Ayodhya Ram Mandir: ଅଯୋଧ୍ୟାରେ ଏବେ ପ୍ରଭୁ ଶ୍ରୀରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି । ଦୁଇ ବର୍ଷ ପୂର୍ବେ ୫ ଅଗଷ୍ଟ ୨୦୨୦ ରେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ରାମ ଜନ୍ମଭୂମି ପରିସରରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଭୂମି ପୂଜନ କରିଥିଲେ, ସେବେଠାରୁ ଆଜି ଯାଏଁ ପ୍ରାୟ 4୪୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ।


COMMERCIAL BREAK
SCROLL TO CONTINUE READING

ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ (Supreme Court) ନିଷ୍ପତ୍ତି ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା । ଯେଉଁଥିରେ ଦେଶର ପ୍ରମୁଖ ସାଧୁ ଓ ଧର୍ମଚାର୍ଯ୍ୟଙ୍କୁ ସ୍ଥାନ ଦିଆଯାଇଥିଲା ।


ଏହି ରାୟର ପ୍ରାୟ ୯ ମାସ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚି ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ଭୂମି ପୂଜନ କରି ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ଯାହା ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମନ୍ଦିରର ଭିତ୍ତିପ୍ରସ୍ତର ପ୍ରସ୍ତୁତ ହେବାର ଦୁଇ ବର୍ଷ ବିତିସାରିଛି, ଏହା ମଧ୍ୟରେ 21 ଫୁଟ ଉଚ୍ଚର ଏକ ଚଟାଣ ମଧ୍ୟ ପ୍ରସ୍ତୁତ କରାଯାଇଛି ।


ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ର କହିଛନ୍ତି ଯେ ଗର୍ଭଗୃହ ସ୍ଥଳରେ ଖୋଦିତ ରାଜସ୍ଥାନର ଗୋଲାପୀ ବାଲୁକା ପଥର ଯୋଡିବାର ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ଏହା ସହିତ ମନ୍ଦିରର ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ କାର୍ଯ୍ୟ ପ୍ରାୟ ୩ ଦିଗରେ ଶେଷ ହୋଇଛି । ଅର୍ଥାତ୍ ମନ୍ଦିର ନିର୍ମାଣ ପାଇଁ ଭୂମି ତଳେ କରାଯିବାକୁ ଥିବା କାର୍ଯ୍ୟ ସମାପ୍ତ ହୋଇଛି ଓ ବର୍ତ୍ତମାନ ତଳ ମହଲାରେ ମନ୍ଦିର ନିର୍ମାଣ ଓ ଶିଖର ନିର୍ମାଣ କାର୍ଯ୍ୟ କରାଯିବ ।


ଏଥିସହିତ ମନ୍ଦିର ନିର୍ମାଣରେ ପ୍ଲିଣ୍ଥ ନିର୍ମାଣ କାର୍ଯ୍ୟର ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ୧ ଜୁନରେ ଗର୍ଭଗୃହ ପଶ୍ଚିମ ଦିଗରେ ଏକ ଅର୍ଦ୍ଧ ଚନ୍ଦ୍ର ଆକାରରେ ଖୋଦିତ ବଂଶୀ ପହାଡ଼ପୁରର ଗୋଲାପୀ ରଙ୍ଗର ବାଲୁକା ପଥର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇ ମାସ ମଧ୍ୟରେ, ଗର୍ଭଗୃହର ପଶ୍ଚିମ ପାର୍ଶ୍ୱରେ ୨୫୦ ରୁ ଅଧିକ ଖୋଦିତ ପଥର ସ୍ତର ସମ୍ପୂର୍ଣ୍ଣ ରୂପେ ସ୍ଥାପନ କରାଯାଇଛି ।


ଏହା ବି ପଢ଼ନ୍ତୁ: LAC ନିକଟରେ ଉଡ଼ୁଥିବା ଚୀନ ଯୁଦ୍ଧ ବିମାନକୁ ନେଇ ଭାରତ ଆଲର୍ଟ; ଡ୍ରାଗନକୁ ଦେଲା ଚେତାବନୀ


ଏହା ବି ପଢ଼ନ୍ତୁ: ​​PNB Jobs 2022: ଏସବୁ ପଦବୀରେ ନିଯୁକ୍ତି ଦେଉଛି ଏହି ସରକାରୀ ବ୍ୟାଙ୍କ; ଶୀଘ୍ର କରନ୍ତୁ ଆବେଦନ