Jerusalem Violence: ସ୍ଥିତି ଉପରେ ସତର୍କ ନଜର ରଖିଛି UN Security Council
Advertisement
Article Detail0/zeeodisha/odisha899640

Jerusalem Violence: ସ୍ଥିତି ଉପରେ ସତର୍କ ନଜର ରଖିଛି UN Security Council

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ଘଟଣାରେ ସତର୍କ ନଜର ରଖିଛି ସୁରକ୍ଷା ପରିଷଦ।

Jerusalem Violence: ସ୍ଥିତି ଉପରେ ସତର୍କ ନଜର ରଖିଛି UN Security Council

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଏବଂ ହମାସ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ ସତର୍କ ନଜର ରଖିଛି ମିଳିତ ଜାତିସଂଘର ନିରାପତ୍ତା ପରିଷଦ। ପବିତ୍ର ଧାର୍ମିକ ସହର ଜେରୁସେଲମ ଠାରୁ ଆରମ୍ଭ ହୋଇ ଭୂମଧ୍ୟ ସାଗର କୂଳରେ ଅବସ୍ଥିତ ଗାଜା ସହର ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଲଢେଇ ଜାରିରହିଛି।

ଗତ ୩ ଦିନ ଧରି ଛକାପଞ୍ଝା ଜାରି ରହିବା ପରେ ଇସ୍ରାଏଲ ସେନା-ଆଇଡିଏଫ (Israel Defense Forces-IDF) ଏବଂ ହମାସ ଆତଙ୍କବାଦୀ ସଙ୍ଗଠନ (Hamas Terrorist Organization) ମଧ୍ୟରେ ଚାଲିଥିବା ଲଢେଇ ବାବଦରେ ଅବଗତ ହେବା ମେ ୧୧ ତାରିଖ ମଙ୍ଗଳବାର ଜରୁରୀକାଳୀନ ବୈଠକ ଡାକିଥିଲା ମିଳିତ ଜାତିସଂଘ-ୟୁଏନଓ (United Nations Organisation) ଅଧିନସ୍ଥ ସୁରକ୍ଷା ପରିଷଦ (United Nations Security Council)।   

ଏ ଘଟଣା ଉପରେ ଏବେ ସତର୍କ ନଜର ରଖିଛି ସୁରକ୍ଷା ପରିଷଦ। ଏନେଇ ୟୁଏନଓ ପକ୍ଷରୁ ଇସ୍ରାଏଲ ଉଦ୍ଦେଶ୍ୟରେ ପବିତ୍ର ଧାର୍ମିକ ସହର ଜେରୁସେଲମର (Holy Religious City Jerusalem) ଐତିହାସିକ ସ୍ଥିତିକୁ ସମ୍ମାନ କରୁ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆୟାରଲ୍ୟାଣ୍ଡ ରାଷ୍ଟ୍ରଦୂତ ଗେରାଲ୍ଡିନ ବାୟାର୍ନ କହିଛନ୍ତି କହିଛନ୍ତି ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଜାତିସଂଘ ଏ ଘଟଣାରେ ତତ୍କାଳ ଆଲୋଚନା କରିବାର ଆବଶ୍ୟକତା ଥିଲା।

Also Read: Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ

ଅନ୍ୟପଟେ ଆୟରଲାଣ୍ଡ ରାଜଦୂତଙ୍କ ବୟାନକୁ ଖାରଜ କରିଦେଇଛି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (United States of America-USA)। ଏନେଇ ୟୁଏସଏ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ଏପରି କୌଣସି ବୟାନର ଆବଶ୍ୟକତା ନାହିଁ। ଜେରୁସେଲମ ଠାରେ  ହିଂସାକାଣ୍ଡକୁ ବନ୍ଦ କରି ସେଠାରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଆନ୍ତର୍ଜାତୀୟ ସ୍ତରରେ ଦାବି ହେଉଛି।    

