ମୁମ୍ବାଇ: ପୁଣି ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ପୁରୁଣା ସହଯୋଗୀ ବିଜେପିକୁ ଟାର୍ଗେଟ କରିଛି ଶିବସେନା। ଦଳୀୟ ମୁଖପତ୍ର 'ସାମନା' ମାଧ୍ୟମରେ କାଶ୍ମୀର ଏବଂ ବାଂଲାଦେଶ ଠାରେ ହିନ୍ଦୁଙ୍କ ସହ ହୋଇଥିବା ଘଟଣାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛି। 


COMMERCIAL BREAK
SCROLL TO CONTINUE READING

ହିନ୍ଦୁତ୍ୱ (Hindutva) ପ୍ରସଙ୍ଗରେ ବିଜେପି (BJP) ଉଦ୍ଦେଶ୍ୟରେ ଟାର୍ଗେଟ କରି ଶିବସେନା (Shiv Sena) ପକ୍ଷରୁ କୁହାଯାଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ହିନ୍ଦୁ (Hindu) ବିପଦରେ ଅଛନ୍ତି ବୋଲି ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନ ରାଲିରେ ଏହି ପ୍ରକାର ପ୍ରଚାର ହୋଇଥିଲା। ଏହା ସତ୍ତ୍ୱେ ସେଠାରେ ଥିବା ହିନ୍ଦୁ ଭୋଟର ଶେଷରେ ମମତା ବାନାର୍ଜୀଙ୍କୁ ଜିତାଇଥିଲେ। କାହିଁକି ସେମାନେ ତଳକୁ ଖସିଗଲେ? ଏହି ପ୍ରଶ୍ନ ନବହିନ୍ଦୁବାଦୀ ନିଜକୁ ପଚାରିବା ଆବଶ୍ୟକ। 


Also Read: ମୁଖ୍ୟମନ୍ତ୍ରୀ ପଦକୁ ନେଇ Uddhav Thackeray ଙ୍କୁ ଘେରିଲେ Devendra Fadnavis; ଜବାବ ଦେଲେ Sharad Pawar


ଦଳୀୟ ମୁଖପତ୍ର (Shiv Sena Mouthpiece)'ସାମନା' (Saamana) ଜରିଆରେ ଶିବସେନା ପକ୍ଷରୁ କୁହାଯାଇଛି ଭୋଟ୍ ପାଇଁ ବିଜେପି ହିନ୍ଦୁତ୍ୱ କଥା ଉଠାଇଥାଏ। ସେଥିପାଇଁ ନିର୍ବାଚନ ସମୟରେ ହିନ୍ଦୁ-ମୁସଲମାନ ଖେଳ ଜୋରଦାର ଖେଳାଯାଏ। ଏପରିକି ବିବାଦ ସୃଷ୍ଟି କରି ଭୋଟ୍ ଅର୍ଜନ କରାଯାଏ ହେଲେ ବର୍ତ୍ତମାନ ହିନ୍ଦୁ ଏହି ଖେଳ ଖେଳି ଥକିଗଲେଣି। ଯେଉଁମାନେ କହିଥିଲେ କ୍ଷମତା ପାଇଁ ଶିବସେନା ହିନ୍ଦୁତ୍ୱ ଛାଡିଦେଇଛି ହେଲେ ଯେତେବେଳେ ସେମାନେ କ୍ଷମତା ହାସଲ କରିବା ପାଇଁ ଜାମ୍ମୁ କାଶ୍ମୀରରେ ମେହବୁବା ମୁଫତିଙ୍କ ପାର୍ଟି ବୁଝମଣା କରିଥିଲେ ଏହାକୁ ଭୁଲିହେବ ନାହିଁ।


Also Read: NCP ମୁଖ୍ୟଙ୍କୁ ନେଇ ଏପରି ବୟାନ ଦେଲେ Shiv Sena ନେତା; ସରଗରମ ହୋଇଉଠିଲା ରାଜ୍ୟ ରାଜନୀତି


