LAC ନିକଟରେ ଉଡ଼ୁଥିବା ଚୀନ ଯୁଦ୍ଧ ବିମାନକୁ ନେଇ ଭାରତ ଆଲର୍ଟ; ଡ୍ରାଗନକୁ ଦେଲା ଚେତାବନୀ
Advertisement
Article Detail0/zeeodisha/odisha1289599

LAC ନିକଟରେ ଉଡ଼ୁଥିବା ଚୀନ ଯୁଦ୍ଧ ବିମାନକୁ ନେଇ ଭାରତ ଆଲର୍ଟ; ଡ୍ରାଗନକୁ ଦେଲା ଚେତାବନୀ

India-China Dispute: ଗତ କିଛି ଦିନ ହେବ ଚିନର ବିମାନଗୁଡ଼ିକ LAC ନିକଟରେ କ୍ରମାଗତ ଭାବରେ ଉଡୁଥିବାର ନଜର ଆସୁଛନ୍ତି । ଏଥିପାଇଁ ଭାରତ ପକ୍ଷରୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇସାରିଛି ।

ସାଙ୍କେତିକ ଫଟୋ

India-China Dispute: ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନ ଧରି ଉତ୍ତେଜନା ଲାଗିରହିଛି । ପ୍ରତ୍ୟେକ ଥର ଚୀନ୍ ସେନା (Chinese army) ଦ୍ୱାରା ସୀମାରେ କିଛି ଉତ୍ତେଜନାମୂଳକ କାର୍ଯ୍ୟ କରାଯାଉଛି । କିଛିଦିନ ଧରି କ୍ରମାଗତ ଚୀନର ଯୁଦ୍ଧ ବିମାନଗୁଡ଼ିକ (Chinese warplanes) LAC ନିକଟରେ ଉଡ଼ୁଥିବା ନଜର ଆସୁଛନ୍ତି । ଏହି ବିମାନଗୁଡ଼ିକ ଭାରତୀୟ ସୀମାର (Indian Border) ଅତି ନିକଟବର୍ତ୍ତୀ ଅଞ୍ଚଳକୁ ମଧ୍ୟ ଆସୁଛନ୍ତି । ବର୍ତ୍ତମାନ ଏ ସମ୍ପର୍କରେ ଭାରତ ପକ୍ଷରୁ ଏକ ଦୃଢ଼ ଆପତ୍ତି ପ୍ରକାଶ ପାଇଛି । ଭାରତ ଚୀନ୍‌କୁ ବିମାନଗୁଡ଼ିକୁ ଲଦ୍ଦାଖ ସୀମାଠାରୁ (Ladakh border) ଦୂରରେ ରଖିବାକୁ କହିଛି ।

ବାସ୍ତବରେ, ଅଗଷ୍ଟ ୨ ମଙ୍ଗଳବାର ଦିନ ପୁଣିଥରେ ଭାରତ ଓ ଚୀନ୍ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲା । ଏହି ବାର୍ତ୍ତାଳାପରେ ସୀମାନ୍ତରେ ଚୀନ୍ ବିମାନର ଆଣ୍ଟିକ୍ସକୁ ଭାରତୀୟ ସେନା ଉଲ୍ଲେଖ କରିଛି । ଭାରତ ଚୀନ୍ କୁ କହିଛି ଯେ ଗତ ଏକ ମାସରୁ ଚୀନ୍ ଯୁଦ୍ଧ ବିମାନ ଲଦ୍ଦାଖ ସୀମା ନିକଟରେ କ୍ରମାଗତ ଭାବେ ଉଡୁଛି, ତେଣୁ ତୁରନ୍ତ ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରାଯିବା ଉଚିତ୍ ।

କହିରଖୁଛୁ ଯେ ଗତ କିଛି ଦିନ ଧରି ଚାଇନାର ବିମାନଗୁଡ଼ିକ LAC ନିକଟରେ କ୍ରମାଗତ ଭାବରେ ଉଡୁଥିବାର ନଜର ଆସୁଛନ୍ତି । ଏଥିପାଇଁ ଭାରତ ପକ୍ଷରୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ସୀମା ନିକଟରେ ଉଡୁଥିବା ଏହି ଚୀନ୍ ଯୁଦ୍ଧ ବିମାନ ଉପରେ ସେନା ଅଧିକାରୀମାନେ ନିରନ୍ତର ନଜର ରଖିଛନ୍ତି । ବର୍ତ୍ତମାନ ଚୀନ୍ ସାମ୍ନାରେ ଏହି ପ୍ରସଙ୍ଗ ମଧ୍ୟ  ଉଠାଯାଇଛି ।

ଏହି ବାର୍ତ୍ତାଳାପ ଭାରତ ଓ ଚୀନ୍ ମଧ୍ୟରେ ଏପରି ସମୟରେ ହୋଇଛି, ଯେଉଁ ସମୟରେ ଚୀନ୍ ଅନେକ ଦେଶ ସହ ଟେନସନ ଦେଇ କରୁଛି । ତାଇୱାନ ପ୍ରସଙ୍ଗରେ ଚୀନ୍ ଓ ଆମେରିକା ପରସ୍ପର ସାମ୍ନାସମ୍ନିରେ ହୋଇଛନ୍ତି । ଏଥି ସହିତ ତାଇୱାନ ନିକଟରେ ଚୀନ୍ ସେନା ଦ୍ୱାରା ଏକ ବଡ ଯୁଦ୍ଧଭ୍ୟାସ କରାଯାଉଛି । ତାଇୱାନ ସୀମାରେ ଚୀନ୍ ଯୁଦ୍ଧ ବିମାନ ଗର୍ଜନ କରୁଛି ଓ ବିପଜ୍ଜନକ କ୍ଷେପଣାସ୍ତ୍ରର ପରୀକ୍ଷା ମଧ୍ୟ ଚାଲିଛି । ଆମେରିକାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ ଅତ୍ୟନ୍ତ କ୍ରୋଧିତ ହୋଇ ପଡିଛି ।

ଚୀନ୍ ସହିତ ଏହି ବାର୍ତ୍ତାଳାପରେ ଏୟାର କମାଣ୍ଡର ଅମିତ ଶର୍ମା ଭାରତୀୟ ବାୟୁସେନା ପକ୍ଷରୁ ଅଂଶଗ୍ରହଣ କରିଥିଲେ । ସମାନ ପଦବୀର ଚୀନ୍ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ । କୁହାଯାଉଛି ଯେ ଏହି ସମୟ ମଧ୍ୟରେ ଚୀନ୍ ପକ୍ଷରୁ ଏକ ଆପତ୍ତି ମଧ୍ୟ ଥିଲା ଯେ ତିବ୍ଦତର ସୀମା ନିକଟରେ ଉଡ଼ୁଥିବା ସେମାନଙ୍କର ଯୁଦ୍ଧ ବିମାନଗୁଡ଼ିକ ଭାରତୀୟ ବାୟୁସେନା ଦ୍ୱାରା ତଦାରଖ କରାଯାଉଛି ।

ଏହା ବି ପଢ଼ନ୍ତୁ: ବିଦ୍ରୋହ ପରେ ଉଦ୍ଧବଙ୍କୁ ମିଳିଲା ପ୍ରଥମ ବିଜୟ; ବିଜେପିକୁ ବଡ ଝଟକା

ଏହା ବି ପଢ଼ନ୍ତୁ: ଆମେରିକା, ତାଇୱାନକୁ ନେଇ ଆକ୍ସନ ମୁଡ଼ରେ ଚୀନ୍; ନେଲା ଏହି ବଡ଼ ନିଷ୍ପତ୍ତି