ଇସଲାମାବାଦ: ନିଜର ଗାଦି ବଞ୍ଚାଇବାକୁ ଯାଇ ସମସ୍ତ ପ୍ରକାର କଳ ବଳ କୌଶଳ ଲଗାଇ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ତାଙ୍କ ସରକାର ବିରୋଧରେ ଦେଶର ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ୩୧ ମାର୍ଚ୍ଚରେ ହେବାକୁ ଯାଉଛି ବିତର୍କ। ଏହି ପ୍ରସ୍ତାବ ଉପରେ ଅପ୍ରେଲ ୩ କିମ୍ବା ୪ ତାରିଖରେ ହେବ ଭୋଟ୍। 


COMMERCIAL BREAK
SCROLL TO CONTINUE READING

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏବେ ସରଗରମ ହୋଇଉଠିଛି ଦେଶର ରାଜନୀତି। ଦିନକୁ ଦିନ ଶାସକ ପାକିସ୍ତାନ ତେହେରିକ ଇ ଇନସାଫ୍ (Pakistan Tehreek-e-Insaf) ପିଟିଆଇ (PTI) ଦଳରେ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ଦଳରେ ଆରମ୍ଭ ହୋଇଯାଇଛି ଦଳୀୟ ନେତାଙ୍କ ପଳାୟନ ପ୍ରକ୍ରିୟା। ଦଳର ଅନେକ ସାଂସଦ ଏବେ ଦଳୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇଉଠିଛନ୍ତି। ଏହାକୁ ନେଇ ବ୍ୟତିବ୍ୟସ୍ତ ହୋଇଉଠିଥିବା ଇମ୍ରାନ ଖାନ ଏବେ ଦଳୀୟ ସାଂସଦଙ୍କୁ ଧମକାଇବାକୁ ମଧ୍ୟ ପଛେଇ ନାହାଁନ୍ତି।        


ଏକ ପୃଷ୍ଠାର ଧମକ ପତ୍ରରେ ଇମ୍ରାନ ଖାନ କହିଛନ୍ତି କୌଣସି ପିଟିଆଇ ସାଂସଦ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ୍ ଦେବେ ନାହିଁ। ଭୋଟ୍ ଗ୍ରହଣ ଦିନ କୌଣସି ପିଟିଆଇ ସାଂସଦ ସଂସଦ ଆସିବେ ନାହିଁ। ଅବିଶ୍ୱାସ ପ୍ରସ୍ତାବ ଉପରେ ସେହି ପିଟିଆଇ ସାଂସଦ ମତ ରଖିବେ ଯାହାକୁ ଇମ୍ରାନ ଖାନ କହିବେ। ଯଦି ଏହି ଆଦେଶ ଉଲ୍ଲଂଘନ କରାଯାଏ ତାହେଲେ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Also Read: ଗାଦି ଛାଡିବା ପୂର୍ବରୁ PM ମୋଦିଙ୍କୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା


ଗତ ସୋମବାର ପାକିସ୍ତାନ ଜାତୀୟ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ବିପକ୍ଷ ନେତା ଶହୱାଜ ସରିଫ୍। ଯାହାକୁ ପାକିସ୍ତାନ ସଂସଦ ପକ୍ଷରୁ ମଞ୍ଜୁରୀ ମିଳିସାରିଛି। ଏହି ପ୍ରସ୍ତାବ ଉପରେ ଆସନ୍ତା ୩୧ ମାର୍ଚ୍ଚରେ ହେବାକୁ ଯାଉଛି ବିତର୍କ। ଏହି ପ୍ରସ୍ତାବ ଉପରେ ଅପ୍ରେଲ ୩ କିମ୍ବା ୪ ତାରିଖରେ ହେବ ଭୋଟ୍। 


