NCP ମୁଖ୍ୟଙ୍କୁ ନେଇ ଏପରି ବୟାନ ଦେଲେ Shiv Sena ନେତା; ସରଗରମ ହୋଇଉଠିଲା ରାଜ୍ୟ ରାଜନୀତି
Advertisement

NCP ମୁଖ୍ୟଙ୍କୁ ନେଇ ଏପରି ବୟାନ ଦେଲେ Shiv Sena ନେତା; ସରଗରମ ହୋଇଉଠିଲା ରାଜ୍ୟ ରାଜନୀତି

ଶିବସେନା-ଏନସିପି-କଂଗ୍ରେସ ପ୍ରଭୃତି ଦଳକୁ ନେଇ ମହାବିକାଶ ଅଘାଡି ସରକାର ଗଠିତ ହୋଇଛି। ଏହି ସରକାର ପୂରା ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବ। 

NCP ମୁଖ୍ୟଙ୍କୁ ନେଇ ଏପରି ବୟାନ ଦେଲେ Shiv Sena ନେତା; ସରଗରମ ହୋଇଉଠିଲା ରାଜ୍ୟ ରାଜନୀତି

ନୂଆଦିଲ୍ଲୀ: ଏନସିପି ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଶିବସେନା ନେତା ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର କଂଗ୍ରେସ-ଏନସିପି ସହ ହୋଇଥିବା ଏକ ବୁଝାମଣା ବୋଲି କହିବାକୁ ପଛାଇନାହାଁନ୍ତି ସେ। ତାଙ୍କର ଏପରି ମତକୁ ନେଇ ଏହି ସରକାରରେ ସାମିଲ ଥିବା ଅଂଶୀଦାର ଦଳକୁ ଟାର୍ଗେଟ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି।

କିଛି ଦିନ ପୂର୍ବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗୀତେ (Shiv Sena Leader Anant Geete) କହିଥିଲେ ନିଜର ସ୍ୱତନ୍ତ୍ର ଦଳ  ଗଠନ କରିବା ଲାଗି କଂଗ୍ରେସକୁ (Congress) ପଛପଟୁ ଛୁରୀ ମାରିଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (Nationalist Congress Party) ଏନସିପି ସୁପ୍ରିମୋ (NCP Supremo) ଶରଦ ପାୱାର (Sharad Pawar) କେବେହେଲେ ଆମ ଦଳର କାର୍ଯ୍ୟକର୍ତ୍ତା ଶିବ ସୈନିକଙ୍କ (Shiv Sainik) ଲାଗି ପରାମର୍ଶଦାତା ହୋଇପାରିବେ ନାହିଁ। ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର କଂଗ୍ରେସ-ଏନସିପି-ଶିବେସେନା ମଧ୍ୟରେ ହୋଇଥିବା ଏକ ବୁଝାମଣା। 

ଗତ ସୋମବାର ନିଜର ସଂସଦୀୟ କ୍ଷେତ୍ର ରାୟଗଡ଼ (Raigad Lok Sabha Seat) ଠାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରି ଶିବସେନା ନେତା ଅନନ୍ତ ଗୀତେ କହିଥିଲେ ମହାବିକାଶ ଅଘାଡି ସରକାର (Maha Vikas Aghadi Govt) ହେଉଛି ଏକ ବୁଝାମଣା ମାତ୍ର। ଲୋକେ ଏନସିପି ମୁଖ୍ୟ ପାୱାରଙ୍କୁ ଯେତେ ପ୍ରଶଂସା କଲେ ରାଜନୀତିରେ ଆମର ଗୁରୁ କେବଳ ଆମ ନେତା ସ୍ୱର୍ଗତଃ ବାଲାସାହେବ ଠାକରେ (Bala Saheb Thakre)। ଯେ ପର୍ଯ୍ୟନ୍ତ ଏହି ସରକାର କାମ କରି ଚାଲୁଥିବା ସେ ପର୍ଯ୍ୟନ୍ତ ଏହା ତିଷ୍ଠି ରହିଥିବ। ଯଦି ଏହି ସରକାର ଭାଙ୍ଗିଯାଏ ତାହାଲେ ଆମର ଘର ଶିବସେନା ପାଲଟିଯିବ। ଆମେ ଆମ ଦଳକୁ ଛାଡି ରହିପାରିବୁ ନାହିଁ। ଏହି ସରକାର ପ୍ରତି ମୋର କୌଣସି ଖରାପ ମନୋଭାବ ନାହିଁ। ମୁଁ ଚାହୁଁଛି ଏହି ସରକାର ଆଗକୁ ମାଡିଚାଲୁ। 

Also Read: Navjot Singh Sidhu ଙ୍କ ପରେ Amarinder Singh ଙ୍କ ଟାର୍ଗେଟରେ Rahul-Priyanka Gandhi

କଂଗ୍ରେସ ପିଠିରେ ଛୁରୀ ମାରି ଏନସିପି ଗଠନ କରିଥିଲେ ଶରଦ ପାୱାର। ଯଦି କଂଗ୍ରେସ-ଏନସିପି ଏକ ନୁହଁନ୍ତି ତାହେଲେ ଶିବସେନା ସମ୍ପୂର୍ଣ୍ଣ ଭାବେ କଂଗ୍ରେସ କଥାରେ ପରିଚାଳିତ ହେବ ନାହିଁ। କଂଗ୍ରେସ-ଏନସିପି ମଧ୍ୟରେ ସମ୍ପର୍କ ସବୁବେଳେ ଠିକ ରହିନାହିଁ ବୋଲି କହିଛନ୍ତି ଏହି ଶିବସେନା ନେତା। ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଛି ଏପରି ବୟାନ ଦେଇ ଶିବସେନା କର୍ମକର୍ତ୍ତାଙ୍କ ମନର କଥା କହିଛନ୍ତି ଅନନ୍ତ ଗୀତେ। 

