ନୂଆଦିଲ୍ଲୀ: ବୁଧବାର ତାମିଲନାଡ଼ୁର ପାହାଡ଼ିଆ ଜିଲ୍ଲା ନୀଳଗିରିର କୁନ୍ନୁର ଠାରେ ଏକ ସେନା ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। Mi-17V5 ନାମକ ଏକ ସେନା ବିମାନରେ ସିଡିଏସ ବିପିନ ରାଓୱଙ୍କ ସମେତ ମୋଟ ୧୪ ଜଣ ଲୋକ ଏହି ହେଲିକ୍ୟାପ୍ଟର ଯୋଗେ ଯାତ୍ରା କରୁଥିଲେ। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା DNA ପରୀକ୍ଷା ଦ୍ୱାରା କରାଯିବ।


COMMERCIAL BREAK
SCROLL TO CONTINUE READING

IAF Mi-17V5  ହେଲିକ୍ୟାପ୍ଚର ଦୁର୍ଘଟଣା ସମ୍ପର୍କରେ ଭାରତୀୟ ବାୟୁ ସେନା (Indian Air Force) ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏନେଇ କୁହାଯାଇଛି ଏହି ହେଲିକ୍ୟାପ୍ଟର ସୁଲୁର ବାୟୁସେନା ଘାଟିରୁ  ୱେଲିଂଟନ୍‌ ଡିଫେନ୍ସ ସର୍ଭିସେସ୍ କଲେଜ  ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା। ଘନ କୁହୁଡ଼ି କାରଣରୁ ନଞ୍ଜପ୍ପନଚଥିରାମ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଏକ  ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଯେଉଁଠାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହା ହେଉଛି ଏକ ଜଙ୍ଗଲ ଅଞ୍ଚଳ। ଘଟଣା ସମ୍ପର୍କରେ ଜଣାପଡି଼ବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବାୟୁ ସେନା ପକ୍ଷରୁ କୁହାଯାଇଛି।



Also Read: IAF Plane Crash: ୮ ମାସରେ ଘଟିଲାଣି ୫ ବଡ଼ ଦୁର୍ଘଟଣା, ପଢନ୍ତୁ ପୁରା ରିପୋର୍ଟ


ଜାଣନ୍ତୁ IAF Mi-17V5 ହେଲିକ୍ୟାପ୍ଚର ଦୁର୍ଘଟଣାଗ୍ରସ୍ତ ହେବାର ପୁରା ଘଟଣାକ୍ରମ 


  • ସକାଳ ୯ଟାରେ ଦିଲ୍ଲୀରୁ ଉଡାଣ ଭରିଲା ସ୍ୱତନ୍ତ୍ର ବିମାନ।

  • ଦିନ ୧୧ଟା ୩୫ ମିନିଟରେ ସୁଲୁର ବାୟୁସେନା ଘାଟିରେ ପହଞ୍ଚିଲା ବିମାନ। ବିମାନରେ ଯାତ୍ରା କରୁଥିଲେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ, ସେନା ଅଧିକାରୀ ଏବଂ ୫ ଚାଳକ ଦଳ ସଦସ୍ୟ।

  • ମଧ୍ୟାନ୍ନ ୧୨ଟା ସମୟରେ Nanchapa Chatharam, Katteri ଅଞ୍ଚଳରେ ଘଟିଲା ଏହି ଦୁର୍ଘଟଣା। 

  • ଦୁର୍ଘଟଣାସ୍ଥଳ ଠାରୁ ୯୪ କିମି ଦୂରରେ ରହିଛି  ସୁଲୁର ବାୟୁସେନା ଘାଟି।

  • ୱେଲିଂଟନ୍‌ ଆର୍ମୀ କ୍ୟାମ୍ପ ଠାରୁ ୧୬ କିମି ଦୂରରେ ଘଟିଛି ଏହି ଦୁର୍ଘଟଣା।

  • ଘଟଣାସ୍ଥଳରୁ  ୱେଲିଂଟନ୍‌ ଆର୍ମୀ କ୍ୟାମ୍ପ ଠାମ୍ପରେ ପହଞ୍ଚିବାର ସମୟ ମାତ୍ର ୫ ମିନିଟ୍।


ବିମାନରେ କେଉଁମାନେ କରୁଥିଲେ ଯାତ୍ରା?


  • ଜେନରାଲ ବିପିନ ରାୱତ: CDS

  • Mrs ମଧୁଲିକା ରାୱତ: CDS ଙ୍କ ପତ୍ନୀ

  • Brig LS Lidder: DA to CDS

  • Lt Col ହରିଜିନ୍ଦର ସିଂହ: SO to CDS

  • NK ଗୁରୁସେବକ ସିଂହ: PSO

  • NK ଜିତେନ୍ଦ୍ର କୁମାର: PSO

  • L/NK ବିବେକ କୁମାର: PSO

  • L/NK B Sai Teja: PSO

  • Hav ସତପାଲ: PSO