Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ
Advertisement
Article Detail0/zeeodisha/odisha899487

Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ

ଗାଜା ସହର ଠାରେ ହମାସ ସମେତ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇଡିଏଫ।   

Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ

ଜେରୁସେଲମ: ହମାସ ସମେତ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଇସ୍ରାଏଲ ସେନା ପକ୍ଷରୁ ଜାରି ରହିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ କମ୍ପିଉଠିଛି ଭୂମଧ୍ୟ ସାଗର କୂଳରେ ଅବସ୍ଥିତ ଗାଜା ସହର। ଏହି ଘଟଣା ନେଇ ବର୍ତ୍ତମାନ ସରଗରମ ହୋଇଉଠିଛି ବିଶ୍ୱ ରାଜନୀତି। ପ୍ରାୟ ସପ୍ତାହେ ଧରି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି ସଂଘର୍ଷ।       

ଚଳିତ ବର୍ଷ ମେ ୧୧ ତାରିଖ ମଙ୍ଗଳବାର ଗାଜା ସହର (Gaza City) ଠାରେ ହମାସ (Hamas Terrorist Organization) ସମେତ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ବିମାନ ଆକ୍ରମଣ (Air Strike) କରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଇସ୍ରାଏଲ ସେନା-ଆଇଡିଏଫ (Israel Defense Forces-IDF)।   

ଏହାକୁ ବିରୋଧ କରି ହମାସ ସହ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ରକେଟ ମାଡ କରିଛି। ଏ ଘଟଣାରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୨ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ ରହିଥିବା ଜଣାପଡିଛି। ବିମାନ ତଥା ରକେଟ ଆକ୍ରମଣରେ କମ୍ପିଉଠୁଛି ଗାଜ-ଇସ୍ରାଏଲ ସୀମା।

Also Read: ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ

ପବିତ୍ର ସହର ତଥା ଇସ୍ରାଏଲ ରାଜଧାନୀ ଜେରୁସେଲମ (Holy City Jerusalem) ଠାରେ ପ୍ରାୟ ସପ୍ତାହେ ଧରି ଉଭୟ ଆଇଡିଏଫ-ହମାସ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଗତ ମେ ୧୦ ତାରିଖ ସୋମବାର ସନ୍ଧ୍ୟାରେ ଆଇଡିଏଫ ପକ୍ଷରୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୨୬ ପାଲେଷ୍ଟିନୀୟଙ୍କ (Palestinian) ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୧୬ ଆତଙ୍କବାଦୀ ରହିଥିଲେ। 

ଅନ୍ୟପଟେ ଗାଜା ସହରରେ ସକ୍ରିୟ ରହିଥିବା ଆତଙ୍କୀ ସଙ୍ଗଠନ ପକ୍ଷରୁ ଇସ୍ରାଏଲସ୍ଥିତ ଏସକ୍ଲୋନ ସହର (Ashkelon City) ଉପରେ ହୋଇଥିଲା ରକେଟ ଆକ୍ରମଣ। ଏ ଘଟଣାରେ ୨ ଇସ୍ରାଏଲ ନାଗରିକଙ୍କ (Israel Citizen) ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଆକ୍ରମଣରେ ଦେଶର ନାଗରିକ ପ୍ରାଣ ହରାଇବା ପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ (Israel Prime Minister) ବେଞ୍ଜାମିନ ନେତାନ୍ୟାହୁ (Benjamin Netanyahu)।  

Also Read: ବଦଲା ନେଲା ଇସ୍ରାଏଲ; ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଲା ହମାସ ଆତଙ୍କବାଦୀ କ୍ୟାମ୍ପ

ଏ ଘଟଣାରେ ପ୍ରତିକ୍ରିୟା ରଖି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଆଇଡିଏଫ ପକ୍ଷରୁ ଗାଜା ସହରରେ ସକ୍ରିୟ ରହିଥିବା ହମାସ ସମେତ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସେନା ଅପରେସନରେ ସମୀହ ଅଲ ମାମଲୁକ ନାମକ ଜଣେ କମାଣ୍ଡରର ମୃତ୍ୟୁ ହୋଇଛି। ଯିଏ ଇସଲାମିକ ଜୀହାହ (Islamic Jihad) ନାମକ ଆତଙ୍କୀ ଗୋଷ୍ଠୀର ରକେଟ ୟୁନିଟ ମୁଖ୍ୟ ରହିଥିଲା। ଦେଶ ଉପରେ ହୋଇଥିବା ରକେଟ ଆକ୍ରମଣର ଭିଡ଼ିଓ ଜାରି କରିଛି ଇସ୍ରାଏଲ ସେନା।  

