Bihar Politics: ନୀତିଶ କୁମାରଙ୍କ ରାଜନୀତିରେ ପାର୍ଟନର ପରିବର୍ତ୍ତନ ତାଙ୍କ ରଣନୀତିର ଏକ ଅଂଶ ରହିଛି । ଏହି ରଣନୀତି ଆରମ୍ଭରୁ ତାଙ୍କ ରାଜନୀତିର ଉତ୍ଥାନ-ପତନରେ ରହିଆସିଛି ।
Trending Photos
ପାଟନା: Bihar Politics: ବିହାର ରାଜନୀତିର ପାରା ବଢ଼ିବାରେ ଲାଗିଛି । ସାରା ଦେଶର ନଜର ବର୍ତ୍ତମାନ ବିହାରର ଉପରେ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦଳର ବିଧାୟକ ଓ ସାଂସଦମାନଙ୍କର ଏକ ବୈଠକ ଡାକିଛନ୍ତି । କୁହାଯାଉଛି ଯେ ଦଳର ପ୍ରାଥମିକ ସଦସ୍ୟତାରୁ ପୂର୍ବତନ ଜେଡିୟୁ ଜାତୀୟ ସଭାପତି ଆରସିପି ସିଂଙ୍କ ଇସ୍ତଫା ପରେ ପରିସ୍ଥିତି ଉପରେ ଆଲୋଚନା ହେବ ।
ଆରସିପି ସିଂ ନୀତିଶ କୁମାରଙ୍କ ପାଇଁ ଖାସ୍ ଲୋକ ଥିଲେ କିନ୍ତୁ ଯେତେବେଳେ ସେ ଇସ୍ତଫା ଘୋଷଣା କରିଥିଲେ ସେତେବେଳେ ବହୁତ ତିକ୍ତତା ଦେଖାଦେଇଥିଲା । ଆରସିପି ସିଂ ଶନିବାର ଦଳରୁ ଇସ୍ତଫା ଘୋଷଣା କରିଥିଲେ । ଏହାପୂର୍ବରୁ ଜେଡିୟୁ ଦୁର୍ନୀତି ଅଭିଯୋଗରେ ଆରସିପି ସିଂଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲା । ଆରସିପି ସିଂ ମୋଦି ସରକାରରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିଲେ କିନ୍ତୁ ରାଜ୍ୟସଭା ସଦସ୍ୟତା କାର୍ଯ୍ୟକାଳ ଶେଷ ହେବା କାରଣରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ତାଙ୍କୁ ଆଉ ରାଜ୍ୟସଭାକୁ ନ ପଠାଇବାକୁ ଜେଡିୟୁ ନିଷ୍ପତ୍ତି ନେଇଥିଲା ।
ଏହି ସମୟରେ, ଏପରି କଳ୍ପନା ଜଳ୍ପନାର ବଜାର ଗରମ ଯେ ନୀତିଶ କୁମାର ଏନଡିଏରୁ ବାହାର ହୋଇପାରନ୍ତି । ଯେତେବେଳେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ଯାଉଛି କି, ସେ କୌଣସି ଠୋସ୍ ଉତ୍ତର ଦେଇ ନାହାଁନ୍ତି । କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସହ ନୀତିଶ କୁମାରଙ୍କ ସହ ଆଲୋଚନା ହୋଇଥିବା ମଧ୍ୟ ଖବର ଆସିଛି ।
ବିଧାୟକ ଓ ସାଂସଦଙ୍କ ବୈଠକକୁ ନେଇ ଲଲନ ସିଂ କହିଛନ୍ତି ଯେ, ଆରସିପି ସିଂଙ୍କ ପରେ ଘଟିଥିବା ପରିସ୍ଥିତି ଉପରେ ବିଧାୟକ ତଥା ସାଂସଦଙ୍କ ମତାମତ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ବୈଠକ ଡାକିଛନ୍ତି । ଜେଡିୟୁ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି । ଲୋକ ଜନଶକ୍ତି ପାର୍ଟି ଓ ଚିରାଗ ପାସୱାନ ମାଧ୍ୟମରେ ଏକ ଷଡଯନ୍ତ୍ର କରାଯାଇଥିଲା । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ କେବଳ ୪୩ଟି ଆସନ ଜିତିଥିଲା ।
ଏହା ବି ପଢ଼ନ୍ତୁ:-ବିହାରରେ ବିଜେପି-ଜେଡିୟୁରେ ବ୍ରେକଅପ୍! କଂଗ୍ରେସ ବିଧାୟକଙ୍କ ଘୋଷଣା-ନୀତିଶ କୁମାର ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ
ଏହା ବି ପଢ଼ନ୍ତୁ:-କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପଞ୍ଚମ ଶ୍ରେଷ୍ଠ ପ୍ରଦର୍ଶନ, ତାଲିକାରେ ଟପ୍ ରହିବାର ସ୍ୱପ୍ନ ଏପର୍ଯ୍ୟନ୍ତ ହୋଇପାରିନି ପୂରଣ
ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ନେଇ ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ, ପିକେ ମନେ ପକାଇଦେଲେ ୨୦୧୭ର କଥା
ସେପଟେ ନୀତିଶ କୁମାର ପୁଣିଥରେ ରାଷ୍ଟ୍ରୀୟ ଜନତା ଦଳ ସହିତ ମେଣ୍ଟ କରିବେ କି? ଏହି ପ୍ରଶ୍ନର ଜବାବରେ ଆରଜେଡି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ କହିଛନ୍ତି ଯେ, "ଯଦି ନୀତିଶ କୁମାର ଏନଡିଏ ଛାଡନ୍ତି, ତା’ହେଲେ ତାଙ୍କୁ ଆଲିଙ୍ଗନ କରିବା ଛଡା ଆମର କୌଣସି ବିକଳ୍ପ ନାହିଁ । ବିଜେପି ସହିତ ଲଢ଼ିବା ପାଇଁ ଆରଜେଡି ପ୍ରତିବଦ୍ଧ । ଯଦି ମୁଖ୍ୟମନ୍ତ୍ରୀ ଏହି ଲଢ଼େଇରେ ଯୋଗ ଦେବାକୁ ଚାହାଁନ୍ତି, ତେବେ ଆମେ ଏକାଠି ଲଢ଼ିବୁ ।" ନୀତିଶ କୁମାରଙ୍କ ରାଜନୀତିରେ ପାର୍ଟନର ପରିବର୍ତ୍ତନ ତାଙ୍କ ରଣନୀତିର ଏକ ଅଂଶ ରହିଛି । ଏହି ରଣନୀତି ଆରମ୍ଭରୁ ତାଙ୍କ ରାଜନୀତିର ଉତ୍ଥାନ-ପତନରେ ରହିଆସିଛି ।