ଏ ଘଟଣା ପରେ ଶାନ୍ତି ପ୍ରତିଷ୍ଠା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ (Israel Prime Minister) ବେଞ୍ଜାମିନ ନେତାନ୍ୟାହୁଙ୍କ (Benjamin Netanyahu) ଉପରେ ଚାପ ପକାଉଛି ବିଶ୍ୱ ସମୁଦାୟ। ମାତ୍ର ଦେଶର ନାଗରିକଙ୍କ ସୁରକ୍ଷା ଉପରେ ଅଧିକ ପ୍ରାଥମିକତା ଦେଉଛନ୍ତି ସେ। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସେନା ବାହିନୀ ଏବଂ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଶ କିଛି ଦିନ ଚାଲିପାରେ। 

Also Read: ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ

 

ଆଇଡିଏଫ ପ୍ରବକ୍ତା କର୍ଣ୍ଣେଲ ଜୋନାଥନ କାନାରିକ୍ସ କହିଛନ୍ତି ଗାଜା ସହରରେ (Gaza City) ସକ୍ରିୟ ରହିଥିବା ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଦେଶର ଇସ୍ରାଏଲ ସେନା। ଗାଜା-ଜେରୁସେଲମ ସଂଘର୍ଷ ଘଟଣାରେ ପ୍ରତିକ୍ରିୟା ରଖି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗ୍ୟାଣ୍ଟେଜ କହିଛନ୍ତି ଆତଙ୍କବାଦୀଙ୍କୁ ସେମାନଙ୍କ ଆକ୍ରମଣର ପରିଣାମ ଭୋଗିବାକୁ ହେବ।   

ବର୍ତ୍ତମାନ ଚାଲିଥିବା ବିବାଦ ପବିତ୍ର ସହର ଜେରୁସେଲମ ଠାରେ ଅବସ୍ଥିତ ଅଲ ଅକ୍ସା ମସଜିଦ (Al-Aqsa Mosque) ଠାରୁ ଆରମ୍ଭ ହୋଇଥିଲା। ଯାହାକୁ ଉଭୟ ଇହୁଦୀ-ମୁସଲମାନ (Jewish-Muslim) ପବିତ୍ର ଧାର୍ମିକସ୍ଥଳ (Holy Place of Worship) ଭାବେ ମାନିଥାନ୍ତି। 

ବିଶ୍ୱର ଏକମାତ୍ର ଇହୁଦୀ ଦେଶ (Worlds only Jewish State) ଇସ୍ରାଏଲ ଅସ୍ଥିତ୍ୱ ଶେଷ କରିଦେବା ପାଇଁ ଷଡଯନ୍ତ୍ର ଜାରି ରଖିଛି ହମାସ। ଏହି ଆତଙ୍କବାଦୀ ସଙ୍ଗଠନ ୨୦୦୭ ମସିହାରେ ଯୁଦ୍ଧରତ ଗାଜା ସହରକୁ ଦଖଲ କରିନେଇଥିଲା। ସେବେଠାରୁ ଆରମ୍ଭ ହୋଇଥିଲା ଆଇଡିଏଫ-ହମାସ ଯୁଦ୍ଧ। ଯାହା ଗତ ୧୪ ବର୍ଷ ଧରି ଜାରି ରହିଛି। ହମାସ ସମର୍ଥନରେ ବିଭିନ୍ନ ସଙ୍ଗଠନ ପାଲେଷ୍ଟେନୀୟ ନାଗରିକଙ୍କୁ ମୋହରା ବନାଇ ଇସ୍ରାଏଲ ବିରୁଦ୍ଧରେ ହିଂସାତ୍ମକ ବିଦ୍ରୋହ ଜାରି ରଖିଛନ୍ତି। ପୂର୍ବରୁ ଏହାର ନେତୃତ୍ୱ ନେଇସାରିଛି ପାଲେଷ୍ଟାଇନ ମୁକ୍ତି ସଙ୍ଗଠନ-ପିଏଲଓ (Palestine Liberation Organization-PLO)।

ଇସ୍ରାଏଲ-ପାଲେଷ୍ଟାଇନ ଅଞ୍ଚଳରେ (Israel-Palestine Region) ଶାନ୍ତି ପ୍ରତିଷ୍ଠା ଲାଗି କୂଟନୈତିକ ସ୍ତରରେ ପ୍ରୟାସ କରିଛି ପଡୋଶୀ ଦେଶ ଇଜିପ୍ଟ (Egypt)। ଅନ୍ୟପଟେ ଏହି କ୍ଷେତ୍ରରେ ଆଇଡିଏଫ ପକ୍ଷରୁ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ଆରବ ସମ୍ପ୍ରଦାୟର ଲୋକ (Arab Community People)।

Also Read: ବଦଲା ନେଲା ଇସ୍ରାଏଲ; ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଲା ହମାସ ଆତଙ୍କବାଦୀ କ୍ୟାମ୍ପ

ଆଇଡିଏଫ ଏବଂ ପାଲେଷ୍ଟାଇନ ମାଟିରେ ସକ୍ରିୟ ରହୁଥିବା ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ବେଶ ଲମ୍ବା ସମୟ ଧରି ସଂଘର୍ଷ ଜାରି ରହିଛି। ଏହି ସାମରିକ ବିବାଦର ସମାଧାନ ବିଭିନ୍ନ ସମୟରେ କତାର (Qatar) ସମେତ ଅନ୍ୟ ଆରବ ଦେଶ (Arab Country) କରିଛନ୍ତି।  
   
ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦର ତତ୍କାଳ ସମାଧାନ କରିବାକୁ ଆହ୍ୱାନ ଦେଇଥିଲେ ଆମେରିକୀୟ ବୈଦେଶିକ ସଚିବ (USA Foreign Secretary) ଏଣ୍ଟନୀ ବ୍ଲିଙ୍କନ (Antony Blinken)। ଜୋର୍ଡାନ ପ୍ରତିପକ୍ଷଙ୍କ (Jordan Foreign Minister) ଅୟନାନ ସଫାଦୀଙ୍କ (Ayman Safadi) ସହ ଦ୍ୱିପାକ୍ଷିକ ଆଲୋଚନା କରିବା ଅବସରରେ ସେ କହିଛନ୍ତି ଆମେ ଇସ୍ରାଏଲ, ପାଲେଷ୍ଟାଇନ, ଗାଜା ସମେତ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ସୃଷ୍ଚି ହୋଇଥିବା ପରିସ୍ଥିତି ବାବଦରେ ଅବଗତ ରହିଛୁ। 

Also Read: Israel କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର Syria, ରାତି ସାରା ସତର୍କ ରହିଲା Air Defense System

 

ହମାସ ପକ୍ଷରୁ ହୋଇଥିବା ରକେଟ ଆକ୍ରମଣକୁ ନେଇ ଆମେ ଚିନ୍ତିତ ହୋଇଉଠୁଛି। ଦେଶର ନାଗରିକ, ସୀମାକୁ ସୁରକ୍ଷା ଦେବାର ସମ୍ପୂର୍ଣ୍ଣ ଅଧିକାର ଇସ୍ରାଏଲ ନିକଟରେ ରହିଛି ବୋଲି ଆମେରିକୀୟ ବୈଦେଶିକ ସଚିବ। ଅନ୍ୟପଟେ ଜୋର୍ଡାନ ବିଦେଶ ମନ୍ତ୍ରୀ କହିଛନ୍ତି ଧାର୍ମିକ ଦୃଷ୍ଟିକୋଣ ସହିତ ଜେରୁସେଲମ ସହର ରାଜନୈତିକ, ସାମରିକ ଏବଂ ଐତିହାସିକ ଦିଗରୁ ବେଶ ଗୁରୁତ୍ୱପୂର୍ଣ୍ଣ। ଏଠାରେ ସବୁ ବେଳେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆବଶ୍ୟକ।