ଏନେଇ ମତରଖି ଜଣେ ଏନସିପି ନେତା କହିଛନ୍ତି ଗୀତେଙ୍କ ବିବୃତ୍ତି ଉପରେ କୌଣସି ପ୍ରତିକ୍ରିୟା ରଖିବାର ଆବଶ୍ୟକତା ନାହିଁ। ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ (Shiv Sena Leader Sanjay Raut) କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ସମସ୍ତଙ୍କ ନେତା। ଗତ ୧୯୯୯ ମସିହା ମେ ୨୫ ତାରିଖରେ କଂଗ୍ରେସ ଠାରୁ ଅଲଗା ହୋଇ ଶରଦ ପାୱାରଙ୍କ ନେତୃତ୍ୱରେ ଏନସିପି ଗଠିତ ହୋଇଥିଲା।

Also Read: 'Punjab' ପରେ 'Operation Rajasthan' ଉପରେ କଂଗ୍ରେସ ନଜର

 

ସେହିପରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Chief Minister of Maharashtra) ଦେବେନ୍ଦ୍ର ଫଡନାଭୀସ (Devendra Fadnavis) କହିଛନ୍ତି ଶିବସେନା ନେତା ଏହା କହିବାକୁ ଚାହୁଁଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ଥିବା ମେଣ୍ଟ ସରକାର ପ୍ରାକୃତିକ ନୁହେଁ। ପୂର୍ବରୁ ମୁଁ ଏକଥା କହିସାରିଛି ଯେ ମହାବିକାଶ ଅଘାଡି ହେଉଛି ଏକ ଅପ୍ରାକୃତିକ ଗଠବନ୍ଧନ। ଏହା କେବେହେଲେ ସରକାର ଚଳାଇ ପାରିବ ନାହିଁ। ଅନ୍ୟପଟେ ଫଡନାଭୀସଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସୁଧିର ମୁଙ୍ଗଟିୱାର(Sudhir Mungantiwar) କହିଛନ୍ତି ଯଦି ଶିବସେନା କର୍ମକର୍ତ୍ତାଙ୍କ ନାର୍କୋଟେଷ୍ଟ କରାଯାଏ ତାହେଲେ ଏନସିପି-କଂଗ୍ରେସ ସହ ହୋଇଥିବା ଗଠବନ୍ଧନକୁ ଭାଙ୍ଗିବା ପାଇଁ ସେମାନଙ୍କ ଅନ୍ତଃରାତ୍ମା କହୁଥିବାର ଶୁଭାଯିବ। ଏପରି ଗଠବନ୍ଧନ ଶିବସେନା ଲାଗି ଆତ୍ମହତ୍ୟା କରିବା ସଦୃଶ୍ୟ। 

ଗତ ୨୦୧୯ ଲୋକସଭା ନିର୍ବାଚନରେ ରାୟଗଡ଼ ଲୋକସଭା ଆସନରୁ ଅନନ୍ତ ଗୀତେଙ୍କୁ ପରାସ୍ତ କରିଥିବା ସ୍ଥାନୀୟ ସାଂସଦ ସୁନୀଲ ତଟକରେ (Raigad MP Sunil Tatkare) କହିଛନ୍ତି ଆମ ନେତା ଶରଦ ପାୱାରଙ୍କ ବିରୁଦ୍ଧରେ କୌଣସି ପ୍ରତିକ୍ରିୟା ଦେବାର ଆବଶ୍ୟକତା ନାହିଁ। ମହାବିକାଶ ଆଘାଡି ଗଠବନ୍ଧନକୁ ନେଇ ଗୀତେ ନିରାଶ ହୋଇପଡି଼ଛନ୍ତି। ତାଙ୍କୁ ତାଙ୍କର ବୟାନ ପାଇଁ ତାଙ୍କ ଦଳ ପକ୍ଷରୁ ଚେତାବନୀ ଦିଆଯିବ ନା ନାହିଁ ତାହା ଶିବସେନାର ବ୍ୟକ୍ତିଗତ ବ୍ୟାପାର। ଶରଦ ପାୱାର ହେଉଛନ୍ତି ପୁରା ରାଜ୍ୟର ନେତା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ନେତୃତ୍ୱରେ ମହାବିକାଶ ଅଘାଡି ସରକାର ଉତ୍ତମ କାର୍ଯ୍ୟ କରୁଛି।

Also Read: ଏହି ଦିନ Congress ରେ ସାମିଲ ହେବେ Kanhaiya Kumar-Jignesh Mevani

ଏ ପ୍ରସଙ୍ଗରେ ମତ ରଖି ଶିବସେନା ସଞ୍ଜୟ ରାଉତ କହିଛନ୍ତି ଶରଦ ପାୱାର ପୁରା ଦେଶର ନେତା। ଶିବସେନା-ଏନସିପି-କଂଗ୍ରେସ ପ୍ରଭୃତି ଦଳକୁ ନେଇ ମହାବିକାଶ ଅଘାଡି ସରକାର ଗଠିତ ହୋଇଛି। ଏହି ସରକାର ପୂରା ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବ। ସେ ଶରଦ ପାୱାର ହୁଅନ୍ତୁ କିମ୍ବା ଉଦ୍ଧବ ଠାକରେ ଅଥବା କଂଗ୍ରେସ ସମସ୍ତେ ମିଳିମିଶି ମହାବିକାଶ ଅଘାଡି ସରକାର ଗଠନ କରିଛନ୍ତି।