IAF Plane Crash: ୮ ମାସରେ ଘଟିଲାଣି ୫ ବଡ଼ ଦୁର୍ଘଟଣା, ପଢନ୍ତୁ ପୁରା ରିପୋର୍ଟ
Advertisement
Article Detail0/zeeodisha/odisha1043353

IAF Plane Crash: ୮ ମାସରେ ଘଟିଲାଣି ୫ ବଡ଼ ଦୁର୍ଘଟଣା, ପଢନ୍ତୁ ପୁରା ରିପୋର୍ଟ

ବୁଧବାର ତାମିଲନାଡ଼ୁ ଠାରେ ହୋଇଥିବା ଘଟଣା ପୂର୍ବରୁ ଚଳିତ ବର୍ଷ ଦେଶରେ ଅନେକ ସ୍ଥାନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି। 

  IAF Plane Crash: ୮ ମାସରେ ଘଟିଲାଣି ୫ ବଡ଼ ଦୁର୍ଘଟଣା, ପଢନ୍ତୁ ପୁରା ରିପୋର୍ଟ

ନୂଆଦିଲ୍ଲୀ: ବୁଧବାର ତାମିଲନାଡ଼ୁର କୁନ୍ନୁର ଠାରେ ଏକ ସେନା ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। Mi-17V5 ନାମକ ଏକ ସେନା ବିମାନରେ ସିଡିଏସ ବିପିନ ରାଓୱଙ୍କ ସମେତ ମୋଟ ୧୪ ଜଣ ଲୋକ ଏହି ହେଲିକ୍ୟାପ୍ଟର ଯୋଗେ ଯାତ୍ରା କରୁଥିଲେ। 

IAF Mi-17V5  ହେଲିକ୍ୟାପ୍ଚର ଦୁର୍ଘଟଣା ସମ୍ପର୍କରେ ଭାରତୀୟ ବାୟୁ ସେନା (Indian Air Force) ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏନେଇ କୁହାଯାଇଛି ବୁଧବାର ଏକ ସେନା ହେଲିକପ୍ଟର ତାମିଲନାଡ଼ୁ ପାହାଡ଼ିଆ ଜିଲ୍ଲା ନୀଳଗିରିର କୁନ୍ନୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକ୍ୟାପ୍ଟର ସୁଲୁର ବାୟୁସେନା ଘାଟିରୁ  ୱେଲିଂଟନ୍‌ ସ୍ଥିତ ଡିଫେନ୍ସ ସର୍ଭିସେସ୍ କଲେଜ  ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା। ଘନ କୁହୁଡ଼ି କାରଣରୁ ନଞ୍ଜପ୍ପନଚଥିରାମ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଏକ  ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଯେଉଁଠାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହା ହେଉଛି ଏକ ଜଙ୍ଗଲ ଅଞ୍ଚଳ। ଘଟଣା ସମ୍ପର୍କରେ ଜଣାପଡି଼ବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବାୟୁ ସେନା ପକ୍ଷରୁ କୁହାଯାଇଛି।

fallback

Also Read: ତାମିଲନାଡୁରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ CDS ବିପିନ୍ ରାୱତ

ବୁଧବାର ତାମିଲନାଡ଼ୁ ଠାରେ ହୋଇଥିବା ଘଟଣା ପୂର୍ବରୁ ଅନେକ ସେନା ବିମାନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି। ଗତ ନଭେମ୍ବର ୧୮ ତାରିଖରେ ଅରୁଣାଚଳ ପ୍ରଦେଶ ଠାରେ ଉଡାଣ ଭରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ନିକଟରେ ଯେଉଁ IAF Mi-17V5 ହେଲିକ୍ୟାପ୍ଚର ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଏହାର Modified Version ଥିଲା। 

fallback

ଅଗଷ୍ଟ ୨୫ ତାରିଖରେ ରାଜସ୍ଥାନସ୍ଥିତ ବାଡମେର ଠାରେ ଏକ ମିଗ-୨୧ ଯୁଦ୍ଧ ବିମାନ (IAF Mig-21 Plane) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଏହ ଘଟଣାରେ  ପାଇଲଟ୍ ନିଜକୁ ନିରାପଦ ଭାବେ ବଞ୍ଚାଇବାରେ ସଫଳ ହୋଇଥିଲେ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଥିଲା ଏହି ବିମାନ ପ୍ରଶିକ୍ଷଣରେ ସାମିଲ ଥିଲା।

fallback

ଜୁନ ୧୧ ତାରିଖରେ ଅରୁଣାଚଳ ପ୍ରଦେଶ ଠାରେ ବାୟୁସେନା ବିମାନ AN-32 (IAF  AN-32 Plane) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ସମୁଦାୟ ୧୩ ଜଣ ଲୋକ ଥିଲେ। ସେମାନଙ୍କ ମଦ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଖରାପ ପାଗ କାରଣରୁ ଏହି ଦୁର୍ଘଟଣା ଘଟିଥିବା ବାୟୁସେନା ପକ୍ଷରୁ କୁହାଯାଇଥିଲା। ଏହି ବିମାନ ଆସାମର ଜୋରହାଟରୁ ଜୁନ୍ ୩ ତାରିଖରେ ଅରୁଣାଚଳ ଅଭିମୁଖେ ଯାତ୍ରା କରୁଥିଲା। ଏହା ପରେ ଅରୁଣାଚଳ ପ୍ରଦେଶର ଏକ ସ୍ଥାନରୁ ଏହି ବିମାନର ଭଗ୍ନାବଶେଷ ମିଳିଥିଲା।

Also Read: ଜାଣନ୍ତୁ କିଏ ଏହି CDS ବିପିନ ରାୱତ? ଯାହାଙ୍କ ବିମାନ ତାମିଲନାଡୁରେ କ୍ରାସ ହୋଇଛି

ସେହିପରି ମେ ୨୧ ତାରିଖରେ ପଞ୍ଜାବର ମୋଗା ଜିଲ୍ଲାରେ ଏକ ମିଗ-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏ ଘଟଣାରେ ବିମାନ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଥିଲା ବାଇସନ୍ ବିମାନ ପଶ୍ଚିମ ସେକ୍ଟର ଠାରେ ପ୍ରଶିକ୍ଷଣ ନେବାକୁ ଯାଉଥିଲା ଯାହା ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।