ଜେରୁସେଲମ: ଦେଶ ଉପରେ ରକେଟ ଆକ୍ରମଣ କରିଥିବା ହମାସ ଆତଙ୍କବାଦୀ ସଙ୍ଗଠନକୁ ସମୂଳେ ନାଶ କରିବାକୁ ଦୃଢ ପ୍ରତିଜ୍ଞାବଦ୍ଧ ହୋଇଛି ଇସ୍ରାଏଲ। ଏହାକୁ କାର୍ଯ୍ୟ କରିବାକୁ ଯାଇ ଭୂମଧ୍ୟ ସାଗରେ କୂଳରେ ଅବସ୍ଥିତ ଗାଜା ସହରରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଇସ୍ରାଏଲ ସେନାବାହିନୀ। 


COMMERCIAL BREAK
SCROLL TO CONTINUE READING

ହମାସ ଆତଙ୍କବାଦୀ ସଙ୍ଗଠନ (Hamas Terrorist Organisation) ବିରୁଦ୍ଧରେ ଇସ୍ରାଏଲ ସେନା-ଆଇଡିଏଫ (Israel Defense Forces-IDF) ପକ୍ଷରୁ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଥରହର ହୋଇଉଠିଛି ଗାଜା ସହର (Gaza City)। ରକେଟ ଆକ୍ରମଣ ପରେ ଆଇଡିଏଫ ପକ୍ଷରୁ ହୋଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇସାରିଲେଣି ପ୍ରାୟ ୨୦ ହମାସ ଆତଙ୍କବାଦୀ।  


Also Read: Jerusalem Violence: ସ୍ଥିତି ଉପରେ ସତର୍କ ନଜର ରଖିଛି UN Security Council


ଆରବ ଗଣମାଧ୍ୟମ ଅଲ-ଜଜୀରା (Arab Media Al-Jazeera) ରିପୋର୍ଟ ଅନୁସାରେ ଗାଜା ସହରରେ ଅବସ୍ଥିତ ଏକ ୧୪ ମହଲା ଘର ଆଇଡିଏଫ କାର୍ଯ୍ୟାନୁଷ୍ଠାନରେ ଧୂଳିସାତ ହୋଇଯାଇଛି। ଯେଉଁ ବିଭିନ୍ନ ମିଡିଆ ହାଉସ (Media House) ରହିଥିଲା। 


ଏହା ଉପରେ ପ୍ରତିକ୍ରିୟା ରଖି ଆଇଡିଏଫ ପକ୍ଷରୁ କୁହାଯାଇଛ ସେହି ଘରେ ହମାସ ଆତଙ୍କୀ ସଙ୍ଗଠନର ମିଲିଟାରୀ ଇଣ୍ଟେଲିଜେନ୍ସ ଅଫିସ (Hamas Military Intelligence Office) କାର୍ଯ୍ୟ କରୁଥିଲା। ସେଠାରେ ଏହି ଆତଙ୍କବାଦୀ ସଙ୍ଗଠନ ଏହାକୁ ଗୋପନୀୟ ଭାବେ ଗୁପ୍ତଚର ସାମରିକ କାର୍ଯ୍ୟକଳାପ ଲାଗି ବ୍ୟବହାର କରୁଥିଲା। ଗାଜା ସହରରେ ରହିଥିବା ହମାସ ସଙ୍ଗଠନର ଅନ୍ୟ ସୁରକ୍ଷା ପ୍ରତିଷ୍ଠାନକୁ ଧ୍ୱଂସ କରାଯାଇଥବା ନେଇ ଆଇଡିଏଫ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। 


Also Read: Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ


ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ (Israel Defense Minister) ବେନି ଗ୍ୟାଣ୍ଟଜ୍ (Benny Gantz) କହିଛନ୍ତି ବର୍ତ୍ତମାନ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସେ ପର୍ଯ୍ୟନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ ଶତ୍ରୁ ପକ୍ଷ ସମ୍ପୂର୍ଣ୍ଣ ଭାବେ ଶାନ୍ତ ନହୋଇଛନ୍ତି। ଗାଜା ସହରରେ ଜବାବୀ ଆକ୍ରମଣ ଜାରି ରଖିବ ଆଇଡିଏଫ। ସେଠାରେ ସକ୍ରିୟ ରହିଥିବା ସମସ୍ତ ଆତଙ୍କବାଦୀ ସଙ୍ଗଠନ ନିପାତ ନହେବା ପର୍ଯ୍ୟନ୍ତ କୌଣସି ଶାନ୍ତିବାର୍ତ୍ତା ଆଲୋଚନା ହୋଇପାରିବ ନାହିଁ। 


Also Read: ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ


ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ (Israel Prime Minister) ବେଞ୍ଜାମିନ ନେତାନ୍ୟାହୁ (Benjamin Netanyahu) କହିଛନ୍ତି ବର୍ତ୍ତମାନ ଆତଙ୍କବାଦ ବିରୋଧି ଯୁଦ୍ଧର ଆରମ୍ଭ ମାତ୍ର ହୋଇଛି। ଇସ୍ରାଏଲ ସେନାର ବିଧ୍ୱଂସକ ରୂପ ଦେଖିବ ହମାସ। ସେମାନଙ୍କ ଉପରେ ଏପରି ଆକ୍ରମଣ କରାଯିବ ଯାହା କେବେ ସେମାନେ ସ୍ୱପ୍ନରେ ଦେଖିନଥିବେ। ଚିରସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ଯାହା ଆବଶ୍ୟକ ତାହା କରିବାକୁ ଦେଶର ସେନା ବାହିନୀକୁ ନିର୍ଦ୍ଦେଶ ଦିଆଯାଇସାରିଛି।  


Also Read: ବଦଲା ନେଲା ଇସ୍ରାଏଲ; ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଲା ହମାସ ଆତଙ୍କବାଦୀ କ୍ୟାମ୍ପ


ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନରେ ଥରହର ହୋଇ ଉଠିଥିବା ହମାସ ଦମ୍ଭୋକ୍ତି ଦେଖାଇବାକୁ ପଛାଇନାହିଁ। ଏ ମାମଲାରେ ପ୍ରତିକ୍ରିୟା ରଖି ଏହି ଆତଙ୍କବାଦୀ ସଙ୍ଗଠନର ନେତା ଇସମାଇଲ ହାନିଆ (Ismail Haniyya) କହିଛନ୍ତି ଯଦି ଇସ୍ରାଏଲ ଯୁଦ୍ଧ ଚାହୁଁଛି ତାହେଲେ ଆମ ଲଢିବାକୁ ପ୍ରସ୍ତୁତ। ଆମ ଇହୁଦୀଙ୍କ ଜୀବନ ନର୍କ ଭଳି କରିଦେବୁ।