ଦଳୀୟ ମୁଖପତ୍ର ସମ୍ପାଦକୀୟରେ ଶିବସେନା ପକ୍ଷରୁ ଆହୁରି କୁହାଯାଇଛି ବର୍ତ୍ତମାନ କେବଳ ହିନ୍ଦୁ ବିପଦରେ ନାହାଁନ୍ତି ବରଂ ସମଗ୍ର ହିନ୍ଦୁସ୍ତାନ ବିପଦରେ ରହିଛି! ୧୦୦ କୋଟି ଟିକାକରଣର ଲକ୍ଷ୍ୟ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାା ଠାରେ ଦେଶର ସର୍ବବୃହତ ଜାତୀୟ ପତାକା ତ୍ରିରଙ୍ଗା ଉଡାଇଥିଲେ। ହେଲେ ଭୁଲ ନୁହେଁ ଠିକ। ହେଲେ ଯେତେବେଳେ ଚୀନ, ପାକିସ୍ତାନ, ବାଂଲାଦେଶ ଭଳି ପଡୋଶୀ ଦେଶ ସୀମା ଠାରେ ବିଭିନ୍ନ ପ୍ରକାର ବିବାଦ ସୃଷ୍ଟି କରିବାରେ ଲାଗିଛନ୍ତି, ହେଲେ ଏପରି ଅବସ୍ଥା ଦେଖିବା ପରେ ତ୍ରୀରଙ୍ଗା  ସୁରକ୍ଷିତ ରହିବ ନା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି। ରାଷ୍ଟ୍ରୀୟ ସୁରକ୍ଷା ବିଷୟରେ ଚିନ୍ତା କରିବାକୁ ହେବ। ମହାରାଷ୍ଟ୍ର ରାଜନୀତିରେ ଶିବସେନା କ'ଣ କରିଛି ଏବଂ କ'ଣ କରିବା ଆବଶ୍ୟକ ସେ ପ୍ରସଙ୍ଗରେ ଉପଦେଶ ଦେବା ଅପେକ୍ଷା ଦେଶର ସୀମାରେ ରହୁଥିବା ହିନ୍ଦୁଙ୍କଆକ୍ରୋଶକୁ ବୁଝିବାକୁ ଦରକାର।


Also Read: Maharashtra Politics: ଆଗାମୀ ନିର୍ବାଚନକୁ ନେଇ BJP କଲା ବଡ ଘୋଷଣା


ଗୋଟିଏ ରାଜ୍ୟରେ ଗୋମାଂସକୁ ନେଇ ଲୋକଙ୍କୁ ହତ୍ୟା କରିବା ଏବଂ ସେମାନଙ୍କୁ ଅନ୍ୟ ରାଜ୍ୟରେ ଗୋମାଂସ ଖାଇବାକୁ ଅନୁମତି ଦେବା ହେଉଛି ଫମ୍ପା ହିନ୍ଦୁତ୍ୱ। ଯଦି ସାବରକରଙ୍କ ପରି ଜଣେ ପ୍ରଖର ହିନ୍ଦୁତ୍ୱବାଦୀ ଦେଶପ୍ରେମୀଙ୍କୁ ବଦନାମ କରିବା, ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପ୍ରସଙ୍ଗ ଉଠିଲେ ନୀରବତା ଅବଲମ୍ବନ କରିବା ହେଉଛି ଲୋକ ଦେଖାଣିଆ ହିନ୍ଦୁତ୍ୱ। ଏହି ପ୍ରସଙ୍ଗରେ ଫମ୍ପା ପ୍ରବଚନ ଦେବାକୁ ବନ୍ଦ କରିବା ଆବଶ୍ୟକ। ଯେଉଁମାନଙ୍କର ହୃଦୟ କାଶ୍ମୀରର ହିନ୍ଦୁଙ୍କ କ୍ରନ୍ଦନ ଦ୍ୱାରା ବ୍ୟଥିତ ହେଉନାହିଁ ସେମାନେ ମହାରାଷ୍ଟ୍ର ଉପରେ ଉପଦେଶ ଦେବା ଠିକ ନୁହେଁ।