ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ପ୍ଲେୟାର ଅଫ୍ ଦି ମନ୍ଥ ଆୱାର୍ଡ (Player Of The Month) ଘୋଷଣା କରିଛି । ଗତ ମାସରେ ଟେଷ୍ଟ ଡେବ୍ୟୁ କରିଥିବା ନ୍ୟୁଜିଲ୍ୟାଣ୍ଡର ଓପନର୍ ଡିଭନ୍ କନୱେ (Devon Conway) ନିଜ କ୍ୟାରିୟରରେ ଏକ ସ୍ୱର୍ଣ୍ଣିମ ଡେବ୍ୟୁ କରିଥିଲେ । ସେ ଡେବ୍ୟୁ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ । ଆଇସିସି ତାଙ୍କୁ ପ୍ଲେୟାର ଅଫ୍ ଦି ମନ୍ଥ (Player Of The Month) ଆୱାର୍ଡ ପ୍ରଦାନ କରିଛି ।


COMMERCIAL BREAK
SCROLL TO CONTINUE READING

ମହିଳା କ୍ରିକେଟରଙ୍କ ମଧ୍ୟରେ ବାଜି ମରିଏଲ ସୋଫି ଏକ୍ଲେଷ୍ଟୋନ 
ଇଂଲଣ୍ଡର ସ୍ପିନର ସୋଫି ଏକ୍ଲେଷ୍ଟୋନ ଜୁନ୍ ମାସ ପାଇଁ ଆଇସିସି ମହିଳା ପ୍ଲେୟାର ଅଫ୍ ଦି ମନ୍ଥ (Women Player of the Month) ଭାବରେ ମନୋନୀତ ହୋଇଛନ୍ତି । ଯିଏ ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶେଫାଳି ଭର୍ମା (Shafali Verma) ଓ ଅଲରାଉଣ୍ଡର ସ୍ନେହା ରାଣାଙ୍କୁ (Sneha Rana) ପଛରେ ପକାଇଛନ୍ତି ।


ଏହି ଆୱାର୍ଡ ଦୌଡ଼ରେ ଭାରତରୁ ଶେଫାଳି ଭର୍ମା ମଧ୍ୟ ସାମିଲ ଥିଲେ । ଏହି ଆୱାର୍ଡ ପାଇବାରେ ବାମହାତୀ ସ୍ପିନର ଏକ୍ଲେଷ୍ଟୋନ ଇଂଲଣ୍ଡର ଦ୍ୱିତୀୟ ମହିଳା ଖେଳାଳି ଅଟନ୍ତି । ତାଙ୍କ ପୂର୍ବରୁ ଫେବୃଆରୀରେ ଟମି ବିମୋଣ୍ଟ ଏହି ଆୱାର୍ଡ ଗ୍ରହଣ ପାଇଥିଲେ । ସେ ନିଜ ଟେଷ୍ଟ ଡେବ୍ୟୁରେ ୯୬ ଓ ୬୩ ରନର ଇନିଂସ ଖେଳିଥିଲେ ଓ ପରେ ଦୁଇଟି ODI ରେ ମଧ୍ୟ ଭଲ ଅବଦାନ ଦେଇଥିଲେ । ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଅପରାଜିତ ୮୦ ରନ ସ୍କୋର କରି ରାଣା ଭାରତର ପରାଜୟକୁ ଏଡାଇବାରେ ସଫଳ ହୋଇଥିଲେ ।



ଅଧିକ ପଢ଼ନ୍ତୁ: ବିଧାନସଭାରେ Cow Protection Bill ଉପସ୍ଥାପନା କଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ'ଣ ରହିଛି ଏଥିରେ ଖାସ


ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦୁଇଟି ମ୍ୟାଚର ଚାରି ଇନିଂସରେ ହାରାହାରି ୭୬.୫୦ ରେ କିଭି ବ୍ୟାଟ୍ସମ୍ୟାନ୍ ଡିଭନ୍ କନୱେ ୩୦୬ ରନ୍ ସଂଗ୍ରହ କରିଥିଲେ । ସେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଇନିଂସରେ ୨୦୦ ରନ୍ ସଂଗ୍ରହ କରିଥିଲେ । କେବଳ ଏତିକି ନୁହେଁ, WTC ଫାଇନାଲରେ ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା କନୱେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଥିଲେ ।


ଅଧିକ ପଢ଼ନ୍ତୁ: 7th Pay Commission: ଜୁଲାଇରୁ ବୃଦ୍ଧି ପାଇବ DA! ପିଏମ ମୋଦି ଦେଇପାରନ୍ତି ମଞ୍ଜୁରୀ


କନୱେ ବ୍ୟତୀତ ଆଇସିସି ଡବ୍ଲୁଟିଏସି ଫାଇନାଲରେ ଦ୍ରୁତ ବୋଲିଂ କରିଥିବା କାଇଲ୍ ଜାମିସନ୍ ଓ ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ଜୁନ୍ ମାସର ଶ୍ରେଷ୍ଠ କ୍ରିକେଟର ଭାବରେ ମନୋନୀତ ହୋଇଥିଲେ । କନୱେ ଏହି ଦୁଇ ଖେଳାଳିଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦୁଇ ମ୍ୟାଚ୍ ଟେଷ୍ଟ ସିରିଜରେ କନୱେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ଡିଭନ୍ କନୱେଙ୍କ ଉତ୍କୃଷ୍ଟ ବ୍ୟାଟିଂ ଦ୍ୱାରା ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ମାଟିରେ ୨୨ ବର୍ଷ ପରେ ଟେଷ୍ଟ ସିରିଜ ଜିତିଥିଲା ।