Chandrayaan 3 ର ସଫଳତା ପାଇଁ ଇସ୍ରୋ କରିଥିଲା ଏମିତି କାମ, ରହସ୍ୟ ଖୋଲିଲେ ପ୍ରଧାନମନ୍ତ୍ରୀ
Advertisement
trendingNow11842693

Chandrayaan 3 ର ସଫଳତା ପାଇଁ ଇସ୍ରୋ କରିଥିଲା ଏମିତି କାମ, ରହସ୍ୟ ଖୋଲିଲେ ପ୍ରଧାନମନ୍ତ୍ରୀ

Chandrayaan 3: କୃତ୍ରିମ ଚନ୍ଦ୍ର କରି ଲ୍ୟାଣ୍ଡିଂ କରାଉଥିଲା ଇସ୍ରୋ। ଏନେଇ ଆଜି ନିଜେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବା ସହ ଲ୍ୟାଣ୍ଡର ସ୍ଥାନ ଶିବଶକ୍ତି ଓ ତ୍ରିରଙ୍ଗା ନାମରେ ନାମିତ କରିବା ସହ ଚନ୍ଦ୍ରାୟାନ ୩ ର ସଫଳତା ନେଇ ଇସ୍ରୋର କିଛି ରହସ୍ୟ ଖୋଲିଥିଲେ ମୋଦି। 

Chandrayaan 3 ର ସଫଳତା ପାଇଁ ଇସ୍ରୋ କରିଥିଲା ଏମିତି କାମ, ରହସ୍ୟ ଖୋଲିଲେ ପ୍ରଧାନମନ୍ତ୍ରୀ

Chandrayaan 3: ପୂରା ଦେଶବାସୀଙ୍କୁ ଗୌରାବନ୍ୱିତ କରିଛି ଇସ୍ରୋ। ଅଗଷ୍ଟ ୨୩ ତାରିଖରେ ସଫଳତାର ସହ ଜହ୍ନ ରାଇଜରେ ପାଦ ଥାପିଥିଲା ଭାରତ। ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡ କରିବା ପରେ ବାହାରକୁ ଆସି ଜଳର ସନ୍ଧାନ କରୁଛି ରୋଭର ପ୍ରଜ୍ଞାନ। ତେବେ ଏହାକୁ ନେଇ ମଧ୍ୟ ଛୋଟରୁ ଛୋଟ ଅପଡେଟ ଦେଉଛି ଇସ୍ରୋ। ପ୍ରଜ୍ଞାନ ଗତିବିଧି, ଚଳପ୍ରଚଳ ନେଇ ଅନେକ ଭିଡିଓ ସେୟାର କରୁଛି ଇସ୍ରୋ। ଇତି ମଧ୍ୟରେ ପୂରା ଦେଶବାସୀଙ୍କ ସାମ୍ନାରେ ଇସ୍ରୋର ସଫଳତା ସହ ଚନ୍ଦ୍ରାୟାନ ୩କୁ ସଫଳ କରିବା ପାଇଁ ଇସ୍ରୋ କେତେ କଷ୍ଟ କରିଛି ତାହାର ଭେଦ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

କୃତ୍ରିମ ଚନ୍ଦ୍ର କରି ଲ୍ୟାଣ୍ଡିଂ କରାଉଥିଲା ଇସ୍ରୋ। ଏକଥା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚନ୍ଦ୍ର ର ଦକ୍ଷିଣ ମେରୁରେ ଅବସ୍ଥାପିତ ହେବା ଏତେ ସହଜ ନଥିଲା। ସତ ଚନ୍ଦ୍ର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରକୁ ଓହ୍ଲାଇବା ପୂର୍ବରୁ ଏକ କୃତ୍ରିମ ଚନ୍ଦ୍ର ତିଆରି କରିଥିଲେ ଇସ୍ରୋ ବୈଜ୍ଞାନିକ। ଆଉ ଏହି କୃତ୍ରିମ ଚନ୍ଦ୍ର ଉପରେ ବାରମ୍ବାର ଲ୍ୟାଣ୍ଡିଂ କରାଉଥିଲେ ବୈଜ୍ଞାନିକ । ଯେପର୍ଯ୍ୟନ୍ତ ସଠିକ୍ ଭାବେ ସଫ୍ଟ ଲ୍ୟାଣ୍ଡିଂ ହେଉନଥିଲା ସେ ପର୍ଯ୍ୟନ୍ତ ବାରମ୍ବାର ଚେଷ୍ଟା ଜାରି ରଖିଥିଲେ ବୈଜ୍ଞାନିକ । 

Also Read: National Space Day: ଚନ୍ଦ୍ର ପୃଷ୍ଠରେ ନାମକରଣ କଲା ଭାରତ

Trending news