୁଥିବା କେତେକ ବ୍ୟକ୍ତି ଏହା କରିବାକୁ ଚାହାଁନ୍ତି ନାହିଁ। ଏପରି ରାଷ୍ଟ୍ର ବିରୋଧି ଶକ୍ତିକୁ ନିଜ ଦେଶର ଆଇନ ଉପରେ ଭରସା ନାହିଁ। 

ଏ ମାମଲାରେ ସବୁଠି ଚର୍ଚ୍ଚିତ ବୟାନ ଦେଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଓୱେସି । ଏନେଇ ସେ କହିଛନ୍ତି ରାମ ମନ୍ଦିର ନିର୍ମାଣ ଲାଗି ପ୍ରଥମ ଇଟା ରଖି ପ୍ରଧାନମନ୍ତ୍ରୀ ମୋଦି ଏକ ହିନ୍ଦୁ ରାଷ୍ଟ୍ରର ମୂଳଦୁଆ ପକାଇଛନ୍ତି। ଧାର୍ମିକ ରାଜନୀତି ନାଁରେ ଦଙ୍ଗା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିଥିବା ରାଜନେତାଙ୍କ ମୁହଁରେ ଦୃଢ ଜବାବ ଦେଇପାରନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ।