Chandrayaan 3 Budget: ଅଗଷ୍ଟ ୨୩ ଥିଲା ପୂରା ଦେଶବାସୀଙ୍କ ପାଇଁ ଏକ ଗୌରବର ଦିନ । ଏହିଦିନକୁ କେବଳ ଯେ ଆମ ଦେଶ ତାହା ନୁହେଁ ବରଂ ପୂରା ବିଶ୍ୱ ନଜର ରଖିଥିଲା। କାରଣ ଏହିଦିନ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲା Chandrayaan-3 । ଚନ୍ଦ୍ରୟାନ ୩ ର ବିକ୍ରମ ଲ୍ୟାଣ୍ଡର ପ୍ରଜ୍ଞାନ ରୋଭର ସହ ୨୩ ଅଗଷ୍ଟରେ ଜହ୍ନର ଦକ୍ଷିଣ ମେରୁରେ ପାଦ ଥାପିଥିଲା।  ତେବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ପରେ ଇସ୍ରୋ ପ୍ରତିଦିନ ଏହାକୁ ନେଇ ଅନେକ ଅପଡେଟ ସେୟାର କରୁଛି । ହେଲେ କେବେ ଭାବିଛନ୍ତି ଚନ୍ଦ୍ରପୃଷ୍ଠକୁ ପହଞ୍ଚାଇବା ପାଇଁ ଚନ୍ଦ୍ରୟାନ ୩ ପଛରେ କେତେ ଖର୍ଚ୍ଚ କରିଛି ଇସ୍ରୋ। ତେବେ ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

Chandrayaan-3 କୁ ସଫଳ କରିବା ପାଇଁ ଏହା ପଛରେ ପ୍ରାୟ ୬୧୫ କୋଟି ବା ୭୫ ମିଲିୟନ ଡଲାର ଖର୍ଚ୍ଚ କରାଯାଇଥିବା ରିପୋର୍ଟ କହୁଛି। ବର୍ଷ ୨୦୧୯ ରେ Chandrayaan-2 ମିଶନ ବିଫଳ ହେବା ପରେ ଚନ୍ଦ୍ରୟାନ ୩ ର ମିଶନ ତୁରନ୍ତ ଆରମ୍ଭ କରିଥିଲା Isro । ମାତ୍ର  Chandrayaan-3  ୨୦୨୧ରେ ଲଞ୍ଚ କରିବାକୁ ପ୍ଲାନ କରିଥିଲା ଇସ୍ରୋ। ମାତ୍ର ଏକଥା ସମସ୍ତେ ଜାଣନ୍ତି କି କୋଭିଡ ମହାମାରୀ କାରଣରୁ ଏହି ମିଶନରେ ବିଳମ୍ବ ଦେଖିବାକୁ ମିଳିଥିଲା । 


ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO) ର ପୂର୍ବ ଚେୟାରମ୍ୟାନ କେ.ଶିବନଙ୍କ ଅନୁସାରେ ଚନ୍ଦ୍ରୟାନ-3 ପାଇଁ ପାଖାପାଖି ୬୧୫ କୋଟିର ବଜେଟ ପ୍ରସ୍ତୁତ କରାଯାଇଥିଲା। ଜାନୁଆରୀ ୨୦୨୦ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କେ ଶିବନ ଆକଳନ କରିଥିଲେ ଯେ, ଅନ୍ତରୀକ୍ଷ ଯାନର ଲ୍ୟାଣ୍ଡର, ରୋଭର (Rover) ଓ ପ୍ରୋପଲସନ ମଡ୍ୟୁଲ ର ଦାମ ପାଖାପାଖି ୨୫୦ କୋଟି ଟଙ୍କା ହେବ। ସେହିପରି ପୂରା ପ୍ରସ୍ତୁତ ହେବା ପରେ ଲଞ୍ଚିଂ ସମୟରେ ଅତିରିକ୍ତ ୩୬୫ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ତେବେ ତାହା ହିଁ ହେଲା ପାଖାପାଖି ୬୧୫ କୋଟି ପାଖାପାଖି ଖର୍ଚ୍ଚ ହୋଇଥିବା କୁହାଯାଉଛି। 


ସେପଟେ ଇସ୍ରୋର ପୂର୍ବ ନିର୍ଦ୍ଦେଶକଙ୍କ (Isro Former Director) ଦ୍ୱାରା କରାଯାଇଥିବା ଆକଳନ ମହାମାରୀ ପୂର୍ବର ଥିଲା।  ବର୍ଷ ୨୦୦୯ ରେ ହଲିଉଡ ଫିଲ୍ମ ଅବତାର ର ବଜେଟ୍ ଆଜିର ହିସାବ ଅନୁସାରେ ପାଖାପାଖି ୧୯୭୦ କୋଟି ଟଙ୍କା ଥିଲା। ଯେବେକି ଚନ୍ଦ୍ରୟାନ ୩ ବଜେଟ ପାଖାପାଖି ୬୧୫ କୋଟି ବୋଲି କୁହାଯାଉଛି। ହେଲେ ଏହା ପରେ ଏହାର ଖର୍ଚ୍ଚ ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ସେହିପରି ଯଦି ଚନ୍ଦ୍ରୟାନ ୨ର ବଜେଟ ବିଷୟରେ କହିବା ତେବେ ଏହି ପ୍ରୋଜେକ୍ଟ ଉପରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୬୦୩ କୋଟିର ଅର୍ବିଟର, ଲ୍ୟାଣ୍ଡର, ରୋଭର, ନେଭିଗେସନ ଓ ଗ୍ରାଉଣ୍ଡ ସପୋର୍ଟ ନେଟୱର୍କ ରେ ୩୭୫ କୋଟି ଟଙ୍କା ଷ୍ଟେସନାରୀ ସାଟେଲାଇଟ ଲଞ୍ଚ ଭେହିକିଲ୍ ଉପରେ ଖର୍ଚ୍ଚ ହୋଇଥିଲା। 


Also Read: Gaganyan Mission: ମହାକାଶକୁ ଯିବ ମହିଳା ରୋବର୍ଟ, ଘୋଷଣା କଲେ..


Also Read: Chandrayaan 3 ର ସଫଳତା ପାଇଁ ଇସ୍ରୋ କରିଥିଲା ଏମିତି କାମ, ରହସ୍ୟ ଖୋଲିଲେ ପ୍ରଧାନମନ୍ତ୍ରୀ