ତାଙ୍କୁ ଗାଦିରୁ ହଟାଇବା ପାଇଁ ବିଦେଶୀ ସହାୟତା ନିଆଯାଉଥିବା କହିସାରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏ ସମ୍ପର୍କରେ ଦେଶର ଯୋଜନା ମନ୍ତ୍ରୀ ଅସମ ଓମାର ଏବଂ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦେଶର ଗୃହମନ୍ତ୍ରୀ ଶେଖ ରସିଦ କହିଛନ୍ତି ଯେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆସନ୍ତ ମାସ ପ୍ରଥମ ସପ୍ତାହ ମତାଦନ ହେବ। ଏଥିରେ ଇମ୍ରାନ ଖାନ ବିଜୟୀ ହେବେ ବୋଲି ସେ ଦାବି କରିଛନ୍ତି। ସେ ପୂର୍ବାନୁମାନ କରିଛନ୍ତି ଯେ ପିଟିଆଇ ଠାରୁ ବିଚ୍ଛିନ୍ନ ହୋଇଯାଇଥିବା ସସସ୍ତ ସହଯୋଗୀ ଇମ୍ରାନ ଖାନଙ୍କ ନେତୃତ୍ୱାଧିନ ସରକାରକୁ ସମର୍ଥନ କରିବାକୁ ଫେରି ଆସିବେ ଯେପରି ପାକିସ୍ତାନ ମୁସଲିମ ଲିଗ୍-କାୟଦ୍ (Pakistan Muslim League-Quaid) ପିଏମଏଲ-କ୍ୟୁ (PML-Q) କରିସାରିଛି। 


Also Read: ଇସଲାମବାଦ ରାଲିରେ ଭାରତୀୟ ମୁସଲମାନଙ୍କ କଥା କାହିଁକି ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ?


କେବଳ ଦଳ ନୁହେଁ ସହଯୋଗୀ ମଧ୍ୟ ଶାସକ ପିଟିଆଇ ଲାଗି ସମସ୍ୟା ବଢାଇବାରେ ଲାଗିଛନ୍ତି। ଇମ୍ରାନ ଖାନଙ୍କ ନେତୃତ୍ୱାଧିନ ସରକାରରେ ସାମିଲ ଥିବା ମୁତ୍ତାହିଦା କୌମୀ ମୁଭମେଣ୍ଟ ପାକିସ୍ତାନ (Muttahida Qaumi Movement) ଏମକ୍ୟୁଏମ (MQM) ବିରୋଧି ପାକିସ୍ତାନ ପିପୁଲ୍ସ ପାର୍ଟି (Pakistan Peoples Party) ପିପିପି (PPP) ସହିତ ଏକ ଚୁକ୍ତି କରିଛି। ଯାହାନ ପିଟିଆଇ ସରକାର କୌଣସି ବଡ଼ ଝଟକା ଠାରୁ କମ୍ ନୁହେଁ। 


Also Read: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜରିମାନା ଲଗାଇଲେ ପାକିସ୍ତାନ ନିର୍ବାଚନ ଆୟୋଗ


ଏହା ମଧ୍ୟରେ ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଘୋଷଣା ଇମ୍ରାନ ଖାନ ଏବଂ ତାଙ୍କ ପ୍ରଶଂସକଙ୍କ ଆଶ୍ଚର୍ଯ୍ୟଜନକ ଝଟକା ସାବ୍ୟସ୍ତ ହୋଇଛି। କାରଣ ଏମକ୍ୟୁଏମ୍-ପିପିପି ମଧ୍ୟରେ ହୋଇଥିବା ବୁଝାମଣା ବାବଦରେ ଟ୍ୱିଟ୍ କରି ଜଣାଇଥିଲେ ନିଜେ ପିପିପି ନେତା ଜର୍ଦ୍ଦାରୀ। ଏମକ୍ୟୁଏମ୍ ସହ ଦଳ କେଉଁ ବୁଝାମଣା କରିଛି ସେ ବାବଦରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯିବ ବୋଲି କହିଛନ୍ତି ପିପିପି ଅଧ୍ୟକ୍ଷ। ଏହି ଖବର ଆସିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧିନ ପିଟିଆଇ ସରକାର ଦେଶର ସଂସଦରେ ବହୁମତ ହରାଇ ସାରିଥିବା କୁହାଯାଉଛି।