History of Dakota Plane: ଓଡିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ। ଏହାକୁ କୋଲକାତାରୁ ରାଜ୍ୟକୁ ଫେରାଇ ଆଣି ବାକୁ ପ୍ରସ୍ତୁତ ହୋଇଛନ୍ତି ଓଡିଶା ସରକାର। ଏନେଇ ଓଡ଼ିଶା ବିମାନ ବନ୍ଦର ପରିସରରେ ୧.୧ ଏକର ଜମି ହସ୍ତାନ୍ତର କରିବାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ଗତ ୧୯୪୭ ମସିହାରେ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ଉପରାଷ୍ଟ୍ରପତିଙ୍କୁ ବଞ୍ଚାଇବା ପାଇଁ ଏହି ବିମାନ ବ୍ୟବହାର କରିଥିଲେ ବିଜୁ ବାବୁ।


COMMERCIAL BREAK
SCROLL TO CONTINUE READING

କ'ଣ ଏହି ବିମାନର ଇତିହାସ? ଯାହାକୁ କେବେ ଉଡାଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଜଣେ ପ୍ରବୀଣ ରାଜନେତା ସହ ଜଣେ ଜଣାଶୁଣା ବିମାନ ଚାଳକ ଥିଲେ ବିଜୁ ବାବୁ। ତାଙ୍କ ପାଇଲଟ ଜୀବନର ଅଧିକାଂଶ ସମୟ ବ୍ରିଚିଶ ଶାସନ କାଳରେ କଟି ଯାଇଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ହେଉଛି ଏକ ସାମରିକ ପରିବହନ ବିମାନ। ଯାହାକୁ ସିଭିଲିୟାନ ଡଗଲାସ୍ ଡିସି-୩ ବିମାନରୁ ବିକଶିତ କରାଯାଇଛି। ଡାକୋଟା ବିମାନ ଡଗଲାସ ସି-୪୭ ସ୍କ୍ରାଇଟେନ ନାମରେ ଜଣାଶୁଣା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଆମେରିକା ମିତ୍ର ରାଷ୍ଟ୍ରଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହାର କରା ଯାଉଥିଲା। ବହୁ ବର୍ଷ ଧରି ବିଭିନ୍ନ ଏହି ବିମାନ ସାମରିକ ବାହିନୀ ସେବାରେ ନିୟୋଜିତ ହୋଇଥିଲା​।


ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ଦେଶର ସଶସ୍ତ୍ର ବାହିନୀ ଏହି ବିମାନକୁ ସୈନିକ ତଥା ମାଲ ପରିବହନ କାର୍ଯ୍ୟରେ ବ୍ୟବହାର କରିଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଆମେରିକାରେ ପ୍ରାୟ ୧୦ ହଜାରରୁ ଅଧିକ ଡାକୋଟା ବିମାନ ଉତ୍ପାଦିତ ହୋଇଥିଲା। ୧୯୯୫ ମସିହାରୁ ୧୯୭୫ ମସିହାରେ ଶେଷ ଭିଏତନାମ ଯୁଦ୍ଧ ବେଳେ ଆମେରିକା ବାୟୁସେନା ମଧ୍ୟ ଏହି ବିମାନ ବ୍ୟବହାର କରିଥିଲା। ଏହା ବ୍ୟତୀତ ଡାକୋଟା ହେଉଛି ପ୍ରଥମ ପ୍ରମୁଖ ପରିବହନ ବିମାନ ଯାହା ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲା। ୧୯୪୭ ମସିହାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଠାରୁ କାଶ୍ମୀର ବିମାନ ବନ୍ଦରକୁ ସୁରକ୍ଷା କରିବା ପାଇଁ ଡାକୋଟା ବିମାନ ବ୍ୟବହାର କରାଯାଇଥିଲା।


୧୯୪୭ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସୈନିକଙ୍କ ସାମଗ୍ରୀ ପରିବହନ ପାଇଁ ଭାରତୀୟ ବାୟୁସେନା ଏହି ବିମାନ ବ୍ୟବହାର କରିଥିଲା। ୧୯୭୧ ମସିହାରେ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମ ବେଳେ ଡାକୋଟା ବିମାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ବିମାନ ବାଂଲାଦେଶ ଯୁଦ୍ଧ ସମୟରେ ବାଂଲାଦେଶର ସୈନିକଙ୍କୁ ଏୟାରଡ୍ରପ୍ କରିବା ପାଇଁ ବ୍ୟବହୃତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ହଜାର ହଜାର ଡଗଲାସ ସି-୪୭ ସ୍କ୍ରାଇଟେନ ବିମାନକୁ ଏୟାରଲାଇନ୍ସ ବ୍ୟବହାରରେ ରୂପାନ୍ତରିତ କରାଯାଇଥିଲା। ଆମେରିକାର ବାୟୁସେନାର ଷଷ୍ଠ ସ୍ପେଶାଲ ଅପରେସନ୍ ସ୍କ୍ୱାଡ୍ରନ୍ ଶାଖାରେ ୨୦୦୮ ପର୍ଯ୍ୟନ୍ତ ସି-୪୭ ବିମାନ ବ୍ୟବହାର କରା ଯାଉଥିଲା।


ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଗତ ୨ ବର୍ଷ ମଧ୍ୟରେ ଡାକୋଟା ବିମାନକୁ ଓଡିଶା ଫେରାଇ ନେବାକୁ ଉଦ୍ୟମ କରାଯାଇଥିଲା। ହେଲେ କୋରୋନା ମହାମାରୀ କାରଣରୁ ଏହି କାର୍ଯ୍ୟ ଅଟକି ରହିଥିଲା। ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଶାସନ ବର୍ତ୍ତମାନ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତ ହୋଇଛି। କାରଣ ଏହାର ବୋର୍ଡ ବୋର୍ଡ ବୈଠକରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏକ ସ୍ମାରକ ସ୍ଥାପନ ପାଇଁ ୧.୧ ଏକର ଜମି ପଟ୍ଟା ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛି। ଯେଉଁଠାରେ ଏହି ଐତିହାସିକ ବିମାନକୁ ରଖାଯିବ। 


ଡାକୋଟା ବିମାନର ଲମ୍ବା ହେଉଛି ୬୪.୮ ଫୁଟ। ଯାହାର ଡେଣା ୯୫ ଫୁଟ ପର୍ଯ୍ୟନ୍ତ ଲମ୍ବା। ଏହି ବିମାନର କିଛି ଅଂଶ କୋଲକାତାରୁ ଭୁବନେଶ୍ୱରକୁ ସଡ଼କ ପଥରେ ଅଣାଯିବ। ଆବଶ୍ୟକ ମରାମତି ପରେ ଅଂଶଗୁଡିକ ଏଠାରେ ପୁନସ୍ଥାପନ କରାଯିବ। ରାଜନୀତିକୁ ଆସିବା  ପୂର୍ବରୁ ବିଜୁ ବାବୁ ଜଣ ଅଭିଜ୍ଞ ପାଇଲଟ ରୂପେ ପରିଚିତ ଥିଲେ। ଭାରତୀୟ ସ୍ୱାଧିନତା ସଂଗ୍ରାମ ବେଳେ ବିଜୁ ବାବୁ ଡାକୋଟା  ବିମାନ ବ୍ୟବହାର ଅନେକ ବିପଦପୂର୍ଣ୍ଣ ଅଭିଯାନରେ ସାମିଲ ହୋଇଥିଲେ।