ସଂଘର୍ଷ ବଢିବା ପରେ ଗାଜା ସୀମା ଠାରେ ଅଧିକ ୫ ହଜାର ସଂରକ୍ଷିତ ଆଇଡିଏଫ ସୈନ୍ୟଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ। ଆତଙ୍କବାଦୀଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଇସ୍ରାଏଲ ସେନାକୁ ମିଳିସାରିଛି ନିର୍ଦ୍ଦେଶ। ବର୍ତ୍ତମାନ ଚାଲିଥିବା ବିବାଦ ପବିତ୍ର ସହର ଜେରୁସେଲମ ଠାରେ ଅବସ୍ଥିତ ଅଲ ଅକ୍ସା ମସଜିଦ (Al-Aqsa Mosque) ଠାରୁ ଆରମ୍ଭ ହୋଇଥିଲା। ଯାହାକୁ ଉଭୟ ଇହୁଦୀ-ମୁସଲମାନ (Jewish-Muslim) ପବିତ୍ର ଧାର୍ମିକସ୍ଥଳ (Holy Place of Worship) ଭାବେ ମାନିଥାନ୍ତି। 

Also Read: Israel କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର Syria, ରାତି ସାରା ସତର୍କ ରହିଲା Air Defense System

ବିଶ୍ୱର ଏକମାତ୍ର ଇହୁଦୀ ଦେଶ (Worlds only Jewish State) ଇସ୍ରାଏଲ ଅସ୍ଥିତ୍ୱ ଶେଷ କରିଦେବା ପାଇଁ ଷଡଯନ୍ତ୍ର ଜାରି ରଖିଛି ହମାସ। ଏହି ଆତଙ୍କବାଦୀ ସଙ୍ଗଠନ ୨୦୦୭ ମସିହାରେ ଯୁଦ୍ଧରତ ଗାଜା ସହରକୁ ଦଖଲ କରିନେଇଥିଲା। ସେବେଠାରୁ ଆରମ୍ଭ ହୋଇଥିଲା ଆଇଡିଏଫ-ହମାସ ଯୁଦ୍ଧ। ଯାହା ଗତ ୧୪ ବର୍ଷ ଧରି ଜାରି ରହିଛି। ହମାସ ସମର୍ଥନରେ ବିଭିନ୍ନ ସଙ୍ଗଠନ ପାଲେଷ୍ଟେନୀୟ ନାଗରିକଙ୍କୁ ମୋହରା ବନାଇ ଇସ୍ରାଏଲ ବିରୁଦ୍ଧରେ ହିଂସାତ୍ମକ ବିଦ୍ରୋହ ଜାରି ରଖିଛନ୍ତି। ପୂର୍ବରୁ ଏହାର ନେତୃତ୍ୱ ନେଇସାରିଛି ପାଲେଷ୍ଟାଇନ ମୁକ୍ତି ସଙ୍ଗଠନ-ପିଏଲଓ (Palestine Liberation Organization-PLO)। 

ଇସ୍ରାଏଲ-ହମାସ ବିବାଦ ଗତ ମେ ୧୦ ତାରିଖ ସୋମବାର ଠାରୁ ବଢିଥିଲା। ଯେବେ ପ୍ରଥମେ ହମାସ ପକ୍ଷରୁ ଅଲ ଅକ୍ସା ମସଜିଦ ଠାରେ ହୋଇଥିବା ସଂଘର୍ଷର ପ୍ରତିବାଦରେ ହମାସ ପକ୍ଷରୁ ପାଲେଷ୍ଟାଇନ ମାଟିରୁ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରାଯାଇଥିଲା କରାଯାଇଥିଲା। ଏହାର ଜବାବ ଦେବାକୁ ଯାଇ ଆଇଡିଏଫ ପକ୍ଷରୁ ଭୂମଧ୍ୟ ସାଗର ସ୍ଥିତ ଉପକୂଳବର୍ତ୍ତୀ ଅଞ୍ଚଳରେ କରାଯାଇଥିବା ବିମାନ ଆକ୍ରମଣରେ ୨୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଥିଲା।