Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena
Advertisement
Article Detail0/zeeodisha/odisha960573

Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena

ମାୟାନଗରୀରେ ବିଭିନ୍ନ ସ୍ଥାନର ନାମକରଣକୁ ରାଜନୀତି ହେବା କୌଣସି ନୂଆ କଥା ନୁହେଁ।  

Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena

ମୁମ୍ବାଇ: ହିନ୍ଦୁତ୍ୱ ପରେ ଏବେ ଟିପୁ ସୁଲତାନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ରାଜନୀତିରେ ଏବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବିଜେପି-ଶିବସେନା। ମାୟା ନଗରୀ ମୁମ୍ବାଇ ସହରରେ ଏକ ରାସ୍ତାକୁ ଟିପୁଙ୍କ ନାମରେ ନାମିତ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ।

ମୁମ୍ବାଇ ସହରରେ ଏକ ରାସ୍ତାର ନାମ ପ୍ରାଚୀନ ମହୀଶୂର ରାଜ୍ୟର ଶାସକ (Mahisur Ruler) ଟିପୁ ସୁଲତାନଙ୍କ ନାମରେ ନାମିତ କରାଯାଇଥିବା ସଡ଼କର ନାମ ପରିବର୍ତ୍ତନ କରିବାକୁ ମୁମ୍ବାଇ ମହାନଗର ନିଗମ ବିଏମସି ନିକଟରେ ଦାବି କରିଛି ବିଜେପି। ଏନେଇ ମୁମ୍ବାଇ ମେୟର କିଶୋରୀ ପେଦେନକରଙ୍କ ନିକଟକୁ ପତ୍ର ଲେଖିଛନ୍ତି ବିଏମସି ବିଜେପି ଦଳ ନେତା ପ୍ରଭାକର ସିନ୍ଧେ। 

Also Read: ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

ଗତ ୨୦୦୧ ମସିହାରେ ମୁମ୍ବାଇ ଅନ୍ଧେରୀସ୍ଥିତ ଭବନ୍ସ କଲେଜ ନିକଟସ୍ଥ ଏକ ରାସ୍ତା ଏବଂ ୨୦୧୩ ବର୍ଷରେ ଗୋବଣ୍ଡି ଠାରେ ଥିବା ଏକ ସଡ଼କର ନାଁ ଟିପୁ ସୁଲତାନଙ୍କ ନାମରେ ନାମିତ କରାଯାଇଥିଲା। ଏହାକୁ ପରିବର୍ତ୍ତନ କରିବା ପାଇଁ  ଦାବି କରିଛି ବିଜେପି। 

ଏ ଘଟଣାରେ ପ୍ରତିକ୍ରିୟା ରଖି ବିଏମସି ସ୍ଥାୟୀ ସମିତି ଅଧ୍ୟକ୍ଷ ଶିବସେନା ନେତା ଯଶୋୱନ୍ତ ଜାଧବ କହିଛନ୍ତି ଯେତେବେଳେ ଏ ସମ୍ପର୍କିତ ପ୍ରସ୍ତାବ ବିଏମସି ପାରିତ କରିଥିଲା ସେତେବେଳେ ବିଜେପି ଆମ ସହ କ୍ଷମତାରେ ଥିଲା। ସେତେବେଳେ କ'ଣ ପାଇଁ ସେମାନେ ଏହି ପ୍ରସ୍ତାବକୁ କ'ଣ ପାଇଁ ବିରୋଧ କରିନଥିଲେ। ମେଣ୍ଟ ଭାଙ୍ଗିଯିବା ପରେ ଏବେ ବିଜେପି ଏହି ପ୍ରସଙ୍ଗ ଉଠାଉଛି। 

Also Read: କଂଗ୍ରେସର ଦୋମୁହାଁ ନୀତି; ମୁସ୍ତାଫାଙ୍କୁ ହିଁ, ପେରିସଙ୍କୁ ନାଁ

ମାୟାନଗରୀ ମୁମ୍ବାଇ ସହରରେ ବିଭିନ୍ନ ସ୍ଥାନର ନାମକରଣକୁ ରାଜନୀତି ହେବା କୌଣସି ନୂଆ କଥା ନୁହେଁ।  ଏହା ପୂର୍ବରୁ ଗୋବଣ୍ଡି ଠାରେ ଥିବା ଏକ ପାର୍କର ନାଁ ଟିପୁଙ୍କ ନାମରେ ରଖିବାକୁ ନେଇ ରାଜନୀତି ତେଜି ଉଠିଥିଲା।