ନୂଆଦିଲ୍ଲୀUPI 123PAYOffline Digital Payments: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଛି ସମୟ ପୂର୍ବେ ଫିଚର ଫୋନ୍ ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସେବା ଆରମ୍ଭ କରିଥିଲା । ଏହି ସେବାର ନାମ UPI 123Pay ରଖାଯାଇଥିଲା । ବର୍ତ୍ତମାନ ସମୟରେ କଥା ହେବା ତ କେବଳ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ହିଁ ଅନଲାଇନ୍ ପେମେଣ୍ଟ କରିପାରୁଛନ୍ତି । ଏପରି ପରିସ୍ଥିତିରେ ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଉପଲବ୍ଧ କରାଯାଇଛି । ଦେଶରେ ୪୦ କୋଟିରୁ ଅଧିକ ଫିଚର ଫୋନ୍ ମୋବାଇଲ୍ ୟୁଜର୍ସ ଅଛନ୍ତି ଓ ଏହିପରି ୟୁଜର୍ସଙ୍କ ପାଇଁ UPI123Pay ସେବା ଆରମ୍ଭ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

UPI 123PAY ସୁବିଧା ସହିତ ଅନଲାଇନ୍ ନେଣଦେଣ କରିବା ପାଇଁ ଇଣ୍ଟରନେଟ୍ ସଂଯୋଗର ଆବଶ୍ୟକତା ନାହିଁ । ଏଥିସହ ଏହି ସେବା ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ ରହିଛି । ନୂତନ ସୁବିଧା ସହିତ ସ୍ମାର୍ଟଫୋନ୍ ଓ ଫିଚର ଫୋନ୍ ବ୍ୟବହାରକାରୀମାନେ ବର୍ତ୍ତମାନ ସହଜରେ ଡିଜିଟାଲ୍ କାରବାର କରିପାରିବେ । ଫିଚର ଫୋନ୍ ପାଇଁ UPI, ଅର୍ଥାତ UPI123Pay ହେଉଛି ଏକ ଥ୍ରୀ ଷ୍ଟେପ୍  ପ୍ରକ୍ରିୟା ଯେଉଁଥିରେ କଲ୍, ଚୟନ ଏବଂ ପେମେଣ୍ଟ ସାମିଲ ରହିଛି ।


ଏଠାରେ କହି ରଖୁଛୁ ଯେ, UPI123Pay ସେବା ବ୍ୟବହାର କରିବା ପାଇଁ ଏକ UPI ID ସୃଷ୍ଟି କରିବା ଆବଶ୍ୟକ । ଫୋନରେ ଏକ UPI ID ସୃଷ୍ଟି କରିବାକୁ, * 99 # ଡାଏଲ୍ କରନ୍ତୁ । ତା’ପରେ ଆପଣଙ୍କର ବ୍ୟାଙ୍କ ନାମ ଚୟନ କରନ୍ତୁ ଓ ଆପଣଙ୍କର ଡେବିଟ୍ କାର୍ଡର ଶେଷ ୬ ଅଙ୍କ ପ୍ରବେଶ କରନ୍ତୁ ।  ଏହା ପରେ ଆପଣ କାର୍ଡର ସମାପ୍ତି ତାରିଖ ବାଛନ୍ତୁ । ଏହା ପରେ ଆପଣଙ୍କୁ UPI PIN ସେଟଅପ୍ କରିବାକୁ କୁହାଯିବ । ID ତିଆରି କରିବା ପରେ ଆପଣଙ୍କର UPI ID ଆକ୍ଟିଭ ବା ସକ୍ରିୟ ହୋଇଯିବ । ବର୍ତ୍ତମାନ ଜାଣନ୍ତୁ UPI123Pay କିପରି ବ୍ୟବହାର କରିବେ..


ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କ ସହ ସରକାର ଗଢ଼ିବାକୁ ନେଇ ଆରଜେଡି ଦେଲା ବଡ଼ ବୟାନ, ଜାଣନ୍ତୁ କ'ଣ କହିଲା


ଏହା ବି ପଢ଼ନ୍ତୁ:-ବିହାରରେ ବିଜେପି-ଜେଡିୟୁରେ ବ୍ରେକଅପ୍! କଂଗ୍ରେସ ବିଧାୟକଙ୍କ ଘୋଷଣା-ନୀତିଶ କୁମାର ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ


UPI123Pay କିପରି ବ୍ୟବହାର କରିବେ?


୧. ଆପଣଙ୍କ ଫୋନରେ IVR ନମ୍ବର 08045163666 ଡାଏଲ୍ କରନ୍ତୁ ।


୨. IVR ମେନୁରେ ଆପଣଙ୍କର ପସନ୍ଦର ଭାଷା ଚୟନ କରନ୍ତୁ ।


୩. ବର୍ତ୍ତମାନ UPI ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଚୟନ କରନ୍ତୁ ।


୪. ସବିଶେଷ ତଥ୍ୟ ନିଶ୍ଚିତ କରିବାକୁ '1' ଦବାନ୍ତୁ ।


5. ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରି ଟଙ୍କା ପଠାଇବାକୁ '1' ଦବାନ୍ତୁ ।


୬. ଯେଉଁ ବ୍ୟକ୍ତିଙ୍କ ନିକଟକୁ ଆପଣ ଟଙ୍କା ପଠାଇବାକୁ ଚାହୁଁଛନ୍ତି ସେହି ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।


୭. ତା’ପରେ ସବିଶେଷ ତଥ୍ୟ ନିଶ୍ଚିତ କରନ୍ତୁ ।


୮. ବର୍ତ୍ତମାନ ସେହି ରାଶି ପ୍ରବେଶ କରନ୍ତୁ ।


୯. ତା’ପରେ ଆପଣ UPI PIN ପ୍ରବେଶ କରାନ୍ତୁ ଓ ଟଙ୍କା ଟ୍ରାନ୍ସଫର ପାଇଁ ଅନୁମତି ଦିଅନ୍ତୁ ।